ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷା ରେ ତ୍ରୁଟି : କାରକେଡ୍‌ ଆଗରେ ଗାଡି ରଖିଲେ ଟିଆରଏସ୍‌ ନେତା

ତେଲେଙ୍ଗାନା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷା ରେ ତ୍ରୁଟି ପୁଣି ଥରେ ସାମ୍ନାକୁ ଆସିଛି। ତେଲେଙ୍ଗାନା ମୁକ୍ତି ଦିବସ ଅବସରରେ ହାଇଦ୍ରାବାଦରେ ପହଞ୍ଚିଥିବା ଅମିତ ଶାହାଙ୍କ କାରକେଡ୍‌ ସାମ୍ନାରେ ଟିଆରଏସ ନେତାଙ୍କ କାର ଧସେଇ ପଶିଛି । ଏହା ପରେ ସୁରକ୍ଷା କର୍ମୀମାନେ ଅତିଶୀଘ୍ର ତାଙ୍କ କାରକୁ କାରକେଡ ସାମ୍ନାରୁ ହଟାଇ ଦେଇଥିଲେ। ସୂଚନାନୁସIରେ ଗୃହମନ୍ତ୍ରୀ ଅମିତ ଶIହI ଶୁକ୍ରବାର ବିଳମ୍ବିତ ରାତିରେ ହାଇଦ୍ରାବାଦରେ ପହଞ୍ଚିଥିଲେ । ସେ ଆଜି ‘ହାଇଦ୍ରାବାଦ ମୁକ୍ତି ଦିବସ’ମୁକ୍ତି ଦିବସ […]

Samaya Live Picture
Published On

ତେଲେଙ୍ଗାନା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷା ରେ ତ୍ରୁଟି ପୁଣି ଥରେ ସାମ୍ନାକୁ ଆସିଛି। ତେଲେଙ୍ଗାନା ମୁକ୍ତି ଦିବସ ଅବସରରେ ହାଇଦ୍ରାବାଦରେ ପହଞ୍ଚିଥିବା ଅମିତ ଶାହାଙ୍କ କାରକେଡ୍‌ ସାମ୍ନାରେ ଟିଆରଏସ ନେତାଙ୍କ କାର ଧସେଇ ପଶିଛି । ଏହା ପରେ ସୁରକ୍ଷା କର୍ମୀମାନେ ଅତିଶୀଘ୍ର ତାଙ୍କ କାରକୁ କାରକେଡ ସାମ୍ନାରୁ ହଟାଇ ଦେଇଥିଲେ।

ସୂଚନାନୁସIରେ ଗୃହମନ୍ତ୍ରୀ ଅମିତ ଶIହI ଶୁକ୍ରବାର ବିଳମ୍ବିତ ରାତିରେ ହାଇଦ୍ରାବାଦରେ ପହଞ୍ଚିଥିଲେ । ସେ ଆଜି ‘ହାଇଦ୍ରାବାଦ ମୁକ୍ତି ଦିବସ’ମୁକ୍ତି ଦିବସ ଅବସରରେ ଅନେକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ଟିଆରଏସ ନେତା ଗୋସୁଲା ଶ୍ରୀନିବାସ ତାଙ୍କ କାରକୁ ଶାହାଙ୍କ କାରକେଡ ସମ୍ମୁଖରେ ରୋକି ଦେଇଥିଲେ । ଏ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ଶ୍ରୀନିବାସ କହିଛନ୍ତି, ଭୁଲରେ ତାଙ୍କ କାର କାରକେଡ୍ ଆଗରେ ରହିଯାଇଥିଲା। ସେ ଖୁୁବ୍ ଟେନସନ୍‌ରେ ଥିଲେ। ଏହାପରେ ସୁରକ୍ଷାକର୍ମୀ ମାନେ ତାଙ୍କ କାରଟିକୁ ସେଠାରୁ ବଳ ପୂର୍ବକ ହଟାଇଦେଇଥିଲେ I ଏହାପରେ ପୋଲିସ କର୍ମଚାରୀ ଟିଆରଏସ୍ ନେତା ଶ୍ରୀନିବାସଙ୍କୁ ଅଟକ ରଖିଛନ୍ତି।

