ରାଜୁ ଶ୍ରୀବାସ୍ତବ ଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି

ବଲିଉଡ ର ବିଶିଷ୍ଟ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବ ଙ୍କ ସ୍ୱାସ୍ଥ୍ୟIବସ୍ଥାରେ ହେଉଛି ଉନ୍ନତି I ଗତ ଅଗଷ୍ଟ ୧୦ ତାରିଖରୁ ଦିଲ୍ଲୀର AIIMS ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ରାଜୁ । ଜିମରେ ବ୍ୟାୟାମ କରୁଥିବା ସମୟରେ ହଠାତ୍ ତଳେ ପଡିଯାଇଥିଲେ ରାଜୁ I ଏହାପରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଥିଲା I ଚିକିତ୍ସା ସମୟରେ ତାଙ୍କର ବ୍ରେନ ରେସପନ୍ସ ନ କାରିବାରୁ ଅବସ୍ଥା କ୍ରମେ ଜଟିଳ ହୋଇଥିଲା I ତେବେ ସେ ତଳେ ପଡିଯିବା […]

Samaya Live Picture
Published On

ବଲିଉଡ ର ବିଶିଷ୍ଟ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବ ଙ୍କ ସ୍ୱାସ୍ଥ୍ୟIବସ୍ଥାରେ ହେଉଛି ଉନ୍ନତି I ଗତ ଅଗଷ୍ଟ ୧୦ ତାରିଖରୁ ଦିଲ୍ଲୀର AIIMS ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ରାଜୁ । ଜିମରେ ବ୍ୟାୟାମ କରୁଥିବା ସମୟରେ ହଠାତ୍ ତଳେ ପଡିଯାଇଥିଲେ ରାଜୁ I ଏହାପରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଥିଲା I ଚିକିତ୍ସା ସମୟରେ ତାଙ୍କର ବ୍ରେନ ରେସପନ୍ସ ନ କାରିବାରୁ ଅବସ୍ଥା କ୍ରମେ ଜଟିଳ ହୋଇଥିଲା I ତେବେ ସେ ତଳେ ପଡିଯିବା ସମୟରେ ତାଙ୍କ ମସ୍ତିଷ୍କ ରେ ଆଘାତ ଲାଗିବାରୁ ,୩/୪ ମିନିଟ ପର୍ଯ୍ୟନ୍ତ ରକ୍ତ ସଂଚାଳନ ବନ୍ଦ ହୋଇଥିବା ବିଷୟ ଡାକ୍ତର ଙ୍କ ସୂତ୍ରରୁ ଜଣା ପଡିଥିଲା I କିନ୍ତୁ ବର୍ତ୍ତମାନ ସମୟରେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଏକ ଭଲ ଖବର ଆସି ପହଂଚିଛି I ଯେଉଁଥିରେ କୁହାଯାଇଛି ଯେ ରାଜୁଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ହୋଇଛି।
ନ୍ୟୁଜ୍ ଏଜେନ୍ସି ANI ମଙ୍ଗଳବାର ଏକ ଟୁଇଟ୍ ଜରିଆରେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ସମ୍ପର୍କ ରେ ଏହି ନୂଆ ତଥ୍ୟ ଦେଇଛି I ଏହି ଟୁଇଟ୍‌ରେ ରାଜୁଙ୍କ ବ୍ୟକ୍ତିଗତ ସଚିବ ଗର୍ବିତ ନାରଙ୍ଗ କହିଛନ୍ତି ଯେ ବର୍ତ୍ତମାନ ତାଙ୍କ ଅବସ୍ଥା ସୁଧୁରୁଛି। ଆମେ ପ୍ରାର୍ଥନା କରୁଛୁ ଯେ ସେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ I ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତାଜା ଖବରକୁ ନେଇ ତାଙ୍କ ପ୍ରଶଂସକ ମହଲରେ ଆନନ୍ଦ ଦେଖାଦେଇଛି I