ଅଡୁଆରେ ବଲିଉଡ ଅଭିନେତ୍ରୀ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା:ଅଶ୍ଳୀଳ ସିନେମା ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଇଡିର ଚଢ଼ାଉ

ମୁମ୍ବାଇ:ଅଡୁଆରେ ବ୍ୟବସାୟୀ ରାଜ କୁନ୍ଦ୍ରା। ଅଶ୍ଳୀଳ ସିନେମା ସହିତ ଜଡିତ ଅର୍ଥ ହେରଫେର ମାମଲାରେ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା। ପୁଣି ଥରେ ଅଡୁଆରେ ବ୍ୟବସାୟୀ ରାଜ କୁନ୍ଦ୍ରା। ରାଜ କୁନ୍ଦ୍ରାଙ୍କ ଘର ସମେତ କାର୍ୟ୍ୟାଳୟରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମୁମ୍ବାଇ ସ୍ଥିତ ବାସଭବନ ସମେତ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ ହୋଇଛି।ତେବେ ଚଢ଼ାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି […]

Samaya Live Picture
Published On

ମୁମ୍ବାଇ:ଅଡୁଆରେ ବ୍ୟବସାୟୀ ରାଜ କୁନ୍ଦ୍ରା। ଅଶ୍ଳୀଳ ସିନେମା ସହିତ ଜଡିତ ଅର୍ଥ ହେରଫେର ମାମଲାରେ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା। ପୁଣି ଥରେ ଅଡୁଆରେ ବ୍ୟବସାୟୀ ରାଜ କୁନ୍ଦ୍ରା। ରାଜ କୁନ୍ଦ୍ରାଙ୍କ ଘର ସମେତ କାର୍ୟ୍ୟାଳୟରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମୁମ୍ବାଇ ସ୍ଥିତ ବାସଭବନ ସମେତ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ ହୋଇଛି।ତେବେ ଚଢ଼ାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଏହି ଘଟଣାରେ କୁନ୍ଦ୍ରାଙ୍କ ସହିତ ତାଙ୍କ ସହଯୋଗୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି ଇଡି। ପୂର୍ବରୁ ପର୍ଣ୍ଣୋଗ୍ରାଫି ମାମଲାରେ ଫସିଥିଲେ ରାଜ କୁନ୍ଦ୍ରା। ଘଟଣାରେ ତାଙ୍କର ସମ୍ପୃକ୍ତି ନେଇ ଗିରଫ ହୋଇଥିଲେ ରାଜ। ଏଵେ ପୁଣି ଥରେ ଏହି ମାମଲାରେ ତନାଘନା ଆରମ୍ବ କରିଛି ଇଡି। ଆର୍ଥିକ ହେରଫେର ନେଇ ଇଡି ଛନଭିନ ଚଳାଇଛି।

Tags: