RRR ଫିଲ୍ମର ଗୀତ ‘ନାଟୁ ନାଟୁ’ ପାଇଲା ଓସ୍କାର ଆୱାର୍ଡ
ନୂଆଦିଲ୍ଲୀ : ଦି ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ରାଜା ମୋୖଳିଙ୍କ ଫିଲ୍ମ RRR ର’ନାଟୁ ନାଟୁ’ଗୀତ ପାଇଛି ପ୍ରସିଦ୍ଧ ଓସ୍କାର ଆୱାର୍ଡ I ଆଜି ଭାରତୀୟ ଫିଲ୍ମ ଓ ସଙ୍ଗୀତ ଦୁନିଆ ପାଇଁ ଗର୍ବର ଦିନ । ଏହି ଆଧାରରେ ଭାରତକୁ ମିଳିଛି ତିନୋଟି ସମ୍ମାନଜନକ ଓସ୍କାର ପୁରସ୍କାର । ଆଜି ଇତିହାସ ରଚିଲା ଭାରତୀୟ ସୁପରହିଟ ଫିଲ୍ମ ‘RRR’। ଫିଲ୍ମର‘ନାଟୁ ନାଟୁ’ ଗୀତକୁ ଓସ୍କାର ଆୱାର୍ଡ ମିଳିଛି। ଶ୍ରେଷ୍ଠ ଅରିଜିନାଲ୍ ଗୀତ ପାଇଁ ‘ନାଟୁ […]
ନୂଆଦିଲ୍ଲୀ : ଦି ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ରାଜା ମୋୖଳିଙ୍କ ଫିଲ୍ମ RRR ର’ନାଟୁ ନାଟୁ’ଗୀତ ପାଇଛି ପ୍ରସିଦ୍ଧ ଓସ୍କାର ଆୱାର୍ଡ I ଆଜି ଭାରତୀୟ ଫିଲ୍ମ ଓ ସଙ୍ଗୀତ ଦୁନିଆ ପାଇଁ ଗର୍ବର ଦିନ । ଏହି ଆଧାରରେ ଭାରତକୁ ମିଳିଛି ତିନୋଟି ସମ୍ମାନଜନକ ଓସ୍କାର ପୁରସ୍କାର । ଆଜି ଇତିହାସ ରଚିଲା ଭାରତୀୟ ସୁପରହିଟ ଫିଲ୍ମ ‘RRR’। ଫିଲ୍ମର‘ନାଟୁ ନାଟୁ’ ଗୀତକୁ ଓସ୍କାର ଆୱାର୍ଡ ମିଳିଛି। ଶ୍ରେଷ୍ଠ ଅରିଜିନାଲ୍ ଗୀତ ପାଇଁ ‘ନାଟୁ ନାଟୁ’କୁ ଓସ୍କାର ଆୱାର୍ଡ ମିଳିଛି। ସେହିପରି ୯୫ତମ ଓସ୍କାରରେ ଭାରତୀୟ ଡକ୍ୟୁମେଣ୍ଟାରୀ ‘ଦ ଏଲିଫ୍ୟାଣ୍ଟ ହୁଇସ୍ପରର୍ସ’ ଓସ୍କାର ଜିତିଛି। ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ଚଳଚ୍ଚିତ୍ର କ୍ୟାଟେଗୋରୀରେ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମକୁ ଓସ୍କାର ଆୱାର୍ଡ ମିଳିଛି।
୩୯ ମିନିଟ୍ର ତାମିଲ ଭାଷାରେ ନିର୍ମିତ ‘ଦ ଏଲିଫ୍ୟାଣ୍ଟ ହୁଇସ୍ପରର୍ସ’ ଶିଶୁ ହାତୀ ଓ ଦମ୍ପତି ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କ ଉପରେ ଆଧାରିତ। ସେହିପରି ପୂର୍ବରୁ ‘ନାଟୁ ନାଟୁ’ ଗୀତକୁ ଗୋଲ୍ଡେନ୍ ଗ୍ଲୋବସ୍ ଆୱାର୍ଡ ମିଳିଥିଲା। ‘ବେଷ୍ଟ ଅରିଜିନାଲ୍ ସଙ୍ଗ’ କାଟାଗୋରୀରେ ଏକାଧିକ ଫିଲ୍ମକୁ ପଛରେ ପକାଇ ଏସ୍ଏସ୍ ରାଜାମୌଲିଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘RRR’ର ଗୀତ ‘ନାଟୁ ନାଟୁ’କୁ ଗୋଲ୍ଡେନ୍ ଗ୍ଲୋବସ୍-୨୦୨୩ ଆୱାର୍ଡ ମିଳିଥିଲା।
ସୂଚନାଯୋଗ୍ୟ ଯେ, ଏସ୍.ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘RRR’ ପୂର୍ବରୁ ସୁପରହିଟ ହୋଇଛି। ଏହି ଫିଲ୍ମ ବିଶ୍ୱ ସ୍ତରରେ ୧,୨୦୦ କୋଟି ଟଙ୍କା ବ୍ୟବସାୟ କରିଛି। ରିଲିଜ୍ ପୂର୍ବରୁ ଓ ରିଲିଜ୍ ପରେ ଏହାକୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ତେଲୁଗୁ, ତାମିଲ, ମାଲାୟଲମ୍, କନ୍ନଡ଼ ଓ ହିନ୍ଦୀକୁ ମିଶାଇ ସାରା ଦେଶର ୩ ହଜାରରୁ ଅଧିକ ସ୍କ୍ରିନରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା।
‘ଶ୍ରେଷ୍ଠ ମୌଳିକ ଗୀତ’ ବର୍ଗରେ ଏକାଡେମି ପୁରସ୍କାର (ଓସ୍କାର୍) ପାଇଥିବା ‘ଆର୍ଆର୍ଆର୍’ ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତର ଜନପ୍ରିୟତା ବିଶ୍ବବିଦିତ ବୋଲି ଆଜି ଟୁଇଟ୍ ଆନନ୍ଦ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି: ‘ନାଟୁ ନାଟୁ’ର ଜନପ୍ରିୟତା ବିଶ୍ବବିଦିତ। ଏ ଗୀତଟି କାଳକାଳକୁ ସ୍ମରଣୀୟ ହୋଇ ରହିବ। ଏହି ମର୍ଯ୍ୟାଦାଜନକ ସମ୍ମାନ ପାଇଁ ଏମ୍. ଏମ୍. କୀରାୱାଣି, ଗୀତିକାର ବୋଷ ଏବଂ ସମଗ୍ର ଟିମ୍କୁ ଅଭିନନ୍ଦନ। ଭାରତ ହର୍ଷୋତ୍ଫୁଲ୍ଲିତ ଓ ଗୌରବାନ୍ବିତ।
ତେଲୁଗୁ ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ ନିର୍ଦ୍ଦେଶକ ତଥା ବାହୁବଳୀ ଫେମ୍ ରାଜାମୌଲିଙ୍କ ଫିଲ୍ମ ‘RRR’ ହେଉଛି ଆଉ ଏକ ହାଇବଜେଟ୍ ଫିଲ୍ମ। ୩୩୦ କୋଟିରୁ ଅଧିକ ଟଙ୍କା ଥିଲା ଏହାର ବଜେଟ। ସବୁଠୁ ବଡ଼ କଥା ହେଉଛି, ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ଏହା ଖର୍ଚ୍ଚ ରାଶି ବାହାର କରି ନେଇଥିଲା। ଫିଲ୍ମ ଓ ଗୀତ ରାଇଟସ୍ ୪୫୦ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିଲା। ଓସ୍କାର ଜିତିବା ପରେ ଆରଆରଆର ଖ୍ୟାତି ରାମଚରଣ ନିଜ ଖୁସି ବ୍ୟକ୍ତ କରିଥିଲେ। ଓସ୍କାର ପୁରସ୍କାର ପାଇବା ପରେ ରାମ ଚରଣ ‘RRR’ ଟିମ ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।