ଉଲ୍ଲେଖନୀୟ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହାଇଦ୍ରାବାଦ ଗସ୍ତରେ ଅଛନ୍ତି, ଏଠାରେ ଶାହ ‘ହାଇଦ୍ରାବାଦ ମୁକ୍ତି ଦିବସ’ ରେ ଆୟୋଜିତ ସମାରୋହକୁ ସମ୍ବୋଧିତ କରି କହିଛନ୍ତି, ଯଦି ସର୍ଦ୍ଦାର ପଟେଲ ନଥାନ୍ତେ, ତେବେ ହାଇଦ୍ରାବାଦକୁ ମୁକ୍ତ କରିବାରେ ଆହୁରି କିଛି ବର୍ଷ ଲାଗିଥାନ୍ତା। ସେ କହିଛନ୍ତି, ସର୍ଦ୍ଦାର ପଟେଲ ଜାଣିଥିଲେ ଯେଉଁ ପର୍ଯ୍ୟନ୍ତ ନିଜାମଙ୍କର ରଜାକାରଙ୍କୁ ହରାଇ ଦିଆନଯାଇଛି। ସେ ପର୍ଯ୍ୟନ୍ତ ଅଖଣ୍ଡ ଭାରତର ସ୍ବପ୍ନକୁ ସାକାର କରିହେବନି।

ଅନ୍ୟପକ୍ଷରେ ଟିଆରଏସ ନେତା ଗୋସୁଲା ଶ୍ରୀନିବାସ କହିଛନ୍ତି ମୁଁ ଚାପରେ ଥିଲି। ତେଣୁ କାରଟି ହଠାତ୍ ସେଠାରେ ଅଟକି ଗଲା I ସେମାନେ ମୋ କାରକୁ ଧକ୍କା ଏବଂ ଭଙ୍ଗାରୁଜା କରିଛନ୍ତି । ଏଥିପାଇଁ ମୁଁ ପୋଲିସ ଅଧିକାରୀଙ୍କ ସହ ଏହି ପ୍ରସଙ୍ଗରେ କଥା ହେବି।

ଏହାପୂର୍ବରୁ ସୋମବାର ମୁମ୍ବାଇରେ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଥିଲା। ମୁମ୍ବାଇରେ ଜଣେ ବ୍ୟକ୍ତି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆଖପାଖରେ ଘଣ୍ଟା ଘଣ୍ଟା ଧରି ବୁଲୁଥିଲେ। ସେ ନିଜକୁ ଆନ୍ଧ୍ରପ୍ରଦେଶର ଜଣେ ସାଂସଦଙ୍କ PA ବୋଲି ପରିଚୟ ଦେଇଥିଲେ । ଏହା ପରେ ମୁମ୍ବାଇ ପୋଲିସ ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ହେମନ୍ତ ପାୱାରଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ଗୃହ ମନ୍ତ୍ରଣାଳୟର ପରିଚୟ ପତ୍ର ଜବତ କରାଯାଇଥିଲା । ତାଙ୍କୁ ମହାରାଷ୍ଟ୍ର ସିଏମ ଏବଂ ଡେପୁଟି ସିଏମଙ୍କ ବାସଭବନ ବାହାରେ ମଧ୍ୟ ଦେଖିବାକୁ ମିଳିଥିଲା। ଅଭିଯୁକ୍ତ ପ୍ରସଙ୍ଗରେ ହେମନ୍ତ ପାୱାରଙ୍କୁ ପୋଲିସ କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ପାଞ୍ଚ ଦିନ ରିମାଣ୍ଡରେ ନେଇଛନ୍ତି।