୨୦ ବର୍ଷ ପରେ ଡଲାର ତୁଳନାରେ ସର୍ବନିମ୍ନ ସ୍ତରରେ ଟଙ୍କାର ମୂଲ୍ୟ
ନୂଆଦିଲ୍ଲୀ : ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଲଗାତାର ହ୍ରାସ ପାଇବାରେ ଲାଗିଛି । ବୁଧବାର ଅନ୍ତର୍ଜାତୀୟ ବଜାରରେ କାରବାର ଶେଷ ହେବା ବେଳକୁ ଆମେରିକୀୟ ଡଲାର ତୁଳନାରେ ଟଙ୍କା ୪୨ ପଇସା ହ୍ରାସ ପାଇ ୮୦ .୩୮ ସ୍ତରରେ ପହଞ୍ଚିଛି । ବୁଧବାର ଐତିହାସିକ ହ୍ରାସ ସହ ବନ୍ଦ ହୋଇଥିବା ବାଣିଜ୍ୟ ବଜାର ଗୁରୁବାର ଦିନ କାରବାର ଆରମ୍ଭରୁ ହିଁ ଟଙ୍କାର ମୂଲ୍ୟ ଖସିଛି । ବୁଧବାର ଦିନ ଡଲାର ତୁଳନାରେ ୭୯ .୭୯ ଟଙ୍କା […]
ନୂଆଦିଲ୍ଲୀ : ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଲଗାତାର ହ୍ରାସ ପାଇବାରେ ଲାଗିଛି । ବୁଧବାର ଅନ୍ତର୍ଜାତୀୟ ବଜାରରେ କାରବାର ଶେଷ ହେବା ବେଳକୁ ଆମେରିକୀୟ ଡଲାର ତୁଳନାରେ ଟଙ୍କା ୪୨ ପଇସା ହ୍ରାସ ପାଇ ୮୦ .୩୮ ସ୍ତରରେ ପହଞ୍ଚିଛି । ବୁଧବାର ଐତିହାସିକ ହ୍ରାସ ସହ ବନ୍ଦ ହୋଇଥିବା ବାଣିଜ୍ୟ ବଜାର ଗୁରୁବାର ଦିନ କାରବାର ଆରମ୍ଭରୁ ହିଁ ଟଙ୍କାର ମୂଲ୍ୟ ଖସିଛି । ବୁଧବାର ଦିନ ଡଲାର ତୁଳନାରେ ୭୯ .୭୯ ଟଙ୍କା ରେ ଖୋଲିଥିଲା ଏବଂ ଦିନର କାରବାରରେ କ୍ରମାଗତ ହ୍ରାସ ଘଟିଥିଲା। ଏହା ପୁର୍ବରୁ ଟଙ୍କା ଡଲାର ତୁଳନାରେ ୮୦.୧୨ରେ ପହଞ୍ଚିଥିଲା। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ‘ଫେଡ୍ ରିଜର୍ଭ’ ଲଗାତାର ତୃତୀୟ ଥର ପାଇଁ ସୁଧ ହାର ୭୫୪ ବେସିସ୍ ପଏଣ୍ଟ ବୃଦ୍ଧି କରିଛି। ଏହି କାରଣରୁ ଆମେରିକୀୟ ଡଲାର ୧୧୧.୭୨ରେ ପହଞ୍ଚିଛି। ଯାହା ଗତ ୨୦ ବର୍ଷରେ ଏହାର ଉଚ୍ଚତମ ସ୍ତରରେ ରହିଛି।
କେବଳ ଟଙ୍କା ନହେଁ ଏସିଆର ଅନେକ ଦେଶର ମୁଦ୍ରା ହ୍ରାସ ପାଇଛି । ଡଲାର ତୁଳନାରେ ଚୀନ ମୁଦ୍ରା ୟନ୍ ୭.୧୦ ତଳେ ରହିଛି । ସେଣ୍ଟ୍ରାଲ ବ୍ୟାଙ୍କର କାରବାର ହ୍ରାସ ପାଇଥିବାରୁ ଆଜି ଦିନ ତମାମ ଟଙ୍କାର ମୂଲ୍ୟ ତଳମୁହାଁ ରହିବାର ସମ୍ଭାବନା ରହିଛି । ଏପରିକି କାରବାର ଶେଷ ହେବା ବେଳକୁ ଏକ ଡଲାର ତୁଳନାରେ ଟଙ୍କା ୮୦ ଉପରକୁ ରହିପାରେ । ଆମେରିକାର ଫେଡେରାଲ୍ ରେଟ୍ ବୃଦ୍ଧି କାରଣରୁ ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିଛି । ୟୁଏସ୍ ମାର୍କେଟରେ ପଲିସି ରେଟ୍ ୭୫ ବେସିସ୍ ପଏଣ୍ଟ ବୃଦ୍ଧି ପାଇଛି । ଗତ ୩ ଦିନ ମଧ୍ୟରେ ଏହା ଲଗାତାର ବୃଦ୍ଧି । ଫଳରେ ଭାରତୀୟ ସେୟାର ବଜାର ଗୁରୁବାର ରେଡ୍ ମାର୍କରେ ଆରମ୍ଭ ହୋଇଛି ।
ଗୁରୁବାର କାରବାର ଆରମ୍ଭରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୧୫୨ ପଏଣ୍ଟ ହ୍ରାସ ପାଇ ୫୯, ୩୦୩ ପଏଣ୍ଟରେ ଆରମ୍ଭ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୪୬ ଅଙ୍କ ହ୍ରାସ ପାଇ ୧୭,୬୭୧ ପଏଣ୍ଟରେ ଆରମ୍ଭ ହୋଇଛି । ଅନ୍ତର୍ଜାତୀୟ ବଜାରରେ ମୁଦ୍ରାସ୍ଫୀତି ବୃଦ୍ଧି କାରଣରୁ ଏହାର ପ୍ରଭାବ ସିଧାସଳଖ ଭାରତର ବଜାର ଉପରେ ଦେଖିବାକୁ ମିଳିଛି । ଫଳରେ ଭାରତୀୟ ବଜାରରେ ମଧ୍ୟ ଆଜି ଦିନ ତମାମ୍ କାରବାର ରେଡ୍ ମାର୍କରେ ଚାଲିପାରେ । ତଥାପି ସେନସେକ୍ସ ୫୯ ହଜାର ପଏଣ୍ଟ ଉପରେ କାରବାର କରୁଛି ।




