କାନପୁରରେ ସ୍କୁଟର ବିସ୍ଫୋରଣରେ ୮ ଆହତ

କାନପୁର: ଉତ୍ତର ପ୍ରଦେଶ କାନପୁରର ମିଶ୍ରି ବଜାର ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଦୁଇଟି ସ୍କୁଟରରେ ବିସ୍ଫୋରଣ ହୋଇ ୮ ଜଣ ଆହତ ହୋଇଛନ୍ତି। କାନପୁର ଯୁଗ୍ମ ପୁଲିସ ଆୟୁକ୍ତ (ଆଇନ ଓ ଶୃଙ୍ଖଳା) ଆଶୁତୋ‌ଷ କୁମାର କହିଛନ୍ତି ଯେ, ମୁଲଗଞ୍ଜ ଥାନା ଅନ୍ତର୍ଗତ ମିଶ୍ରି ବଜାରରେ ରହିଥିବା ଦୁଇଟି ସ୍କୁଟରରେ ସନ୍ଧ୍ୟା ୭.୧୫ରେ ହଠାତ ବିସ୍ଫୋରଣ ଘଟିଥିଲା। ଏଥିରେ ଜଣେ ମହିଳାଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି। ମହିଳା ଜଣଙ୍କ ବିସ୍ଫୋରଣରେ ଅଧିକ ଗୁରୁତର ହୋଇଥିବା […]

କାନପୁରରେ ସ୍କୁଟର ବିସ୍ଫୋରଣରେ ୮ ଆହତ
Samaya Live Picture
Published On

କାନପୁର: ଉତ୍ତର ପ୍ରଦେଶ କାନପୁରର ମିଶ୍ରି ବଜାର ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଦୁଇଟି ସ୍କୁଟରରେ ବିସ୍ଫୋରଣ ହୋଇ ୮ ଜଣ ଆହତ ହୋଇଛନ୍ତି। କାନପୁର ଯୁଗ୍ମ ପୁଲିସ ଆୟୁକ୍ତ (ଆଇନ ଓ ଶୃଙ୍ଖଳା) ଆଶୁତୋ‌ଷ କୁମାର କହିଛନ୍ତି ଯେ, ମୁଲଗଞ୍ଜ ଥାନା ଅନ୍ତର୍ଗତ ମିଶ୍ରି ବଜାରରେ ରହିଥିବା ଦୁଇଟି ସ୍କୁଟରରେ ସନ୍ଧ୍ୟା ୭.୧୫ରେ ହଠାତ ବିସ୍ଫୋରଣ ଘଟିଥିଲା। ଏଥିରେ ଜଣେ ମହିଳାଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି। ମହିଳା ଜଣଙ୍କ ବିସ୍ଫୋରଣରେ ଅଧିକ ଗୁରୁତର ହୋଇଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ହୋଇଥିବା ଗାଡ଼ିର ନମ୍ବର ଆମ ପାଖରେ ଅଛି। ନିକଟସ୍ଥ କେତେକ ଦୋକାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଯୁଗ୍ମ ପୁଲିସ ଆୟୁକ୍ତ ସୂଚନା ଦେଇଛନ୍ତି । ପୁଲିସ ପଇଁତରା ମାରୁଥିବାବେଳେ ବିସ୍ଫୋରଣ ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲା। ତୁରନ୍ତ ସେହି ସ୍ଥାନକୁ ଘେରାଇ ଦିଆଯିବା ସହିତ ଫରେନସିକ ଟିମ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା।

Tags: