ଅଭାବନୀୟ, ଛୁରୀରେ ନିଜ ବେକ କାଟି ହାତରେ ବନ୍ଧୁକ ଧରି ରାସ୍ତାରେ ଗୋଡ଼ାଇଲେ ଯୁବକ

ନୂଆଦିଲ୍ଲୀ : ଗତକାଲି ସନ୍ଧ୍ୟା ୬ଟା ୩୦ ମିନିଟ ସମୟରେ ଦିଲ୍ଲୀର ନାଥୁ କଲୋନୀ ଛକ ନିକଟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା I ଏହି ଦୃଶ୍ୟ ଦେଖି ଭୟରେ ଲୋକ ମାନେ ଯିଏ ଯୁଆଡେ ପାରିଲା ଧାଇଁ ପଳାଇବାକୁ ଚେଷ୍ଟା କରିଥିଲେ I ହଠାତ ଦେଖିବାକୁ ମିଳିଥିଲା ଜଣେ ବ୍ୟକ୍ତି ଛୁରୀରେ ନିଜ ଗଳା କାଟି ରକ୍ତ ଜୁଡୁବୁଡୁ ହୋଇ ହାତରେ ପିସ୍ତଲ ଧରି ରାସ୍ତାରେ ଦୌଡ଼ି ଥିଲେ । ଖାଲି ସେତିକି ନୁହେଁ […]

Samaya Live Picture
Published On

ନୂଆଦିଲ୍ଲୀ : ଗତକାଲି ସନ୍ଧ୍ୟା ୬ଟା ୩୦ ମିନିଟ ସମୟରେ ଦିଲ୍ଲୀର ନାଥୁ କଲୋନୀ ଛକ ନିକଟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା I ଏହି ଦୃଶ୍ୟ ଦେଖି ଭୟରେ ଲୋକ ମାନେ ଯିଏ ଯୁଆଡେ ପାରିଲା ଧାଇଁ ପଳାଇବାକୁ ଚେଷ୍ଟା କରିଥିଲେ I ହଠାତ ଦେଖିବାକୁ ମିଳିଥିଲା ଜଣେ ବ୍ୟକ୍ତି ଛୁରୀରେ ନିଜ ଗଳା କାଟି ରକ୍ତ ଜୁଡୁବୁଡୁ ହୋଇ ହାତରେ ପିସ୍ତଲ ଧରି ରାସ୍ତାରେ ଦୌଡ଼ି ଥିଲେ । ଖାଲି ସେତିକି ନୁହେଁ ମଝିରେ ମଝିରେ ବ୍ଲାଙ୍କ୍‌ ଫାୟରିଂ ମଧ୍ୟ କରୁଥିଲେ I ତେଣୁ କାହା ଦେହରେ ଗୁଳି ବାଜିଯିବା ଭୟରେ ଲୋକମାନେ ଏଣେ ତେଣେ ଧାଇଁ ଥିଲେ Iଏହି ବ୍ୟକ୍ତି ଜଣଙ୍କ କୃଷ୍ଣ ଶେରୱାଲ ବୋଲି ଜଣାପଡିଛି, ଯିଏ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଏମିତି ଘଟଣା ପରେ ସ୍ଥାନୀୟ ମାର୍ଚ୍ଚ ୧୬ ରେ ସନ୍ଧ୍ୟା ୬:୪୦ ଏମଏସ ପାର୍କ ପୋଲିସ ଷ୍ଟେସନରେ ଦୁଇଟି PCR କଲ ଆସିଥିଲା ଯେ, କୃଷ୍ଣ ଶେରୱାଲ ନାମକ ଜଣେ ବ୍ୟକ୍ତି ଛୁରୀରେ ନିଜ ଗଳା କାଟି ଦେଇଛି। ସେହି ଛୁରୀଟି ନାଥୁ କଲୋନୀ ନିକଟରେ ସର୍ବସାଧାରଣ ସ୍ଥାନରେ ଏକ ପିସ୍ତଲ ଧରି ଦୌଡ଼ି କିଛି ସ୍ଥାନରେ ଗୁଳି ମଧ୍ୟ ଚଳାଇଥିଲା।ଜଣେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ଉକ୍ତ ବ୍ୟକ୍ତି ଭୁଜାଲିରେ ନିଜ ବେକ ନିଜେ କାଟିଥିବା ସହ ଚିତ୍କାର କରି ଲୋକଙ୍କ ଆଡ଼କୁ ମାଡ଼ି ଆସିଥିଲା । ଫଳରେ ଲୋକମାନେ ଡରିଯାଇଥିଲେ। ଏହି ସମୟରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ କାବୁ କରିବାକୁ ଚେଷ୍ଟା କରିଥିଲା । ଏଥିରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଦୁର୍ବୃତ୍ତ ଜଣକ ପୋଲିସ ଅଧିକାରୀଙ୍କଠାରୁ ବନ୍ଧୁକ ଛଡ଼ାଇ ନେଇ ବ୍ଲାଙ୍କ୍‌ ଫାୟାରିଂ କରି ଲୋକଙ୍କୁ ଡରାଇଥିଲା । ହେଲେ ପର ମୁହୁର୍ତ୍ତରେ ପୋଲିସ ଅଧିକାରୀ ତାକୁ କାବୁ କରି ବନ୍ଧୁକ ଛଡ଼ାଇ ଆଣିଥିଲେ ।

ସେହି ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ଧାରା ୩୦୭, ୩୯୪, ୩୯୭, ୧୮୬ ଏବଂ ୩୫୩ ଏବଂ ଆର୍ମସ ଆକ୍ଟର ଧାରା ୨୭ ଅନୁଯାୟୀ ଏମଏସ ପାର୍କ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ତେବେ କୃଷ୍ଣ ଶେରୱାଲ ନିଜ ପତ୍ନୀଙ୍କ ଠାରୁ ଅଲଗା ହେବାପରେ ମାନସିକ ଅବସାଦ ଦେଇ ଗତି କରୁଥିବା ଜଣା ପଡିଛି I

Tags: