ଋଣ ଗ୍ରହିତାଙ୍କୁ ଆଶ୍ବସ୍ତି, ୫୦ ବେସିସ ପଏଣ୍ଟ ହ୍ରାସ ପାଇଲା ରେପୋ ରେଟ୍
ନୂଆଦିଲ୍ଲୀ : ଋଣ ଗ୍ରହୀତାଙ୍କୁ ଆଶ୍ବସ୍ତି । ପୁଣି କମିଛି ରେପୋ ରେଟ । ୫୦ ବେସିସ୍ ପଏଣ୍ଟ ରେପୋ ହ୍ରାସ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)। ଆରବିଆଇ ଏହାର ମନିଟାରି ପଲିସି କମିଟି(ଏମପିସି) ବୈଠକରେ ରେପୋ ରେଟ୍ ୦.୫% ଅର୍ଥାତ ୫୦ ବେସିସ ପଏଣ୍ଟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ତେବେ ୪ ଜୁନରେ ଏହି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆଜି ଏହାର ଫଳାଫଳ ଘୋଷଣା ହୋଇଛି । ଏନେଇ ସୂଚନା ଦେଇଛନ୍ତି […]
ନୂଆଦିଲ୍ଲୀ : ଋଣ ଗ୍ରହୀତାଙ୍କୁ ଆଶ୍ବସ୍ତି । ପୁଣି କମିଛି ରେପୋ ରେଟ । ୫୦ ବେସିସ୍ ପଏଣ୍ଟ ରେପୋ ହ୍ରାସ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)। ଆରବିଆଇ ଏହାର ମନିଟାରି ପଲିସି କମିଟି(ଏମପିସି) ବୈଠକରେ ରେପୋ ରେଟ୍ ୦.୫% ଅର୍ଥାତ ୫୦ ବେସିସ ପଏଣ୍ଟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ତେବେ ୪ ଜୁନରେ ଏହି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆଜି ଏହାର ଫଳାଫଳ ଘୋଷଣା ହୋଇଛି । ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ର। ।
ଲଗାତାର ତୃତୀୟ ଥର ପାଇଁ ରେପୋ ରେଟ୍ ହ୍ରାସ କରିଛି ଆରବିଆଇ । ଯାହାଫଳରେ ରେପୋ ରେଟ୍ ୬ ପ୍ରତିଶତରୁ ଖସି ୫.୫%ରେ ପହଞ୍ଚିଛି । ଆରବିଆଇର ଏହି ନିଷ୍ପତ୍ତି ଫଳରେ ଘର ଲୋନ ଏବଂ କାର ଲୋନ ସହିତ ଗ୍ରାହକଙ୍କ ଉପରେ ଅନ୍ୟାନ୍ୟ ଋଣର ଇଏମଆଇ କମିବ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ଆରବିଆଇ ରେପୋ ରେଟ୍ ୦.୨୫% ବା ୨୫ ବେସିସ ପଏଣ୍ଟ ହ୍ରାସ କରିଥିଲା।
ରେପୋ ରେଟ୍ ହ୍ରାସ ସମ୍ପର୍କରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ, ବୈଠକରେ ଏସଡିଏଫ ରେଟ୍ ୫.୭୫%ରୁ ହ୍ରାସ କରାଯାଇ ୫.୨୫% ପ୍ରତିଶତ କରାଯାଇଛି। ଏମଏସଏଫ ରେଟ୍କୁ ବି ହ୍ରାସ କରାଯାଇ ୬.୨୫%ରୁ ୫.୭୫% କରାଯାଇଛି। ରେପୋ ରେଟ୍ ହ୍ରାସ କରାଯିବା ଫଳରେ ଆର୍ଥିକ ଅଭିବୃଦ୍ଧିକୁ ସହଯୋଗ ମିଳିବ। ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ପରିଲକ୍ଷିତ ହୋଇଛି।
ପ୍ରକୃତରେ, ରେପୋ ରେଟ୍ ହେଉଛି ସେହି ହାର ଯେଉଁଥିରେ କୌଣସି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ପାଣ୍ଠିର ଅଭାବ ହେଲେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଟଙ୍କା ଋଣ ଦେଇଥାଏ। ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ପାଇଁ ମୁଦ୍ରା କର୍ତ୍ତୃପକ୍ଷଙ୍କ ଦ୍ୱାରା ରେପୋ ରେଟ୍ ବ୍ୟବହାର କରାଯାଏ।




