‘ମୋଦୀ ସାଙ୍ଗିଆ’କୁ ନେଇ ବିବାଦୀୟ ବୟାନ ପାଇଁ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ

ଗୁଜରାଟ : ‘ମୋଦି’ସାଙ୍ଗିଆ ବିରୋଧରେ ବୟାନ ଦେଇ ଅଡୁଆରେ ରାହୁଲ ଗାନ୍ଧୀ I ସବୁ ‘ମୋଦି’ ଚୋର ବୋଲି ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧି । ୨୦୧୯ ଲୋକସଭା ନିର୍ବାଚନ ବେଳେ କର୍ଣ୍ଣାଟକର କୋଲାରରେ ଏକ ରାଲିରେ ପ୍ରଚାର ବେଳେ ରାହୁଲ ଗାନ୍ଧି ଏଭଳି ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ନିରବ ମୋଦି, ଲଳିତ ମୋଦି ଓ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆ କାହିଁକି ଏକା ଭଳି ? ଏହା ଉପରେ ହୋଇଥିବା ଅପରାଧିକ ମାନହାନୀ ମାମଲାରେ […]

Samaya Live Picture
Published On

ଗୁଜରାଟ : ‘ମୋଦି’ସାଙ୍ଗିଆ ବିରୋଧରେ ବୟାନ ଦେଇ ଅଡୁଆରେ ରାହୁଲ ଗାନ୍ଧୀ I ସବୁ ‘ମୋଦି’ ଚୋର ବୋଲି ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧି । ୨୦୧୯ ଲୋକସଭା ନିର୍ବାଚନ ବେଳେ କର୍ଣ୍ଣାଟକର କୋଲାରରେ ଏକ ରାଲିରେ ପ୍ରଚାର ବେଳେ ରାହୁଲ ଗାନ୍ଧି ଏଭଳି ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ନିରବ ମୋଦି, ଲଳିତ ମୋଦି ଓ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆ କାହିଁକି ଏକା ଭଳି ? ଏହା ଉପରେ ହୋଇଥିବା ଅପରାଧିକ ମାନହାନୀ ମାମଲାରେ ସୁରଟ ଜିଲ୍ଲା କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲା ଭାରତୀୟ ଦଣ୍ଡ ସଂହିତା ଧାରା ୪୯୯ ଏବଂ ୫୦୦ (ମାନହାନୀ) ଅନୁଯାୟୀ ପଞ୍ଜିକୃତ କରା ଯାଇଛି I ଏଥି ସହିତ ରାହୁଲ ଗାନ୍ଧୀଙ୍କ ବିରୋଧରେ ୨ ବର୍ଷର ଜେଲ ଦଣ୍ଡାଦେଣ ମଧ୍ୟ ଘୋଷଣା କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରନେମ ବା ଉପନାମକୁ ନେଇ ରାହୁଲ ଗାନ୍ଧି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିଜେପି ନେତା କୋର୍ଟରେ ଦ୍ୱାରସ୍ଥ ହୋଇଥିବା ବେଳେ ସୁରତ ଜିଲ୍ଲା କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ସମୟରେ ବିଜେପି ବିଧାୟକ ତଥା ତତ୍କାଳୀନ ଗୁଜରାଟର ମନ୍ତ୍ରୀ ପୁର୍ଣ୍ଣେସ ମୋଦି ଏକ ମାମଲା ରୁଜୁ କରିଥିଲେ ।
ଏହି ଦଣ୍ଡାଦେଶ ପରେ ରାହୁଲ ଗାନ୍ଧୀ କୋର୍ଟରେ କହିଛନ୍ତି ଯେ ମୋର ବିବୃତ୍ତିରେ କାହାରି କିଛି କ୍ଷତି ହୋଇ ନାହିଁ। ଦଣ୍ଡ ହ୍ରାସ କରିବାକୁ ସେ କୋର୍ଟରେ ଆବେଦନ କରିଛନ୍ତି।

ଏହି ମାମଲାରେ ସେ ତୃତୀୟ ଥର ପାଇଁ କୋର୍ଟରେ ହାଜର ହୋଇଥିଲେ। ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏଚ ଏଚ ବର୍ମାଙ୍କ କୋର୍ଟ ଗତ ସପ୍ତାହରେ ଉଭୟ ପକ୍ଷର ଯୁକ୍ତି ଶୁଣାଣି କରି ମାର୍ଚ୍ଚ ୨୩ କୁ ରାୟ ଘୋଷଣା ତାରିଖ ଭାବରେ ସ୍ଥିର କରିଥିଲେ I

Tags: