ପାନ ମସଲା ବିଜ୍ଞାପନ ପାଇଁ ସଲମାନଙ୍କୁ କୋର୍ଟ ନୋଟିସ
କୋଟା: ପାନ ମସଲା ବିଜ୍ଞାପନ ପାଇଁ ଅଭିନେତା ସଲମାନ ଖାନ ଅଡୁଆରେ ପଡ଼ି ଯାଇଛନ୍ତି। କୋଟା ସ୍ଥିତ ଏକ ଖାଉଟି ଅଦାଲତ ନୋଟିସ ଜାରି କରି ତାଙ୍କୁ ଜବାବ ରଖିବାକୁ କହିଛନ୍ତି। ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ଇନ୍ଦର ମୋହନ ସିଂହ ହନି ମାମଲା ରୁଜୁ କରିବା ସହିତ ଏପରି ବିଭ୍ରାନ୍ତିକର ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ହନିଙ୍କ ଅଭିଯୋଗ ଯେ, ରାଜଶ୍ରୀ ପାନ ମସଲା ଓ ସଲମାନ ଖାନ ବିଜ୍ଞାପନ ମାଧ୍ୟମରେ […]
କୋଟା: ପାନ ମସଲା ବିଜ୍ଞାପନ ପାଇଁ ଅଭିନେତା ସଲମାନ ଖାନ ଅଡୁଆରେ ପଡ଼ି ଯାଇଛନ୍ତି। କୋଟା ସ୍ଥିତ ଏକ ଖାଉଟି ଅଦାଲତ ନୋଟିସ ଜାରି କରି ତାଙ୍କୁ ଜବାବ ରଖିବାକୁ କହିଛନ୍ତି। ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ଇନ୍ଦର ମୋହନ ସିଂହ ହନି ମାମଲା ରୁଜୁ କରିବା ସହିତ ଏପରି ବିଭ୍ରାନ୍ତିକର ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ହନିଙ୍କ ଅଭିଯୋଗ ଯେ, ରାଜଶ୍ରୀ ପାନ ମସଲା ଓ ସଲମାନ ଖାନ ବିଜ୍ଞାପନ ମାଧ୍ୟମରେ ବିଭ୍ରାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। କେଶରଯୁକ୍ତ ପାନ ମସଲା ଓ ଗୁଜରାତି ସମ୍ପର୍କରେ ବିଜ୍ଞାପନରେ ଦାବି କରାଯାଉଛି। ଏହି ଦାବିର ସତ୍ୟତା ଉପରେ ସେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଗୋଟିଏ କେଜି କେଶର ମୂଲ୍ୟ ୪ ଲକ୍ଷ ଟଙ୍କା ହୋଇଥିବା ବେଳେ ଏଥିରେ ପ୍ରସ୍ତୁତ ଉତ୍ପାଦ କିପରି ୫ ଟଙ୍କାରେ ମିଳିପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ବିଭ୍ରାନ୍ତିକର ବିଜ୍ଞାପନ ଦେଖି ଯୁବପିଢ଼ି ପାନ ମସଲା ଖାଇବାକୁ ଅଧିକ ଆଗ୍ରହ ପ୍ରକାଶ କରିବେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। କୋଟା ଖାଉଟି ଅଦାଲତ ଏହାକୁ ଗୁରୁତ୍ବର ସହ ନେଇଛି ଏବଂ ନଭେମ୍ବର ୨୭ରେ ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛି। ଉଭୟ କମ୍ପାନି ଓ ସଲମାନଙ୍କଠାରୁ ଏହାର ଜବାବ ନେଇ ଅପେକ୍ଷା କରାଯାଇଛି।




