ୟୁୁକ୍ରେନ ଉପରେ ରୁଷ୍‌ର ଭୀଷଣ ଆକ୍ରମଣ

କିବ୍‌: ରୁଷ୍‌ ରବିବାର ରାତିରେ ୟୁ‌କ୍ରେନ୍ ଉପରେ ଅତି ଭୟଙ୍କର ଆକ୍ରମଣ କରିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷର ବାଳିକା ଅଛନ୍ତି। ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କିବ୍‌କୁ ଟାର୍ଗେଟ କରି ହୋଇଥିବା ଏହି ଆକ୍ରମଣରେ ସାରା ସହର ଧ୍ବସ୍ତବିଧ୍ବସ୍ତ ହୋଇଛି। ରାଜଧାନୀ କିବ୍‌ରେ ୨୦ ରୁ ଅଧିକ ସ୍ଥାନ ଏଥିରେ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଇଛି। ଏଥିରେ ଆବାସିକ କୋଠା ସହିତ, ନାଗରିକ ପ୍ରତିଷ୍ଠାନ, ହସ୍ପିଟାଲ, କିଣ୍ଡରଗାର୍ଟେନ ରହିଛି। […]

ୟୁୁକ୍ରେନ ଉପରେ ରୁଷ୍‌ର ଭୀଷଣ ଆକ୍ରମଣ
Samaya Live Picture
Published On

କିବ୍‌: ରୁଷ୍‌ ରବିବାର ରାତିରେ ୟୁ‌କ୍ରେନ୍ ଉପରେ ଅତି ଭୟଙ୍କର ଆକ୍ରମଣ କରିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷର ବାଳିକା ଅଛନ୍ତି। ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କିବ୍‌କୁ ଟାର୍ଗେଟ କରି ହୋଇଥିବା ଏହି ଆକ୍ରମଣରେ ସାରା ସହର ଧ୍ବସ୍ତବିଧ୍ବସ୍ତ ହୋଇଛି। ରାଜଧାନୀ କିବ୍‌ରେ ୨୦ ରୁ ଅଧିକ ସ୍ଥାନ ଏଥିରେ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଇଛି। ଏଥିରେ ଆବାସିକ କୋଠା ସହିତ, ନାଗରିକ ପ୍ରତିଷ୍ଠାନ, ହସ୍ପିଟାଲ, କିଣ୍ଡରଗାର୍ଟେନ ରହିଛି। ଗତ ମାସରେ କିବ୍ ଉପରେ ହୋଇଥିବା ଆକ୍ରମଣରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା। ତା’ ପରଠାରୁ ଏହି ଆକ୍ରମଣ ସବୁଠାରୁ ବଡ଼ଧରଣର ବୋଲି କୁହାଯାଇଛି। ୟୁକ୍ରେନ ବାୟୁସେନା ପକ୍ଷରୁ ରବିବାର କୁହାଯାଇଛି ଯେ, ରୁଷ୍‌ ମୋଟ ୫୯୫ ବିସ୍ଫୋରକ ଡ୍ରୋନ ଓ ୪୮ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏଥିରୁ ୫୬୬ ଡ୍ରୋନ ଓ ୪୫ କ୍ଷେପଣାସ୍ତ୍ର ୟୁକ୍ରେନ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିଦେଇଥିଲା। ଆକ୍ରମଣ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବାବେଳେ ଏଥିରେ ଏକ କାର୍ଡିଓଲୋଜି କ୍ଲିନିକ, ଫ୍ୟାକ୍ଟ୍ରି ଓ ଆବାସିକ କୋଠା ଧ୍ବଂସ ହୋଇଥିବା ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି। ଜେଲନେସ୍କି କହିଛନ୍ତି ଯେ, ଜାପୋରିଝିଆ, ଖ‌ମେଲନିସ୍କି, ସୁମି, ମାୟୋକୋଲାଇବ, ଚେର୍ନିହାଇଭ୍ ଓ ଓଡେଶାରେ ମଧ୍ୟ ରୁଷ୍‌ ପକ୍ଷରୁ ଆକ୍ରମଣ କରାଯାଇଛି। ପୂରା ୟୁକ୍ରେନରେ ଏଥିଯୋଗୁ ଅତିକମ୍‌ରେ ୪୦ ଜଣ ଆହତ ହୋଇଛନ୍ତି। ‌ଜେଲେନସ୍କି ଏନେଇ ପୁଣି ଥରେ ରୁଷ୍‌ର କଡ଼ା ନିନ୍ଦା କରିବା ସହିତ ଏହା ଉପରେ ଅଧିକ କଟକଣା ଲଗେଇବାକୁ ଆର୍ନ୍ତଜାତିକ ସମୁଦାୟ ନିକଟରେ ଦାବି କରିଛନ୍ତି। 

Tags: