ଜନତାଙ୍କୁ ଝଟକା ,ବୃଦ୍ଧି ହେଲା ରେପୋ ରେଟ୍
ନୂଆଦିଲ୍ଲୀ : ରେପୋ ବୃଦ୍ଧି କଲା ଆରବିଆଇ I ରେପୋରେଟ୍ ବୃଦ୍ଧି ପରେ ପୁଣି ମହଙ୍ଗା ହେବ ଋଣ I ରେପୋ ରେଟର ବୃଦ୍ଧି ନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଆରବିଆଇ ପକ୍ଷରୁ ରେପୋ ରେଟ୍ ୦.୩୫% ବୃଦ୍ଧି କରାଯାଇଛି । ବର୍ତ୍ତମାନ ରେପୋ ରେଟ୍ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି ପାଇଛି। ମୁଦ୍ରାସ୍ପୀତିକୁ ଦୃଷ୍ଟିରେ ରଖି ଆର୍ବିଆଇ ମନିଟାରୀ କମିଟିରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, କାର୍, […]
ନୂଆଦିଲ୍ଲୀ : ରେପୋ ବୃଦ୍ଧି କଲା ଆରବିଆଇ I ରେପୋରେଟ୍ ବୃଦ୍ଧି ପରେ ପୁଣି ମହଙ୍ଗା ହେବ ଋଣ I ରେପୋ ରେଟର ବୃଦ୍ଧି ନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଆରବିଆଇ ପକ୍ଷରୁ ରେପୋ ରେଟ୍ ୦.୩୫% ବୃଦ୍ଧି କରାଯାଇଛି । ବର୍ତ୍ତମାନ ରେପୋ ରେଟ୍ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି ପାଇଛି। ମୁଦ୍ରାସ୍ପୀତିକୁ ଦୃଷ୍ଟିରେ ରଖି ଆର୍ବିଆଇ ମନିଟାରୀ କମିଟିରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, କାର୍, ବାସଗୃହ ଓ ଅନ୍ୟାନ୍ୟ ଋଣ ପରିଶୋଧ କିସ୍ତି (ଇଏମ୍ଆଇ) ବୃଦ୍ଧି ପାଇବା ନେଇ ସୂଚନା ମିଳିଛି।
ସୂଚନାନୁସାରେ ଚଳିତବର୍ଷ ପଞ୍ଚମ ଥର ପାଇଁ ମୋଟ ୨.୨୫ ରେପୋ ରେଟ୍ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ତିନି ଦିନ ଧରି ଚାଲିଥିବା ମନିଟାରୀ ପଲିସି କମିଟି (ଏମପିସି) ବୈଠକ ପରେ ରେପୋ ହାର ବୃଦ୍ଧି କରିବାକୁ ଆରବିଆଇ ଗଭର୍ଣ୍ଣର ଘୋଷଣା କରିଛନ୍ତି । ଦେଶରେ ଜାରି ରହିଥିବା ମୁଦ୍ରାସ୍ଫିତି ହାରକୁ ୬ ପ୍ରତିଶତରୁ ହ୍ରାସ ନେଇ ଆରବିଆଇ ଗଭର୍ଣ୍ଣର ପ୍ରୟାସ ଜାରି ରଖିଛନ୍ତି । ଅକ୍ଟୋବର ମାସରେ ଦେଶରେ ରିଟେଲ ମହଙ୍ଗା ହାର ୬.୭୭ ପ୍ରତିଶତରେ ପହଞ୍ଚି ଯାଇଥିଲା । ତେବେ ଏମପିସି ବୈଠକରେ ଷ୍ଟାଡିଂ ଡିପୋଜିଟ ଫାସିଲିଟି ଦର ୬ ପ୍ରତିଶତ, ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ଦର ଓ ବ୍ୟାଙ୍କ ରେଟ ୬.୫ ପ୍ରତିଶତରେ ଆଡଜଷ୍ଟ କରାଯାଇଛି ।ବର୍ତ୍ତମାନ ଆରବିଆଇର ରେପୋ ହାର ୫.୪% ରୁ ୬.୨୫% କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଅକ୍ଟୋବର ଏବଂ ଅଗଷ୍ଟରେ ଆରବିଆଇ ରେପୋ ହାରକୁ ୫୦ ବେସିସ୍ ପଏଣ୍ଟକୁ ବୃଦ୍ଧି କରିଥିଲା। ମେ ମାସରେ ଅନୁଷ୍ଠିତ ବୈଠକରେ ରେପୋ ହାର ୫୦ ବେସିସ୍ ପଏଣ୍ଟକୁ ୪.୯୦% କୁ ବୃଦ୍ଧି କରାଯାଇଥିଲା।




