ନିତି ଆୟୋଗକୁ ପ୍ରଶଂସା କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଡକ୍ଟର ହରିଣୀ ନିରେକା ଅମରସୂର୍ଯ୍ୟା ନିତି ଆୟୋଗକୁ ପ୍ରଶଂସା କରିଛନ୍ତି। ଗତକାଲି ନିତି ଆୟୋଗ ଗସ୍ତ କରିଥିବା ହରିଣୀ ଅମରସୂର୍ଯ୍ୟା ନିତି ଆୟୋଗର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିବା ସହ ସଂଗଠନର କାର୍ଯ୍ୟକାରିତା ଏବଂ ପ୍ରମାଣ-ଆଧାରିତ ନୀତି ନିର୍ଦ୍ଧାରଣକୁ ବୁଝିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାର ସଂସ୍କାର ଯାତ୍ରା ଏବଂ ନୀତିଗତ ସମନ୍ୱୟକୁ ପ୍ରୋତ୍ସାହିତ କରୁଥିବା ଅନୁଷ୍ଠାନର ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରିଥିଲେ। ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ […]

ନିତି ଆୟୋଗକୁ ପ୍ରଶଂସା କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ
Samaya Live Picture
Published On

ନୂଆଦିଲ୍ଲୀ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଡକ୍ଟର ହରିଣୀ ନିରେକା ଅମରସୂର୍ଯ୍ୟା ନିତି ଆୟୋଗକୁ ପ୍ରଶଂସା କରିଛନ୍ତି। ଗତକାଲି ନିତି ଆୟୋଗ ଗସ୍ତ କରିଥିବା ହରିଣୀ ଅମରସୂର୍ଯ୍ୟା ନିତି ଆୟୋଗର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିବା ସହ ସଂଗଠନର କାର୍ଯ୍ୟକାରିତା ଏବଂ ପ୍ରମାଣ-ଆଧାରିତ ନୀତି ନିର୍ଦ୍ଧାରଣକୁ ବୁଝିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାର ସଂସ୍କାର ଯାତ୍ରା ଏବଂ ନୀତିଗତ ସମନ୍ୱୟକୁ ପ୍ରୋତ୍ସାହିତ କରୁଥିବା ଅନୁଷ୍ଠାନର ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରିଥିଲେ। ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ ଦେଶର ପ୍ରମୁଖ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ବହୁମୁଖୀ ଭିତ୍ତିଭୂମି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଗତି ଶକ୍ତି, ସାମଗ୍ରିକ ଏବଂ ଅନ୍ତର୍ଭୁକ୍ତ ଶିକ୍ଷା ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦, ଏବଂ ପର୍ଯ୍ୟଟନ ଏବଂ ସାଂସ୍କୃତିକ ଆଦାନପ୍ରଦାନରେ ସହଯୋଗର ମାର୍ଗ ଅନ୍ତର୍ଭୁକ୍ତ। ଗସ୍ତ ସମୟରେ, ଭାରତ-ଶ୍ରୀଲଙ୍କା ଦ୍ୱିପାକ୍ଷିକ ସମ୍ପର୍କ, ବାଣିଜ୍ୟ, ନିବେଶ ଏବଂ ଅର୍ଥନୈତିକ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ ଚୁକ୍ତିନାମା ଉପରେ ଉପସ୍ଥାପନା କରାଯାଇଥିଲା।

Tags: