ଆନ୍ଧ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ଓଡ଼ିଆ ମୃତ
ଭୁବନେଶ୍ୱର,୩/୧: ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ କୋଟପାଲି ଗାଁରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ଓଡ଼ିଆଙ୍କର ମୃତ୍ୟୁ ହୋଇଛି। ମୃତକମାନେ ବ୍ରହ୍ମପୁରର ବୋଲି ଜଣାପଡିଛି। ଶନିବାର ସକାଳେ କାରଟି ଭାରସାମ୍ୟ ହରାଇ କୋଟପାଲି ଗାଁ ନିକଟରେ ବ୍ରିଜ ତଳକୁ ଖସିପଡିଥିଲା। ଯାହା ଫଳରେ କାରରେ ଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଅଛନ୍ତି। ଏଥିସହ ଗୁରୁତରଙ୍କୁ ପଲସା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସମସ୍ତେ ଗୋଟିଏ ପରିବାରର […]
ଭୁବନେଶ୍ୱର,୩/୧: ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ କୋଟପାଲି ଗାଁରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ଓଡ଼ିଆଙ୍କର ମୃତ୍ୟୁ ହୋଇଛି। ମୃତକମାନେ ବ୍ରହ୍ମପୁରର ବୋଲି ଜଣାପଡିଛି। ଶନିବାର ସକାଳେ କାରଟି ଭାରସାମ୍ୟ ହରାଇ କୋଟପାଲି ଗାଁ ନିକଟରେ ବ୍ରିଜ ତଳକୁ ଖସିପଡିଥିଲା। ଯାହା ଫଳରେ କାରରେ ଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଅଛନ୍ତି। ଏଥିସହ ଗୁରୁତରଙ୍କୁ ପଲସା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଶନିବାର ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଞ୍ଚଳର ୬ଜଣ କାର ଯୋଗେ ସୀମାଞ୍ଚଳମ୍ ଯାଇଥିଲେ।




