ମସ୍ଜିଦରେ ଲାଉଡ୍ସ୍ପିକର ବଜାଅ, ହେଲେ ଶବ୍ଦ ପରିସର ଭିତରେ ରହିବ: ଯୋଗୀ ଆଦିତ୍ୟନାଥ
ଲକ୍ଷ୍ମୌ: ଏପ୍ରିଲ ୧୯: ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ଘଟଣା ପରେ ଧାର୍ମିକ ସ୍ଥାନରେ ଲାଉଡ୍ସ୍ପିକର ବ୍ୟବହାରକୁ ନେଇ ବିବାଦ ବଢ଼ିଯାଇଛି । ଆଗକୁ ଆସୁଥିବା ମୁସଲିମ ପର୍ବରେ ଯେପରି ବିବାଦ ନଦେଖାଯାଉ, ସେଥିପାଇଁ ଉତ୍ତରପ୍ରଦେଶର ଯୋଗୀ ସରକାର ଆଗୁଆ ସତର୍କ ହୋଇଯାଇଛନ୍ତି । ବିନା ଅନୁମତିରେ କୌଣସି ଶୋଭାଯାତ୍ରା ଏବଂ ଧାର୍ମିକ ଯାତ୍ରା ହୋଇପାରିବ ନାହିଁ ବୋଲି ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏବେ ଲାଉଡ୍ସ୍ପିକର ବ୍ୟବହାର ଉପରେ ମଧ୍ୟ କଟକଣା ଜାରି […]
ଲକ୍ଷ୍ମୌ: ଏପ୍ରିଲ ୧୯: ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ଘଟଣା ପରେ ଧାର୍ମିକ ସ୍ଥାନରେ ଲାଉଡ୍ସ୍ପିକର ବ୍ୟବହାରକୁ ନେଇ ବିବାଦ ବଢ଼ିଯାଇଛି । ଆଗକୁ ଆସୁଥିବା ମୁସଲିମ ପର୍ବରେ ଯେପରି ବିବାଦ ନଦେଖାଯାଉ, ସେଥିପାଇଁ ଉତ୍ତରପ୍ରଦେଶର ଯୋଗୀ ସରକାର ଆଗୁଆ ସତର୍କ ହୋଇଯାଇଛନ୍ତି । ବିନା ଅନୁମତିରେ କୌଣସି ଶୋଭାଯାତ୍ରା ଏବଂ ଧାର୍ମିକ ଯାତ୍ରା ହୋଇପାରିବ ନାହିଁ ବୋଲି ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏବେ ଲାଉଡ୍ସ୍ପିକର ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ।
ଯୋଗୀ କହିଛନ୍ତି ଯେ, ଧାର୍ମିକ ଚିନ୍ତାଧାରା ଅନୁଯାୟୀ ଉପାସନା ପଦ୍ଧତି ଅନୁସରଣ କରିବାର ସ୍ୱାଧୀନତା ରହିଛି । ଲାଉଡ୍ସ୍ପିକର ମଧ୍ୟ ବ୍ୟବହାର କରାଯାଇପାରିବ, ହେଲେ ଏହା ନିଶ୍ଚିତ ହେବା ଉଚିତ୍ ଯେ ଏହାର ଶବ୍ଦ ଯେଭଳି ଧାର୍ମିକ ପରିସର ଭିତରେ ରହିବ । ଶବ୍ଦ ବାହାରକୁ ଯିବ ନାହିଁ କି, ଅନ୍ୟ ଲୋକଙ୍କ ପାଇଁ ଯେପରି ଅସୁବିଧା ସୃଷ୍ଟି ହେବ ନାହିଁ ।

ସୂଚନା ଥାଉଯେ, ଆଗକୁ ଇଦ୍ ପର୍ବ ଏବଂ ଅକ୍ଷୟ ତୃତୀୟା ଗୋଟିଏ ଦିନରେ ହେବାର ଅଛି । ଏଭଳି ପରିସ୍ଥିତିରେ ସାମ୍ପ୍ରତିକ ହିଂସାକାଣ୍ଡ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଯୋଗୀ ଅଧିକ ପୋଲିସ କର୍ମଚାରୀଙ୍କୁ ନିୟୋଜନ ସହ ପେଟ୍ରୋଲିଂ ଉପରେ ଗୁରୁତ୍ୱ ଦେଇଛନ୍ତି । ସେହିପରି ମେ ୪ ତାରିଖ ପର୍ଯ୍ୟନ୍ତ ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି ।
ସୂଚନା ଥାଉଯେ, ହନୁମାନ ଜୟନ୍ତୀ ଅବସରରେ ଦିଲ୍ଲୀରେ ଥିବା ଜାହାଙ୍ଗୀରପୁରଠାରେ ଏକ ଶୋଭାଯାତ୍ରା ଚାଲିଥିଲା । ସେହି ସମୟରେ ନିକଟରେ ଥିବା ଏକ ସମ୍ଜିଦରେ ଲାଉଡ୍ସ୍ପିକରରେ ପାର୍ଥନା ବୋଲାଯାଇଥିଲା । ଅନ୍ୟପକ୍ଷରେ, ହିନ୍ଦୁର କିଛି ଗୋଷ୍ଠୀ ସମ୍ଜିଦ ଆଗରେ ‘ଜୟ ଶ୍ରୀ ରାମ୍’ ନାରା ବାଜି କରିଥିଲେ । ଫଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟ ବଚସା ହୋଇଥିଲା । ପରେ ଏହି ବଚସା ହିଂସ୍ର ରୂପ ନେଇଥିଲା ।

ମାରପିଟ୍ ସହିତ ପଥର ଫିଙ୍ଗା ହୋଇଥିଲା । ଏଥିରେ ବହୁ ଲୋକ ଆହତ ହୋଇଥିଲେ । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ମାମଲାର କଡ଼ା ଅନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଦୋଷୀଙ୍କୁ ଧରିବାକୁ ଆଦେଶ ଦିଆଯାଇଛି ।




