ବିହାର ପରେ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକା ସଂଶୋଧନ ହେବ
ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଭୋଟର ତାଲିକା ସଂଶୋଧନ କରିବାପାଇଁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି। ବିହାରରେ ପ୍ରଥମ ପର୍ଯ୍ୟାୟ ସଫଳ ସମାପ୍ତି ପରେ ଏହି ପଦକ୍ଷେପ ନିଆଯାଇଛି, ଯାହାର ଲକ୍ଷ୍ୟ ହେଉଛି ଦେଶବ୍ୟାପୀ ସଠିକ୍ ଏବଂ ଅନ୍ତର୍ଭୁକ୍ତ ଭୋଟର ତାଲିକା ସୁନିଶ୍ଚିତ କରିବା। ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଲକ୍ଷଦ୍ୱୀପ, ଛତିଶଗଡ଼, ଗୋଆ, ଗୁଜରାଟ, […]
ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଭୋଟର ତାଲିକା ସଂଶୋଧନ କରିବାପାଇଁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି। ବିହାରରେ ପ୍ରଥମ ପର୍ଯ୍ୟାୟ ସଫଳ ସମାପ୍ତି ପରେ ଏହି ପଦକ୍ଷେପ ନିଆଯାଇଛି, ଯାହାର ଲକ୍ଷ୍ୟ ହେଉଛି ଦେଶବ୍ୟାପୀ ସଠିକ୍ ଏବଂ ଅନ୍ତର୍ଭୁକ୍ତ ଭୋଟର ତାଲିକା ସୁନିଶ୍ଚିତ କରିବା। ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଲକ୍ଷଦ୍ୱୀପ, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ଅନୁଷ୍ଠିତ ହେବ। ଏଥିମଧ୍ୟରୁ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗରେ ୨୦୨୬ ମସିହାରେ ନିର୍ବାଚନ ହେବାକୁ ଯାଉଛି। କୁମାର ସ୍ପଷ୍ଟ କରିଛନ୍ତି ଯେ ଆସାମରେ, ଯେଉଁଠାରେ ସେହି ବର୍ଷ ନିର୍ବାଚନ ମଧ୍ୟ ହେବାକୁ ଯାଉଛି, ଭୋଟର ତାଲିକାର ସଂଶୋଧନ ପୃଥକ ଭାବରେ ଘୋଷଣା କରାଯିବ। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କୁମାର କହିଛନ୍ତି, ଆଜି ଆମେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ ହେବା ସମ୍ପର୍କରେ ଏଠାରେ ସୂଚନା ଦେଉଛୁ। ମୁଁ ବିହାରର ଭୋଟରମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି ଏବଂ ଏକ ସଫଳ ଏସ୍ଆଇଆରରେ ଅଂଶଗ୍ରହଣ କରିଥିବା ୭.୫କୋଟି ଭୋଟରଙ୍କ ସମ୍ମୁଖରେ ପ୍ରଣାମ କରୁଛି। କମିସନ ସମସ୍ତ ୩୬ ରାଜ୍ୟର ନିର୍ବାଚନ ଅଧିକାରୀମାନଙ୍କୁ ମଧ୍ୟ ଭେଟି ପ୍ରକ୍ରିୟା ବିଷୟରେ ବିସ୍ତୃତ ଆଲୋଚନା କରିଛି। କୁମାର କହିଛନ୍ତି ଯେ ବିହାରରେ କରାଯାଇଥିବା ଏସ୍ଆଇଆରର ପ୍ରଥମ ପର୍ଯ୍ୟାୟ ୯୦ ହଜାରରୁ ଅଧିକ ମତଦାନ କେନ୍ଦ୍ରକୁ କଭର କରିଥିଲା ଏବଂ ଏହା ସଫଳତାର ସହ ସମାପ୍ତ ହୋଇଥିଲା।




