ଆରବିଆଇ ଗଭର୍ଣ୍ଣର ଙ୍କ ବଡ଼ ଘୋଷଣା,ପିଏନବି-ୟୁନିଅନ୍-ଇଣ୍ଡିଆନ୍ ବ୍ୟାଙ୍କ ଗ୍ରାହକଙ୍କୁ ଫାଇଦା
ନୂଆଦିଲ୍ଲୀ: ପିଏନବି, ୟୁନିୟନ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଇଣ୍ଡିଆନ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସିର ଖବର I ଏହି ତିନୋଟି ବ୍ୟାଙ୍କର ଆକାଉଣ୍ଟଧାରୀ ଏବଂ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ବଡ଼ ଘୋଷଣା କରିଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ଆରବିଆଇ ଗଭର୍ଣ୍ଣର ୟୁପିଆଇ ନେଟୱାର୍କରେ ରୁପେ କ୍ରେଡିଟ କାର୍ଡ ଲଞ୍ଚ କରିଛନ୍ତି । ରିଜର୍ଭ ବ୍ୟାଙ୍କ ଦ୍ୱାରା ଏହି ଘୋଷଣା ପରେ କ୍ରେଡିଟ କାର୍ଡଧାରୀମାନେ ଖୁସି ହେବେ। କାରଣ […]
ନୂଆଦିଲ୍ଲୀ: ପିଏନବି, ୟୁନିୟନ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଇଣ୍ଡିଆନ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସିର ଖବର I ଏହି ତିନୋଟି ବ୍ୟାଙ୍କର ଆକାଉଣ୍ଟଧାରୀ ଏବଂ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ବଡ଼ ଘୋଷଣା କରିଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ଆରବିଆଇ ଗଭର୍ଣ୍ଣର ୟୁପିଆଇ ନେଟୱାର୍କରେ ରୁପେ କ୍ରେଡିଟ କାର୍ଡ ଲଞ୍ଚ କରିଛନ୍ତି । ରିଜର୍ଭ ବ୍ୟାଙ୍କ ଦ୍ୱାରା ଏହି ଘୋଷଣା ପରେ କ୍ରେଡିଟ କାର୍ଡଧାରୀମାନେ ଖୁସି ହେବେ। କାରଣ ଏହି ବ୍ୟାଙ୍କର ହିତାଧିକାରୀ ଓ କ୍ରେଡିଟ କାର୍ଡ ୟୁଜର୍ସଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ଏହା ଛଡ଼ା ସମସ୍ତ ସରକାରୀ ବ୍ୟାଙ୍କ ଗୁଡ଼ିକ ଡେବିଟ୍ କାର୍ଡଧାରୀଙ୍କୁ ସେମାନଙ୍କର ଆକାଉଣ୍ଟ ଲିଙ୍କ କରିବାକୁ ସୁବିଧା ଦିଆଯାଇଛି । ଆରବିଆଇ ପକ୍ଷରୁ ପ୍ରଥମେ ଏହି ସୁବିଧା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏବଂ ଇଣ୍ଡିଆନ୍ ବ୍ୟାଙ୍କର ଗ୍ରାହକଙ୍କୁ ଦେବାକୁ ଘୋଷଣା କରାଯାଇଛି ।
ୟୁପିଆଇକୁ ଡେଭଲପ୍ କରୁଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଏହାକୁ ନେଇ ପ୍ରତିକ୍ରିୟା ରଖିଛି । ଏନପିସିଆଇ କହିଛି, ଏହା ଦ୍ୱାରା ଗ୍ରାହକ ମାନେ ଉପକୃତ ହୋଇପାରିବେ । ଯଦି ଆପଣ କୌଣସି ସାମଗ୍ରୀ କିଣୁଛନ୍ତି ତେବେ ଆପଣ ୟୁପିଆଇ କ୍ୟୁଆର୍ କାର୍ଡକୁ ସ୍କାନ କରିବା ସହିତ କ୍ରେଡିଟ କାର୍ଡରେ ମଧ୍ୟ ପେମେଣ୍ଟ କରିପାରିବେ । କିନ୍ତୁ ବର୍ତ୍ତମାନ ରୁପେ କ୍ରେଡିଟ୍ କାର୍ଡକୁ ୟୁପିଆଇ ସହ ଲିଙ୍କ୍ କରିବାକୁ ନେଇ ଗ୍ରାହକ ମାନଙ୍କୁ ବଡ଼ ସୁବିଧା ମିଳିବାକୁ ଯାଉଛି ।
ଯେଉଁଥିରେ କ୍ରେଡିଟ୍ ଇକୋସିଷ୍ଟମ ସୁବିଧା ରହିବ । ରୁପେ କ୍ରେଡିଟ୍ କାର୍ଡ ଦ୍ୱାରା ଭର୍ଚ୍ଚୁଆଲ ପେମେଣ୍ଟ ହୋଇପାରିବ । ଯାହା କି ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ବୋଲି କୁହାଯାଇଛି । ଏହା ହେବା ଯୋଗୁଁ ଏହି ବ୍ୟାଙ୍କ ଗୁଡ଼ିକର ଗ୍ରାହକ ମାନେ ଉପକୃତ ହୋଇପାରିବେ । ରୁପେ କ୍ରେଡିଟକାର୍ଡ ଦ୍ୱାରା ଲାଭ ଉଠାଇପାରିବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏବଂ ଇଣ୍ଡିଆନ୍ ବ୍ୟାଙ୍କର ଗ୍ରାହକ । ଆସନ୍ତା ସମୟରେ ଘରୋଇ ବ୍ୟାଙ୍କଗୁଡ଼ିକ ପାଇଁ ମଧ୍ୟ ଏହି ସୁବିଧା ଆରମ୍ଭ ହେବ I




