ଶିବସେନା ନିର୍ବାଚନୀ ଚିହ୍ନ ବିବାଦ: ନଭେମ୍ବର ୧୨ ରେ ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ: ପ୍ରକୃତ ଶିବସେନା କିଏ ଏନେଇ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ଅନେକ ଦିନ ହେଲା ବିବାଦ ଚାଲିଛି। ତେବେ ଭାରତର ନିର୍ବାଚନ କମିସନ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ପ୍ରକୃତ ଶିବସେନା ମାନ୍ୟତା ଦେବା ସହିତ ଦଳର ପାରମ୍ପରିକ ଧନୁ ଓ ତୀର ଚିହ୍ନ ପ୍ରଦାନ କରିଥିଲେ। ଉଦ୍ଧବ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ଏବଂ ଜାନୁଆରୀରେ ପୌର ନିର୍ବାଚନ ଥିବାରୁ ଏହାର ଯଥାଶୀଘ୍ର ଶୁଣାଣି କରିବାକୁ ନିବେଦନ କରିଥିଲେ। ଉଦ୍ଧବଙ୍କ ପକ୍ଷରୁ […]
ନୂଆଦିଲ୍ଲୀ: ପ୍ରକୃତ ଶିବସେନା କିଏ ଏନେଇ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ଅନେକ ଦିନ ହେଲା ବିବାଦ ଚାଲିଛି। ତେବେ ଭାରତର ନିର୍ବାଚନ କମିସନ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ପ୍ରକୃତ ଶିବସେନା ମାନ୍ୟତା ଦେବା ସହିତ ଦଳର ପାରମ୍ପରିକ ଧନୁ ଓ ତୀର ଚିହ୍ନ ପ୍ରଦାନ କରିଥିଲେ। ଉଦ୍ଧବ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ଏବଂ ଜାନୁଆରୀରେ ପୌର ନିର୍ବାଚନ ଥିବାରୁ ଏହାର ଯଥାଶୀଘ୍ର ଶୁଣାଣି କରିବାକୁ ନିବେଦନ କରିଥିଲେ। ଉଦ୍ଧବଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ ସୁପ୍ରିମକୋର୍ଟରେ ପକ୍ଷ ରଖିଥିଲେ। ତେବେ ଜଷ୍ଟିସ ସୂର୍ଯ୍ୟ କାନ୍ତ, ଉଜ୍ଜ୍ବଳ ଭୂୟାଁ ଓ ଏନକେ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଥିରେ ରାଜି ହେବା ସହିତ ଏଥିପାଇଁ ୧୨ ନଭେମ୍ବରକୁ ତାରିଖ ଧାର୍ଯ୍ୟ କରିଛନ୍ତି। ଅନ୍ୟପକ୍ଷରେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ବିଧାୟକଙ୍କୁ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଅଯୋଗ୍ୟ ଘୋଷଣା କରିବାକୁ ମନା କରିବା ନେଇ ଉଦ୍ଧବ କୋର୍ଟରେ ଚାଲେଞ୍ଜ କରିଛନ୍ତି। ଏହାର ଶୁଣାଣି ଏକାସାଙ୍ଗରେ କରିବାକୁ ମଧ୍ୟ ସିବଲ କୋର୍ଟଙ୍କୁ କହିଥିଲେ। ତେବେ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଥିଲେ, ଏହି ମାମଲାର ଶୁଣାଣି ଅନ୍ୟ ଏକ ଖଣ୍ଡପୀଠରେ କରାଯିବାକୁ ଧାର୍ଯ୍ୟ ହୋଇଛି। ଦୁଇଟି ଯାକ ମାମଲାର ଏକାସାଙ୍ଗରେ ଶୁଣାଣି କରିବାକୁ ହେଲେ ସିବଲଙ୍କୁ ଏଥିପାଇଁ ପ୍ରଧାନ ବିଚାରପତିଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ।




