୨୦୨୧ରେ ଦୁର୍ଘଟଣା ନେଇଛି ୧.୭୩ ଲକ୍ଷ ଜୀବନ
ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ୨୦୨୦ ଭଳି ୨୦୨୧ରେ ମଧ୍ୟ ଲକାଉଡନ କଟକଣା ରହିଥିଲେ । କିଛି ନିର୍ଦ୍ଦିଷ୍ଟ ସମୟରେ ଗାଡ଼ି ମୋଟର ଓ ଟ୍ରେନ ଯାତାୟାତା କରୁଥିଲା । ତଥାପି ଟ୍ରାଫିକ ଜନିତ ଦୁର୍ଘଟଣାରେ ଚାଲି ଯାଇଛି ଦେଢ଼ ଲକ୍ଷରୁ ଅଧିକ ଜୀବନ । ୨୦୨୧ରେ ମୋଟ ୪.୨୨ ଲକ୍ଷ ଦୁର୍ଘଟଣା ସମଗ୍ର ଦେଶରେ ଘଟିଛି । ଏଥିରେ ୧.୭୩ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାରେ ସର୍ବାଧିକ ଲୋକ ପ୍ରାଣ ହରାଇଥିବା ତାଲିକାର […]
ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ୨୦୨୦ ଭଳି ୨୦୨୧ରେ ମଧ୍ୟ ଲକାଉଡନ କଟକଣା ରହିଥିଲେ । କିଛି ନିର୍ଦ୍ଦିଷ୍ଟ ସମୟରେ ଗାଡ଼ି ମୋଟର ଓ ଟ୍ରେନ ଯାତାୟାତା କରୁଥିଲା । ତଥାପି ଟ୍ରାଫିକ ଜନିତ ଦୁର୍ଘଟଣାରେ ଚାଲି ଯାଇଛି ଦେଢ଼ ଲକ୍ଷରୁ ଅଧିକ ଜୀବନ । ୨୦୨୧ରେ ମୋଟ ୪.୨୨ ଲକ୍ଷ ଦୁର୍ଘଟଣା ସମଗ୍ର ଦେଶରେ ଘଟିଛି ।
ଏଥିରେ ୧.୭୩ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାରେ ସର୍ବାଧିକ ଲୋକ ପ୍ରାଣ ହରାଇଥିବା ତାଲିକାର ୧ନଂ ସ୍ଥାନରେ ଉତ୍ତର ପ୍ରଦେଶ ରହିଛି । ଏଠାରେ ୨୦୨୧ରେ ଟ୍ରାଫିକ ଦୁର୍ଘଟଣା ଯୋଗୁ ୨୪,୭୧୧ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଦ୍ୱିତୀୟ ସ୍ଥାନରେ ଥିବା ତାମିଲନାଡୁରେ ୧୬,୬୮୫ ଜଣ ଦୁର୍ଘଟଣାରେ ଜୀବନ ହରାଇଛନ୍ତି ।
ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି) ରିପୋର୍ଟରେ କୁହାଯାଇଛି ଯେ ୨୦୨୦ ତୁଳନାରେ ୨୦୨୧ରେ ସଡ଼କ ଦୁର୍ଘଟଣା ସଂଖ୍ୟା ବଢ଼ିଥିଲା । ୨୦୨୦ରେ ସମଗ୍ର ଦେଶରେ ୩,୬୮,୮୨୮ଟି ଦୁର୍ଘଟଣା ଘଟିଥିବା ବେଳେ ୨୦୨୧ରେ ଏହା ୪,୨୨,୬୫୯ ରହିଛି । ଏହା ମଧ୍ୟରେ ୪,୦୩,୧୧୬ ସଡ଼କ ଦୁର୍ଘଟଣା,୧୭,୯୯୩ ରେଳ ଦୁର୍ଘଟଣା ଓ ୧୫୫୦ଟି ରେଳବାଇ କ୍ରସିଂ ଦୁର୍ଘଟଣା ରହିଛି । ସଡ଼କ ଦୁର୍ଘଟଣାରେ ସର୍ବାଧିକ ୧,୫୫,୬୨୨ ଜଣ, ରେଳ ଦୁର୍ଘଟଣାରେ ୧୬,୪୩୧ ଓ ରେଳବାଇ କ୍ରସିଂରେ ଘଟିଥିବା ଦୁର୍ଘଟଣାରେ ୧,୮୦୭ ଜଣ ୨୦୨୧ରେ ପ୍ରାଣ ହରାଇଛନ୍ତି ।
୨୦୨୦ ତୁଳନାରେ ୨୦୨୧ରେ ତାମିଲନାଡୁରେ ସର୍ବାଧିକ ଟ୍ରାଫିକ ଜନିତ ଦୁର୍ଘଟଣା ଘଟିଛି । ୨୦୨୦ରେ ଏଠାରେ ୪୬,୪୪୩ଟି ଦୁର୍ଘଟଣା ଘଟିଥିବା ବେଳେ ୨୦୨୧ରେ ଏହା ୫୭,୦୯୦ ପହଞ୍ଚି । ଏହାପଛକୁ ମଧ୍ୟପ୍ରଦେଶ(୪୩,୩୬୦ରୁ ୪୯,୪୯୩), ଉତ୍ତର ପ୍ରଦେଶ (୩୦,୫୯୩ରୁ ୩୬,୫୦୯), ମହାରାଷ୍ଟ୍ର(୨୪,୯୦୮ରୁ ୩୦,୦୮୬) ଓ କେଳର ରହିଛନ୍ତି ।




