ସାମ୍ନାକୁ ଆସିଲା କରୌଲି ହିଂସାକାଣ୍ଡ ସମୟର ଏକ ଫଟୋ: କନେଷ୍ଟବଲଙ୍କୁ ପ୍ରଶଂସା
କରୌଲି: ଏପ୍ରିଲ ୦୫: ନିକଟରେ ରାଜସ୍ଥାନର କରୌଲିଠାରେ ହୋଇଥିବା ହିଂସାକାଣ୍ଡର ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ କନେଷ୍ଟବଲ୍ ନିଜ ଜୀବନକୁ ବାଜିରେ ଲଗାଇ ନିଆଁ ଭିତରୁ ଜଣେ ଶିଶୁକୁ ଉଦ୍ଧାର କରୁଛନ୍ତି । ଏହି ଫଟୋଟି ସାମ୍ନାକୁ ଆସିବା ପରେ ସବୁ ମହଲରୁ କନେଷ୍ଟବଲଙ୍କ ସାହସପୂର୍ଣ୍ଣ କାର୍ଯ୍ୟ ଦେଖି ପ୍ରଶଂସା କରୁଛନ୍ତି । "तम में प्रकाश हूँ,कठिन वक़्त की आस हूँ।"So proud of constable Netresh Sharma of […]
କରୌଲି: ଏପ୍ରିଲ ୦୫: ନିକଟରେ ରାଜସ୍ଥାନର କରୌଲିଠାରେ ହୋଇଥିବା ହିଂସାକାଣ୍ଡର ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ କନେଷ୍ଟବଲ୍ ନିଜ ଜୀବନକୁ ବାଜିରେ ଲଗାଇ ନିଆଁ ଭିତରୁ ଜଣେ ଶିଶୁକୁ ଉଦ୍ଧାର କରୁଛନ୍ତି । ଏହି ଫଟୋଟି ସାମ୍ନାକୁ ଆସିବା ପରେ ସବୁ ମହଲରୁ କନେଷ୍ଟବଲଙ୍କ ସାହସପୂର୍ଣ୍ଣ କାର୍ଯ୍ୟ ଦେଖି ପ୍ରଶଂସା କରୁଛନ୍ତି ।
"तम में प्रकाश हूँ,
कठिन वक़्त की आस हूँ।"
So proud of constable Netresh Sharma of Rajasthan Police for saving a precious life. This picture is in deed worth a thousand words.. pic.twitter.com/U2DMRE3EpR— Sukirti Madhav Mishra (@SukirtiMadhav) April 4, 2022
ସେହି କନେଷ୍ଟବଲଙ୍କ ନାମ ନେତ୍ରେଶ ଶର୍ମା । ସେ ୨୦୧୩ ମସିହାରେ କରୌଲି ପୋଲିସ ଷ୍ଟେସନ୍ରେ ନିଯୁକ୍ତି ପାଇଛନ୍ତି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗାହଲୋଟ ଫୋନ୍ ମାଧ୍ୟମରେ କନେଷ୍ଟବଲଙ୍କ ସହିତ କଥାବାର୍ତ୍ତା ହୋଇ, ତାଙ୍କର ପ୍ରଶଂସା କରିଛନ୍ତି । ଏହି ସାହସପୂର୍ଣ୍ଣ କାର୍ଯ୍ୟ ପାଇଁ ତାଙ୍କର ପଦୋନ୍ନତି କରାଯାଇ ଖୁବ୍ ଶିଘ୍ର ହେଡ୍ କନେଷ୍ଟବଲ କରାଯିବ ବୋଲି ଖବର ମିଳିଛି ।

ହିନ୍ଦୁ ନବବର୍ଷ ପାଳନ ଅବସରରେ ରାଜସ୍ଥାନର କରୌଲିଠାରେ ଏକ ଧାର୍ମିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସେହି ସମୟରେ ଅନ୍ୟ ସମ୍ପ୍ରଦାୟର କିଛି ଲୋକ ଶୋଭାଯାତ୍ରା ଉପରକୁ ପଥର ମାଡ଼ କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଶନିବାର କରୌଲିର ଏକ ମୁସ୍ଲିମ ବହୁଳ ଅଞ୍ଚଳରେ ହେଉଥିବା ବାଇକ୍ ରାଲି ଉପରକୁ ଟେକା ଓ ପଥର ମାଡ଼ କରାଯିବା ସହିତ ସେହି ଅଞ୍ଚଳର କିଛି ସ୍ଥାନରେ ନିଆଁ ଲଗାଯାଇଥିଲା । ନିଆଁ ଲାଗିବା ପରେ ସମସ୍ତେ ନିଜ ଜୀବନ ବଞ୍ଚାଇ ଦୌଡ଼ିବାକୁ ଲାଗିଥିଲେ ।

ଉକ୍ତ ଅଞ୍ଚଳର ସୁରକ୍ଷା ପାଇଁ ନିଯୁକ୍ତ ଥିବା କନେଷ୍ଟବଲ ନେତ୍ରେଶଙ୍କ ନଜର ହଠାତ୍ ଦୁଇ ଜଣ ମହିଳା ଓ ସେମାନଙ୍କ କୋଳରେ ଥିବା ଜଣେ ଶିଶୁଙ୍କ ଉପରେ ନଜର ପଡ଼ିଥିଲା । ଭୟଙ୍କର ନିଆଁ ଲାଗିଯିବା କାରଣରୁ ସେମାନେ ଭୟଭୀତ ହୋଇଯାଇଥିଲେ ଏବଂ ଶିଶୁକୁ ଧରି ଦୌଡ଼ିବା ସେମାନଙ୍କ ପକ୍ଷରେ ସମ୍ଭବପର ନଥିଲା । ଏହି ସମୟରେ ନେତ୍ରେଶ ନିଆଁ ଭିତରକୁ ପ୍ରବେଶ କରି ଦୁଇ ମହିଳାଙ୍କୁ ଉଦ୍ଧାର କରିବା ସହିତ ଶିଶୁକୁ ଏକ ନୀଳ ରଙ୍ଗର ଓଢ଼ଣୀରେ ଘୋଡ଼ାଇ ବାହାରକୁ ଦୌଡ଼ିଥିଲେ । ଯାହା ଦେଖିବା ପାଇଁ କୌଣସି ଫିଲ୍ମ ଦୃଶ୍ୟଠାରୁ କମ୍ ନଥିଲା । କରୌଲି ହିଂସାକାଣ୍ଡରେ ପ୍ରାୟ ୪୨ ଜଣରୁ ଅଧିକ ଲୋକ ଆହତ ହୋଇଥିଲେ ଏବଂ ବହୁ ଦୋକାନ ବଜାର ଓ ଯାନବାହନ ପୋଡ଼ାଜଳା କରାଯାଇଥିଲା ।




