ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ସିରିଜ ଦୁର୍ଘଟଣା,୪ ଗୁରୁତର

ମହାରାଷ୍ଟ୍ର : ଗୁରୁବାର ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଘଟି ଯାଇଛି ଭୟଙ୍କର ସିରିଜ ଦୁର୍ଘଟଣା I ଏକ ସହିତ ୧୧ ଟି ଗାଡି ପିଟି ହୋଇଯାଇ ଅତି କମରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଦୁର୍ଘଟଣା ଯୋଗୁ ଏକ୍ସପ୍ରେସୱେରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। I ମହାରାଷ୍ଟ୍ରର ଖୋପୋଲି ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ପ୍ରାୟ ୧୨ ଟି ଗାଡି କ୍ଷତିଗ୍ରସ୍ତ […]

Samaya Live Picture
Published On

ମହାରାଷ୍ଟ୍ର : ଗୁରୁବାର ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଘଟି ଯାଇଛି ଭୟଙ୍କର ସିରିଜ ଦୁର୍ଘଟଣା I ଏକ ସହିତ ୧୧ ଟି ଗାଡି ପିଟି ହୋଇଯାଇ ଅତି କମରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଦୁର୍ଘଟଣା ଯୋଗୁ ଏକ୍ସପ୍ରେସୱେରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। I

ମହାରାଷ୍ଟ୍ରର ଖୋପୋଲି ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ପ୍ରାୟ ୧୨ ଟି ଗାଡି କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି। ଦ୍ରୁତ ଗତିରେ ଯାଉଥିବା ଗୋଟିଏ କାର ର ବ୍ରେକ ଫେଲ ହେବା ଯୋଗୁଁ ,କାରଟି ପ୍ରଥମେ ଡିଭାଇଡର ର ପିଟିହୋଇ ଏକ ଟ୍ରକକୁ ଧକ୍କା ଦେଇଥିଲା । ଏହା ପରେ ଟ୍ରକଟି ଭାରସାମ୍ୟ ହରାଇ ଗୋଟିଏ ପରେ ଗୋଟିଏ ଗାଡିକୁ ଧକ୍କା ଦେଇ ଚାଲିଥିଲା ଏଥିରେ କାର ଥିବା ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି I ଘଟଣାସ୍ଥଳରୁ ଭିଡିଓରେ ଆମ୍ବୁଲାନ୍ସ ଭିତରେ ବସିଥିବା ଆହତ ବ୍ୟକ୍ତିଙ୍କ ସହ ରାସ୍ତାରେ ଗଣ୍ଡଗୋଳ ଏବଂ ନଷ୍ଟ ହୋଇଯାଇଥିବା କାର ଦେଖାଯାଇଛି। ଏବେ ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଅନେକ ଗାଡ଼ିର ଛାତ ଉଡ଼ିଯାଇଥିବା ଦେଖିବାକୁ ମିଳିଛି। କାର୍‌ଗୁଡ଼ିକ ସହ ଟ୍ରକ୍‌ ମଧ୍ୟ ଧକ୍କା ହୋଇଛି। କେତେକ ଗାଡ଼ିର ସାମ୍ନା ପାର୍ଶ୍ୱ ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍‌ମାର ହୋଇଯାଇଛି।

Tags: