୧୦ ସେକେଣ୍ଡରେ ଉଡିଗଲା ୨୦ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ସେଲ୍ ସେଲ୍ ସେଲ୍, ଆଉ ଫ୍ରି ଫଲ୍। ଭାରତୀୟ ସେୟାର ବଜାରରେ ଆଜି ଥିଲା ଏଭଳି ସ୍ଥିତି। ବଜାର ଆରମ୍ଭ ହେବା ପୂର୍ବରୁ ହିଁ ରକେଟ ବେଗରେ ଖସୁଥିଲା ବଜାର। ଆଉ ସେୟାର ମାର୍କେଟ ସକାଳ ୯ଟା ୧୫ ମିନିଟରେ ଆରମ୍ଭ ମାତ୍ରେ ସ୍ଥିତି ଅସମ୍ବାଳ। ସବୁ ଆଶଂକା ସତ ହେଲା। ବଜାର ଆରମ୍ଭ ହେଉ ହେଉ ମାନେ ୧୦ ସେକଣ୍ଡରେ ନିବେଶକଙ୍କ ୨୦ ଲକ୍ଷ କୋଟି ଟଙ୍କା ଉଡିଗଲା। କାରବାର ଆରମ୍ଭରୁ ପ୍ରାୟ ୪ […]

୧୦ ସେକେଣ୍ଡରେ ଉଡିଗଲା ୨୦ ଲକ୍ଷ କୋଟି ଟଙ୍କା
Samaya Live Picture
Published On

ନୂଆଦିଲ୍ଲୀ: ସେଲ୍ ସେଲ୍ ସେଲ୍, ଆଉ ଫ୍ରି ଫଲ୍। ଭାରତୀୟ ସେୟାର ବଜାରରେ ଆଜି ଥିଲା ଏଭଳି ସ୍ଥିତି। ବଜାର ଆରମ୍ଭ ହେବା ପୂର୍ବରୁ ହିଁ ରକେଟ ବେଗରେ ଖସୁଥିଲା ବଜାର। ଆଉ ସେୟାର ମାର୍କେଟ ସକାଳ ୯ଟା ୧୫ ମିନିଟରେ ଆରମ୍ଭ ମାତ୍ରେ ସ୍ଥିତି ଅସମ୍ବାଳ। ସବୁ ଆଶଂକା ସତ ହେଲା। ବଜାର ଆରମ୍ଭ ହେଉ ହେଉ ମାନେ ୧୦ ସେକଣ୍ଡରେ ନିବେଶକଙ୍କ ୨୦ ଲକ୍ଷ କୋଟି ଟଙ୍କା ଉଡିଗଲା।

କାରବାର ଆରମ୍ଭରୁ ପ୍ରାୟ ୪ ହଜାର ପଏଣ୍ଟ ଖସିଥିଲା ବମ୍ବେ ଷ୍ଟକ ଏକ୍ସଚେଞ୍ଜ। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ମଧ୍ୟ ୧୧୦୦ ପଏଣ୍ଟ ହ୍ରାସ ପାଇଥିଲା। ଯାହାକି ଥିଲା ଗତ ଦଶ ମାସରେ ଭାରତୀୟ ବଜାରରେ ସର୍ବାଧିକ କ୍ରାସ୍‌। ଦିନ ତମାମ କାରବାର ଏତେ ଅଥୟ ଥିଲା ଯେ ନିବେଶକ ମୁଣ୍ଡରେ ହାତ ଧରି ବସିବା ଛଡା ଅନ୍ୟ ଉପାୟ ନଥିଲା। ଅବଶ୍ୟ ବଜାର ବନ୍ଦ ହେଲା ବେଳକୁ ସ୍ଥିତି ଟିକେ ସୁଧାରି ଥିଲା। ବିଏସଇ ୨୨୨୭ ପଏଣ୍ଟ ଏବଂ ଓ ନିଫଟି ୭୪୨ ପଏଣ୍ଟ ଖସି ବନ୍ଦ ହୋଇଛି ।

Tags: