ମିଚିଗାନ ଚର୍ଚ୍ଚରେ ଗୁଳିକାଣ୍ଡ , ଜଣେ ମୃତ, ୯ ଆହତ
ୱାସିଂଟନ: ଆମେରିକା ମିଚିଗାନ ସ୍ଥିତ ଗ୍ରାଣ୍ଡ୍ ବ୍ଲାଙ୍କ୍ ଚର୍ଚ୍ଚରେ ରବିବାର ଜଣେ ଦୁର୍ବୃତ୍ତ ଗୁଳି ଚଳାଇବା ସହ ନିଆଁ ଲଗାଇ ଦେଇଛି। ଏଥିରେ ଅତିକମ୍ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ୯ ଜଣ ଆହତ ହୋଇଛନ୍ତି। ପୁଲିସ ଗୁଳିରେ ବନ୍ଧୁକଧାରୀ ନିପାତ ହୋଇଛି। ତା’ ଘର ମିଚିଗାନରେ ଓ ବୟସ ୪୦ ବର୍ଷ ବୋଲି ଜଣାଯାଇଛି। ଦୁର୍ବୃତ୍ତ ଜଣକ ଚର୍ଚ୍ଚ ଫାଟକରେ ଏକ ଗାଡ଼ିକୁ ଖୁବ୍ ଜୋରରେ ଧକ୍କା ଦେବା ସହିତ ଆଖିବୁଜା ଗୁଳି ଚଳାଇଥିଲା। […]
ୱାସିଂଟନ: ଆମେରିକା ମିଚିଗାନ ସ୍ଥିତ ଗ୍ରାଣ୍ଡ୍ ବ୍ଲାଙ୍କ୍ ଚର୍ଚ୍ଚରେ ରବିବାର ଜଣେ ଦୁର୍ବୃତ୍ତ ଗୁଳି ଚଳାଇବା ସହ ନିଆଁ ଲଗାଇ ଦେଇଛି। ଏଥିରେ ଅତିକମ୍ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ୯ ଜଣ ଆହତ ହୋଇଛନ୍ତି। ପୁଲିସ ଗୁଳିରେ ବନ୍ଧୁକଧାରୀ ନିପାତ ହୋଇଛି। ତା’ ଘର ମିଚିଗାନରେ ଓ ବୟସ ୪୦ ବର୍ଷ ବୋଲି ଜଣାଯାଇଛି। ଦୁର୍ବୃତ୍ତ ଜଣକ ଚର୍ଚ୍ଚ ଫାଟକରେ ଏକ ଗାଡ଼ିକୁ ଖୁବ୍ ଜୋରରେ ଧକ୍କା ଦେବା ସହିତ ଆଖିବୁଜା ଗୁଳି ଚଳାଇଥିଲା। ଏହା ପରେ ଚର୍ଚ୍ଚରେ ନିଆଁ ଲଗାଇ ଦେଇଥିଲା। ରବିବାର ପ୍ରାର୍ଥନା ପାଇଁ ସେହି ସମୟରେ ଚର୍ଚ୍ଚରେ ବହୁସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ। ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ସେଠାକୁ ନ ଯିବାକୁ ପୁଲିସ ଜନସାଧାରଣଙ୍କୁ ନିବେଦନ କରିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଏବଂ ମେଡିକାଲ ଟିମ୍ ଉପସ୍ଥିତ ଅଛି।




