ଭାରତ ମହାସାଗରରେ ୩ ରୁଷିଆ ଯୁଦ୍ଧପୋତ, ଚିଟାଗଙ୍ଗ ବନ୍ଦରରେ ରୁଷିଆ ନୌସେନା ଜାହାଜ
ଢ଼ାକା:ପଡୋଶୀ ବାଂଲାଦେଶ ସହିତ ଭାରତର ସମ୍ପର୍କ ତିକ୍ତ ଆଡ଼କୁ ଯାଉଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆଉ ଆଗଭଳି ନାହିଁ। ଆଉ ଏହାରି ଭିତରେ ତିନୋଟି ରୁଷିଆ ଯୁଦ୍ଧଜାହାଜ ବଙ୍ଗୋପସାଗରରେ ପହଞ୍ଚିବା ଅନେକ ଆଶଙ୍କା ତିଆରି କରିଛି। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବାଂଲାଦେଶର ଚିଟାଗଙ୍ଗ ବନ୍ଦରରେ ତିନୋଟି ରୁଷିଆ ନୌସେନା ଜାହାଜ, ଆଡମିରାଲ ଟ୍ରିବଟ୍ସ, ଆଡମିରାଲ ପାଣ୍ଟେଲେଭ ଏବଂ ଟ୍ୟାଙ୍କର ପେଚେଙ୍ଗା ପହଞ୍ଚିଛି। କଣ ପାଇଁ ଏହି ଜାହାଜ ଗୁଡ଼ିକ ପହଞ୍ଚିଛି ତାକୁ ନେଇ […]
ଢ଼ାକା:ପଡୋଶୀ ବାଂଲାଦେଶ ସହିତ ଭାରତର ସମ୍ପର୍କ ତିକ୍ତ ଆଡ଼କୁ ଯାଉଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆଉ ଆଗଭଳି ନାହିଁ। ଆଉ ଏହାରି ଭିତରେ ତିନୋଟି ରୁଷିଆ ଯୁଦ୍ଧଜାହାଜ ବଙ୍ଗୋପସାଗରରେ ପହଞ୍ଚିବା ଅନେକ ଆଶଙ୍କା ତିଆରି କରିଛି। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବାଂଲାଦେଶର ଚିଟାଗଙ୍ଗ ବନ୍ଦରରେ ତିନୋଟି ରୁଷିଆ ନୌସେନା ଜାହାଜ, ଆଡମିରାଲ ଟ୍ରିବଟ୍ସ, ଆଡମିରାଲ ପାଣ୍ଟେଲେଭ ଏବଂ ଟ୍ୟାଙ୍କର ପେଚେଙ୍ଗା ପହଞ୍ଚିଛି। କଣ ପାଇଁ ଏହି ଜାହାଜ ଗୁଡ଼ିକ ପହଞ୍ଚିଛି ତାକୁ ନେଇ ଅନେକ ତର୍କ ବିତର୍କ ଆରମ୍ଭ ହେଲାଣି।
ସୂଚନା ଯୋଗ୍ୟ, ପୂର୍ବରୁ ବାଂଲାଦେଶ ସେନା ମୁଖ୍ୟ ମସ୍କୋ ଗସ୍ତ କରିଥିଲେ। ଭାରତର ବନ୍ଧୁ ରୁଷିଆ ବାଂଲାଦେଶ ସହିତ ମିଶି ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛି ବୋଲି ସେତେବେଳେ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ଏବେ ବଙ୍ଗୋପସାଗରରେ ୩ ରୁଷୀୟ ଯୁଦ୍ଧଜାହାଜକୁ ବାଂଲାଦେଶର ଭାରତ ବିରୋଧୀ ରଣନୀତିର ଆଶଙ୍କାକୁ ବଢେଇ ଦେଇଛି।




