ହସ୍ପିଟାଲରେ ଭର୍ତ୍ତି ହେଲେ ଆର.ବି.ଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ହସ୍ପିଟାଲରେ ଭର୍ତ୍ତି । ସ୍ୱାସ୍ଥ୍ୟଜନିତ ସମସ୍ୟା ନେଇ ତାଙ୍କୁ ଚେନ୍ନାଇର ଆପୋଲୋ ହସପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନାନୁଯାୟୀ, ତାଙ୍କର ଏସିଡିଟି ସମସ୍ୟା ଥିବା ସହ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍‌ ଖରାପ ହୋଇଥିଲା । ଏଥିପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କେନ୍ଦ୍ରୀୟ ବ୍ୟାଙ୍କର ପ୍ରବକ୍ତା ମଧ୍ୟ ଏହି ଖବର ସ୍ପଷ୍ଟ କରିଛନ୍ତି । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ […]

Samaya Live Picture
Published On

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ହସ୍ପିଟାଲରେ ଭର୍ତ୍ତି । ସ୍ୱାସ୍ଥ୍ୟଜନିତ ସମସ୍ୟା ନେଇ ତାଙ୍କୁ ଚେନ୍ନାଇର ଆପୋଲୋ ହସପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନାନୁଯାୟୀ, ତାଙ୍କର ଏସିଡିଟି ସମସ୍ୟା ଥିବା ସହ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍‌ ଖରାପ ହୋଇଥିଲା । ଏଥିପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କେନ୍ଦ୍ରୀୟ ବ୍ୟାଙ୍କର ପ୍ରବକ୍ତା ମଧ୍ୟ ଏହି ଖବର ସ୍ପଷ୍ଟ କରିଛନ୍ତି । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆସିଛି । ୩ ରୁ ୪ ଘଣ୍ଟା ପରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି କୁହାଯାଉଛି । ତେବେ ଏନେଇ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

Tags: