ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି, ୧୨ ଲକ୍ଷ ଟଙ୍କା ବାର୍ଷିକ ଆୟ ଉପରେ ଆୟକର ଛାଡ଼
ନୂଆଦିଲ୍ଲୀ : ଆଜି ସଂସଦରେ ୨୦୧୫-୨୬ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି I ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ସମୟରେ ଇନକମ୍ ଟ୍ୟାକ୍ସକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏକ ବଡ଼ ଘୋଷଣା କରିଛନ୍ତି। ଏବେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡିବ ନାହିଁ। ଆର୍ଥିକ ଅଭିବୃଦ୍ଧି ଏବଂ ଜନସଂଖ୍ୟାର ଆବଶ୍ୟକତା ଉପରେ ନିର୍ଭର କରି ଭାରତରେ ଆୟକର ହାର ସମୟ ସହିତ ପରିବର୍ତ୍ତନ ହେଉଛି। […]
ନୂଆଦିଲ୍ଲୀ : ଆଜି ସଂସଦରେ ୨୦୧୫-୨୬ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି I ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ସମୟରେ ଇନକମ୍ ଟ୍ୟାକ୍ସକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏକ ବଡ଼ ଘୋଷଣା କରିଛନ୍ତି। ଏବେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡିବ ନାହିଁ। ଆର୍ଥିକ ଅଭିବୃଦ୍ଧି ଏବଂ ଜନସଂଖ୍ୟାର ଆବଶ୍ୟକତା ଉପରେ ନିର୍ଭର କରି ଭାରତରେ ଆୟକର ହାର ସମୟ ସହିତ ପରିବର୍ତ୍ତନ ହେଉଛି। ସେହି ଅନୁସାରେ,କ୍ୟାପିଟାଲ ଗେନ୍ ଛଡା ଅନ୍ୟ ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ କରାଯାଇଛି। କ୍ୟାପିଟାଲ ଗେନ୍ ଥିଲେ ୮ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିଛି। ୧୨ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୧୫ ପ୍ରତିଶତ ଟିକସ ରହିଛି । ୧୬ ଲକ୍ଷ ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୦ ପ୍ରତିଶତ ଟିକସ ରହିଛି । ସେହିପରି ୨୦ରୁ ୨୪ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୫ ପ୍ରତିଶତ ଟିକସ ରହିଛି । ୨୪ ଲକ୍ଷରୁ ଅଧିକ ଆୟ ପାଇଁ ଟିକସ ୩୦ ପ୍ରତିଶତ ରହିଛି । ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୮୦ ହଜାର ଟଙ୍କା ବଞ୍ଚିବ।
ଏହି ହାରରେ ବୃଦ୍ଧି କିମ୍ବା ହ୍ରାସ ସିଧାସଳଖ ସାଧାରଣ ଜନତାଙ୍କୁ ପ୍ରଭାବିତ କରେ, ତେଣୁ ଟିକସ ବ୍ୟବସ୍ଥା ସମସ୍ତ ବର୍ଗ ପାଇଁ ନ୍ୟାୟପୂର୍ଣ୍ଣ ହେବା ନିଶ୍ଚିତ କରିବା ଆବଶ୍ୟକ।




