ଦିଲ୍ଲୀରେ ୫ଜି ସ୍ପିଡ୍‌ ହାସଲ କଲା ଜିଓ

ମୁମ୍ବାଇ : ରିଲାଏନ୍ସ ଜିଓ ୫ଜି ସ୍ପିଡ୍‌ ପରୀକ୍ଷଣରେ ପାଖାପାଖି ୬୦୦ ଏମ୍‌ବିପିଏସ୍‌ ସ୍ପିଡ୍‌ ହାସଲ କରିଛି । ଏହି ସମୟରେ ଦେଶବ୍ୟାପୀ ଶୁଭାରମ୍ଭ କରାଯାଉଥିବା ୫ଜି ସେବାରେ ଡାଉନ୍‌ଲୋଡ୍‌ ସ୍ପିଡ୍‌ ୫୦୦ ଏମ୍‌ବିପିଏସ୍‌ ପର୍ଯ୍ୟନ୍ତ ପହଂଚିଛି ବୋଲି ଓକ୍‌ଲା ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି । ଉଭୟ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍‌ ଯେଉଁ ସହରଗୁଡ଼ିକରେ ନିଜର ୫ଜି ନେଟ୍‌ୱର୍କ ସ୍ଥାପନ କରିଛିି, ଓକ୍‌ଲା ପକ୍ଷରୁ ସେହି ଚାରି ସହରରେ ହାରାହାରି ୫ଜି ଡାଉନ୍‌ଲୋଡ୍‌ […]

Samaya Live Picture
Published On

ମୁମ୍ବାଇ : ରିଲାଏନ୍ସ ଜିଓ ୫ଜି ସ୍ପିଡ୍‌ ପରୀକ୍ଷଣରେ ପାଖାପାଖି ୬୦୦ ଏମ୍‌ବିପିଏସ୍‌ ସ୍ପିଡ୍‌ ହାସଲ କରିଛି । ଏହି ସମୟରେ ଦେଶବ୍ୟାପୀ ଶୁଭାରମ୍ଭ କରାଯାଉଥିବା ୫ଜି ସେବାରେ ଡାଉନ୍‌ଲୋଡ୍‌ ସ୍ପିଡ୍‌ ୫୦୦ ଏମ୍‌ବିପିଏସ୍‌ ପର୍ଯ୍ୟନ୍ତ ପହଂଚିଛି ବୋଲି ଓକ୍‌ଲା ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି ।

ଉଭୟ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍‌ ଯେଉଁ ସହରଗୁଡ଼ିକରେ ନିଜର ୫ଜି ନେଟ୍‌ୱର୍କ ସ୍ଥାପନ କରିଛିି, ଓକ୍‌ଲା ପକ୍ଷରୁ ସେହି ଚାରି ସହରରେ ହାରାହାରି ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ର ତୁଳନା କରାଯାଇଛି । ଏୟାରଟେଲ୍‌ ପକ୍ଷରୁ ୮ଟି ସହରରେ ୫ଜି ସେବା ଆରମ୍ଭ ଘୋଷଣା କରାଯାଇଥିବା ବେଳେ ଜିଓ ପକ୍ଷରୁ ଟ୍ରୁ-୫ଜି ଭାବେ ପରିଚିତ ୫ଜି ସେବାର ବିଟା ପରୀକ୍ଷଣକୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀ ସହରରେ କିଛି ନିର୍ଦିଷ୍ଟ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ କରାଯାଇଛି । ଓକ୍‌ଲାର ‘ସ୍ପିଡ୍‌ଟେଷ୍ଟ ଇଟେଂଲିଜେନ୍ସ’ ରିପୋର୍ଟ ଅନୁସାରେ ଗତ ଜୁନ୍‌ରୁ ଏବେ ପର୍ଯ୍ୟ‘ର ତଥ୍ୟରୁ ଜଣାପଡ଼ିଛି ଯେ ଦିଲ୍ଲୀରେ ଏୟାରଟେଲ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୧୯୭.୯୮ ଏମ୍‌ବିପିଏସ୍‌ ରହିଥିବା ବେଳେ ରିଲାଏନ୍ସ ଜିଓର ନେଟ୍‌ୱର୍କରେ ହାରାହାରି ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୫୯୮.୫୮ ଏମ୍‌ବିପିଏସ୍‌ ରହିଛି । ଜିଓର ହାରାହାରି ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ଏୟାରଟେଲ୍‌ର ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ତୁଳନାରେ ତିନି ଗୁଣା ଅଧିକ ରହିଛି ।

୫ଜିର ହାରାହାରି ଡାଉନ୍‌ଲୋଡ୍‌ ସ୍ପିଡ୍‌ରେ ସର୍ବାଧିକ ପାର୍ଥକ୍ୟ କୋଲକାତାରେ ଦେଖିବାକୁ ମିଳିଛି । କୋଲକାତାରେ ଏୟାରଟେଲ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ମାତ୍ର ୩୩.୮୩ ଏମ୍‌ବିପିଏସ୍‌ ରହିଥିବା ବେଳେ ଜିଓର ହାରାହାରି ଡାଉନ୍‌ଲୋଡ୍‌ ସ୍ପିଡ୍‌ ତା’ଠାରୁ ୧୪ ଗୁଣା ଅଧିକ ଅର୍ଥାତ ୪୮୨.୦୨ ଏମ୍‌ବିପିଏସ୍‌ ରହିଛି ।

ବାରାଣାଣୀ ହେଉଛି ଏକମାତ୍ର ସହର ଯେଉଁଠାରେ ଉଭୟ ଏୟାରଟେଲ୍‌ ଓ ଜିଓର ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ପ୍ରାୟ ସମାନ ରହିଥିଲା । ବାରାଣାସୀରେ ଜିଓର ହାରାହାରି ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୪୮୫.୨୨ ଏମ୍‌ବିପିଏସ୍‌ ରହିଥିବା ବେଳେ ଏୟାରଟେଲ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୫୧୬.୫୭ ଏମ୍‌ବିପିଏସ୍‌ ରହିଛି । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଟେଲିକମ୍‌ ଅପରେଟରମାନେ ଏବେବି ନିଜ ନେଟ୍‌ୱର୍କକୁ ରିକାଲିବ୍ରେଟ୍‌ କରିବା କାର୍ଯ୍ୟ ଜାରି ରଖିଛନ୍ତି । ଯେତେବେଳେ ନେଟ୍‌ୱର୍କକୁ କମର୍ସିଆଲ ବ୍ୟବହାର ପାଇଁ ଉନ୍ମìକ୍ତ କରାଯିବ ସେତେବେଳେ ସ୍ପିଡ୍‌ ଅଧିକ ସ୍ଥିର ହେବା ଆଶା କରାଯାଉଛି । ଭାରତର ସବୁଠୁ ଘନତ୍ୱ ବିଶିଷ୍ଟ ଜନସଂଖ୍ୟାର ସହର ହେଉଛି ମୁମ୍ବାଇ ଯେଉଁଠାରେ ଜିଓଠାରୁ ବହୁ ପଛରେ ରହିଯାଇଛି ଏୟାରଟେଲ୍‌ । ଓକ୍‌ଲା ପକ୍ଷରୁ ୨୦୨୨ ଜୁନ୍‌ଠାରୁ ଉପଲବ୍ଧ ତଥ୍ୟ ଅନୁସାରେ ଜିଓର ହାରାହାରି ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ଏହି ସହରରେ ୫୧୫.୩୮ ଏମ୍‌ବିପିଏସ୍‌ ରହିଥିବା ବେଳେ ଏୟାରଟେଲ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୨୭୧.୦୭ ଏମ୍‌ବିପିଏସ୍‌ ରହିଛି ।