ଦୁର୍ଘଟଣା ଗ୍ରସ୍ତ ବିମାନର ମିଳିଲା ୨ୟ ବ୍ଲାକ ବକ୍ସ

ଅହମ୍ମଦାବାଦ : ଉଦ୍ଧାରହେଲା ଅହମ୍ମଦାବାଦ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବୋଇଂ ଡ୍ରିମଲାଇନ ବିମାନର ୨ୟ ବ୍ଲାକ ବକ୍ସ । ଏହାସହ କକପିଟ ର ଭଏସ ରେକର୍ଡର ମଧ୍ୟ ଉଦ୍ଧାର କରାଯାଇଛି । ୨ ଯାକ ବ୍ଲାକ ବକ୍ସ ଉଦ୍ଧାର ପରେ ଏହାକୁ ଡି’କୋଡ଼ କରିବାକୁ ଚେଷ୍ଟା କରାଯାଉଛି । ଏହାଦ୍ୱାରା ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି । ବ୍ଲାକବକ୍ସ ଜବତ ହୋଇଥିବା ନେଇ ତଦନ୍ତକାରୀ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କୁ ଅବଗତ […]

ଦୁର୍ଘଟଣା ଗ୍ରସ୍ତ ବିମାନର ମିଳିଲା ୨ୟ ବ୍ଲାକ ବକ୍ସ
Samaya Live Picture
Published On

ଅହମ୍ମଦାବାଦ : ଉଦ୍ଧାରହେଲା ଅହମ୍ମଦାବାଦ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବୋଇଂ ଡ୍ରିମଲାଇନ ବିମାନର ୨ୟ ବ୍ଲାକ ବକ୍ସ । ଏହାସହ କକପିଟ ର ଭଏସ ରେକର୍ଡର ମଧ୍ୟ ଉଦ୍ଧାର କରାଯାଇଛି । ୨ ଯାକ ବ୍ଲାକ ବକ୍ସ ଉଦ୍ଧାର ପରେ ଏହାକୁ ଡି’କୋଡ଼ କରିବାକୁ ଚେଷ୍ଟା କରାଯାଉଛି । ଏହାଦ୍ୱାରା ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି । ବ୍ଲାକବକ୍ସ ଜବତ ହୋଇଥିବା ନେଇ ତଦନ୍ତକାରୀ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କୁ ଅବଗତ କରିଛନ୍ତି। ପୂର୍ବରୁ ବିମାନର ଭଗ୍ନାବଶେଷ ତଳୁ ଗୋଟିଏ ବ୍ଲାକବକ୍ସ ମିଳିଥିଲା। ତଦନ୍ତ ଭିତରେ ବିମାନର ଦୁଇଟିଯାକ ବ୍ଲାକବକ୍ସ ମିଳି ସାରିଛି।

ରବିବାର ପିକେ ମିଶ୍ର ବିମାନଦୁର୍ଘଟଣା ସ୍ଥଳ ବୁଲିବା ସହ ହସ୍ପିଟାଲରେ ଆହତମାନଙ୍କୁ ଭେଟିଥିଲେ। ପୂର୍ବରୁ ବିମାନ ଦୁର୍ଘଟଣାର ତଦନ୍ତରକାରୀ ଟିମ୍ ବିମାନ ଡାଟା ରେକର୍ଡ ଜବତ କରିଥିଲା । ଆଉ ଏବେ କକପିଟ୍ ଭଏସ ରେକର୍ଡର ବ୍ଲାକବକ୍ସ ଜବତ ହୋଇଛି। ଉଭୟ ବ୍କାକ ବକ୍ସ ଯଥା ଏଫଡିଆର ଏବଂ ସିଭିଆରକୁ ଠାବ କରିବା ସହ ସୁରକ୍ଷିତ ରଖଯାଇଛି। ଦୁଇଟିଯାକ ବ୍ଲାକବକ୍ସ ମିଳିଥିବାରୁ ତଦନ୍ତରେ ଏହା ସହାୟକ ହେବ। କକପିଟ୍ ଭଏସ୍ ରେକର୍ଡର ବ୍ଲାକବକ୍ସ ମିଳିଥିବା ତଦନ୍ତକାରୀ ଟିମ୍ ସ୍ପଷ୍ଟ କରିଛନ୍ତି। ଏଥିରୁ ଜଣାପଡ଼ିବ ଦୁର୍ଘଟଣା ପଛର ସମ୍ଭାବ୍ୟ କାରଣ।

ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କ ସମେତ ୨୭୦ ଜଣଙ୍କ ମୃତ୍ୟୁ ହୋଇଥିଲା। ପିଏମଙ୍କ ପ୍ରମୁଖ ସଚିବ ପି କେ ମିଶ୍ର ଗତକାଲି ଦୁର୍ଘଟଣାସ୍ଥଳ ଗସ୍ତ କରିଥିଲେ। ଏତିକିବେଳେ ତଦନ୍ତକାରୀ ଟିମ୍ ତାଙ୍କୁ ଦୁଇଟି ଯାକ ବ୍ଲାକବକ୍ସ ମିଳିଥିବା ସୂଚନା ଦେଇଥିଲେ।

Tags: