ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ରେଖା ଗୁପ୍ତା

ନୂଆଦିଲ୍ଲୀ : ଆଜି ରାଜଧାନୀ ନୂଆ ଦିଲ୍ଲୀରେ ହେବ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବ ଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ରେଖା ଗୁପ୍ତା। ଦିନ ୧୨ଟା ୩୫ରେ ନୂଆଦିଲ୍ଲୀର ରାମଲୀଳା ମଇଦାନରେ ମହା ସମାରୋହରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ । ଉପ ମୁଖ୍ୟମନ୍ତ୍ରୀ ଭାବରେ ପରଭେସ ବର୍ମା ଏବଂ ବିଜେନ୍ଦ୍ର ଗୁପ୍ତା ବାଚସ୍ପତି ଭାବରେ ଶପଥ ଗ୍ରହଣ କରିବେ । ସେହିପରି ୬ ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ […]

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ରେଖା ଗୁପ୍ତା
Samaya Live Picture
Published On

ନୂଆଦିଲ୍ଲୀ : ଆଜି ରାଜଧାନୀ ନୂଆ ଦିଲ୍ଲୀରେ ହେବ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବ ଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ରେଖା ଗୁପ୍ତା। ଦିନ ୧୨ଟା ୩୫ରେ ନୂଆଦିଲ୍ଲୀର ରାମଲୀଳା ମଇଦାନରେ ମହା ସମାରୋହରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ । ଉପ ମୁଖ୍ୟମନ୍ତ୍ରୀ ଭାବରେ ପରଭେସ ବର୍ମା ଏବଂ ବିଜେନ୍ଦ୍ର ଗୁପ୍ତା ବାଚସ୍ପତି ଭାବରେ ଶପଥ ଗ୍ରହଣ କରିବେ । ସେହିପରି ୬ ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସମେତ ସମସ୍ତ ବିଜେପି ଓ ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏଥିରେ ଯୋଗଦେବେ ।

ବୁଧବାର ରେଖା ଗୁପ୍ତାଙ୍କ ନାମରେ ମୋହର ମାରିଥିଲା ବିଜେପି । ରେଖାଙ୍କୁ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଥିଲେ। ବୁଧବାର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରେଖା ଗୁପ୍ତା ଦଳର ବରିଷ୍ଠ ନେତାମାନଙ୍କ ସହ ରାଜ ନିବାସ ଯାଇ ଉପରାଜ୍ୟପାଳ ଭି କେ ସାକ୍ସେନାଙ୍କୁ ଭେଟି ଦିଲ୍ଲୀରେ ସରକାର ଗଢ଼ିବା ଲାଗି ଦାବି ଉପସ୍ଥାପନ କରିଛନ୍ତି ।

ପ୍ରଥମ ଥର ବିଧାୟକ ବନିଥିବା ୫୦ ବର୍ଷୀୟା ରେଖା ଗୁପ୍ତାଙ୍କ ନାମରେ ମୋହର ବାଜିଛି । ଶାଲିମାର ବାଗ ଆସନରୁ ସେ ନିର୍ବାଚନ ଲଢ଼ି ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆପ୍‌ ପ୍ରାର୍ଥୀ ବନ୍ଦନା କୁମାରୀଙ୍କୁ ୨୯ ହଜାର ୫୯୫ ଭୋଟରେ ହରାଇଥିଲେ । ସୁଷମା ସ୍ୱରାଜ, ଶିଲା ଦୀକ୍ଷିତ ଓ ଆତିଶୀଙ୍କ ପରେ ସେ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

ରେଖା ଗୁପ୍ତା ବିଧାୟକ ହେବା ପୂର୍ବରୁ ୨୦୦୭ ଓ ୨୦୧୨ରେ ଦୁଇଥର ନର୍ଥ ପିତମପୁରାରୁ କାଉନସିଲର ରହିଥିଲେ । ତାହା ପୂର୍ବରୁ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ (ଡିୟୁଏସ୍‌ୟୁ)ର ସାଧାରଣ ସମ୍ପାଦକ ବି ରହିଥିଲେ । ଏମିତି କି ସେ କିଛିଦିନ ଓକିଲାତି ବି କରିଥିଲେ । ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଛି ବିଜେପି ।

ସୂଚନାନୁସାରେ,ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଫେବ୍ରୁଆରୀ ୫ରେ ମତଦାନ ହୋଇ ୮ରେ ଫଳ ପ୍ରକାଶ ପାଇଥିଲା । ମୋଟ ୭୦ ଆସନରୁ ବିଜେପି ୪୮ଟି ପାଇ ବହୁମତ ହାସଲ କରିଥିଲା । ଆପ୍‌କୁ ୨୨ ଆସନ ମିଳିଥିଲା ବେଳେ କଂଗ୍ରେସ ହାତ ଖାଲି ରହିଥିଲା

ସେହିଭଳି ନୂଆଦିଲ୍ଲୀ ଆସନରୁ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲଙ୍କୁ ହରାଇଥିବା ପର୍‌ବେଶ ବର୍ମା ଉପମୁଖ୍ୟମନ୍ତ୍ରୀ ଓ ରୋହିଣୀ ବିଧାୟକ ବିଜେନ୍ଦର ଗୁପ୍ତା ବାଚସ୍ପତି ହେବେ ବୋଲି ଜଣାପଡ଼ିଛି ।

Tags: