ନଭେମ୍ବର ୧୧ରେ ସୁପ୍ରିମ୍‌କୋର୍ଟରେ ଏସ୍‌ଆଇଆର୍‌ ଶୁଣାଣି

ନୂଆଦିଲ୍ଲୀ: ତାମିଲନାଡ଼ୁ ସରକାରଙ୍କ ଦ୍ବାରା ନିର୍ବାଚନ କମିସନଙ୍କ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ବିରୋଧରେ ସୁପ୍ରିମକୋର୍ଟ‌ରେ ହୋଇଥିବା ଆବେଦନର ଶୁଣାଣି ନଭେମ୍ବର ୧୧ ତାରିଖରେ ହେବ। ତାମିଲନାଡ଼ୁର ଡିଏମ୍‌କେ ନେତୃତ୍ବାଧୀନ ସରକାର ଏସ୍‌ଆଇଆର୍‌କୁ ବିରୋଧ କରି ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପ୍ରଧାନ ବିଚାରପତି ବିଆର୍‌ ଗୱାଇ ଓ ଜଷ୍ଟିସ କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ଡିଏମ୍‌କେର ପକ୍ଷ ରଖି ଆଡ୍‌ଭୋକେଟ୍‌ ବିବେକ ସିଂହ ଆବେଦନ ଉପରେ ତ୍ବରିତ ଶୁଣାଣି କରିବାକୁ କହିଥିଲେ। […]

ନଭେମ୍ବର ୧୧ରେ ସୁପ୍ରିମ୍‌କୋର୍ଟରେ ଏସ୍‌ଆଇଆର୍‌ ଶୁଣାଣି

ନୂଆଦିଲ୍ଲୀ: ତାମିଲନାଡ଼ୁ ସରକାରଙ୍କ ଦ୍ବାରା ନିର୍ବାଚନ କମିସନଙ୍କ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ବିରୋଧରେ ସୁପ୍ରିମକୋର୍ଟ‌ରେ ହୋଇଥିବା ଆବେଦନର ଶୁଣାଣି ନଭେମ୍ବର ୧୧ ତାରିଖରେ ହେବ। ତାମିଲନାଡ଼ୁର ଡିଏମ୍‌କେ ନେତୃତ୍ବାଧୀନ ସରକାର ଏସ୍‌ଆଇଆର୍‌କୁ ବିରୋଧ କରି ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପ୍ରଧାନ ବିଚାରପତି ବିଆର୍‌ ଗୱାଇ ଓ ଜଷ୍ଟିସ କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ଡିଏମ୍‌କେର ପକ୍ଷ ରଖି ଆଡ୍‌ଭୋକେଟ୍‌ ବିବେକ ସିଂହ ଆବେଦନ ଉପରେ ତ୍ବରିତ ଶୁଣାଣି କରିବାକୁ କହିଥିଲେ। ତେବେ ପ୍ରଧାନ ବିଚାରପତି ଶୁଣାଣି ମଙ୍ଗଳବାରକୁ ରଖିଥିଲେ। ୩ ନଭେମ୍ବରରେ ଡିଏମ୍‌କେର ସାଙ୍ଗଠନିକ ସମ୍ପାଦକ ଆର୍‌ଏସ୍ ଭାରତୀ ଏସ୍‌ଆଇଆର୍‌କୁ ଅସାମ୍ବିଧାନିକ, ସ୍ବେଚ୍ଛାଚାରୀ ଓ ଗଣତାନ୍ତ୍ରିକ ଅଧିକାର ପ୍ରତି ବିପଦ ବୋଲି ଦର୍ଶାଇ ଏହା ବିରୋଧରେ ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ।

Read More ପଶ୍ଚିମବଙ୍ଗରେ ମୃଦୁ ଭୂମିକମ୍ପ ଝଟକା

Tags: