ଭାରତ ଗସ୍ତରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଅମରସୂର୍ଯ୍ୟା

ନୂଆଦିଲ୍ଲୀ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହରିଣୀ ଅମରସୂର୍ଯ୍ୟା କ୍ଷମତାକୁ ଆସିବା ପରଠାରୁ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ମଜଭୁତ କରିବା ଏହି ଗସ୍ତର ଲକ୍ଷ୍ୟ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ଦୁଇ ଦେଶ ସ୍ବାର୍ଥ ସମ୍ବଳିତ ଅନେକ ବିଷୟବସ୍ତୁ ଉପରେ ଅମରସୂର୍ଯ୍ୟା ଭାରତୀୟ ନେତାଙ୍କୁ ଭେଟି ଆଲୋଚନା କରିବେ। ଅମରସୂର୍ଯ୍ୟା ଶ୍ରୀଲଙ୍କାର ଶିକ୍ଷାମନ୍ତ୍ରୀ ହୋଇଥିବାରୁ ଆଇଆଇଟି ଦିଲ୍ଲୀ ଓ ନୀତି […]

ଭାରତ ଗସ୍ତରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଅମରସୂର୍ଯ୍ୟା
Samaya Live Picture
Published On

ନୂଆଦିଲ୍ଲୀ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହରିଣୀ ଅମରସୂର୍ଯ୍ୟା କ୍ଷମତାକୁ ଆସିବା ପରଠାରୁ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ମଜଭୁତ କରିବା ଏହି ଗସ୍ତର ଲକ୍ଷ୍ୟ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ଦୁଇ ଦେଶ ସ୍ବାର୍ଥ ସମ୍ବଳିତ ଅନେକ ବିଷୟବସ୍ତୁ ଉପରେ ଅମରସୂର୍ଯ୍ୟା ଭାରତୀୟ ନେତାଙ୍କୁ ଭେଟି ଆଲୋଚନା କରିବେ। ଅମରସୂର୍ଯ୍ୟା ଶ୍ରୀଲଙ୍କାର ଶିକ୍ଷାମନ୍ତ୍ରୀ ହୋଇଥିବାରୁ ଆଇଆଇଟି ଦିଲ୍ଲୀ ଓ ନୀତି ଆୟୋଗଙ୍କୁ ଭେଟି ଶିକ୍ଷା ଓ ଟେକ୍ନୋଲଜି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଭାଗିତା ବୃଦ୍ଧି ନେଇ ଆଲୋଚନା ହେବ। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିଶ୍ବବିଦ୍ୟାଳୟର ହିନ୍ଦୁ କଲେଜରେ ଅଧ୍ୟୟନ କରିଥିଲେ। ତେଣୁ ସେଠାକୁ ମଧ୍ୟ ସେ ବୁଲିଯିବେ। ଏହାସହିତ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ପାଇଁ ଏକ ବାଣିଜ୍ୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Tags: