ଆସନ୍ତାକାଲି ରାହୁଲ-ତେଜସ୍ୱୀ ମିଳିତ ରାଲି

ନୂଆଦିଲ୍ଲୀ: ଆସନ୍ତାକାଲି ତଥା ଅକ୍ଟୋବର ୨୯ ତାରିଖରେ ମୁଜାଫରପୁର ଓ ଦରଭଙ୍ଗାରେ ଉଭୟ ରାହୁଲ ଗାନ୍ଧୀ ଓ ତେଜସ୍ବୀ ଯାଦବ ମିଳିତ ରାଲିକୁ ସମ୍ବୋଧିତ କରିବେ। ବିହାର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ପାଟନାରେ ମହାଗଠବନ୍ଧନ ଏହାର ମିଳିତ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବା କାର୍ଯ୍ୟକ୍ରମ ରହିଛି। ଏହା ପରେ ରାହୁଲ ଓ ତେଜସ୍ବୀଙ୍କୁ ମିଳିତ ରାଲିରେ ଦେଖିବାକୁ ମିଳିବ। ନିକଟରେ ମହାଗଠବନ୍ଧନ ପକ୍ଷରୁ ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ଆର୍‌ଜେଡି ନେତା […]

ଆସନ୍ତାକାଲି ରାହୁଲ-ତେଜସ୍ୱୀ ମିଳିତ ରାଲି
Samaya Live Picture
Published On

ନୂଆଦିଲ୍ଲୀ: ଆସନ୍ତାକାଲି ତଥା ଅକ୍ଟୋବର ୨୯ ତାରିଖରେ ମୁଜାଫରପୁର ଓ ଦରଭଙ୍ଗାରେ ଉଭୟ ରାହୁଲ ଗାନ୍ଧୀ ଓ ତେଜସ୍ବୀ ଯାଦବ ମିଳିତ ରାଲିକୁ ସମ୍ବୋଧିତ କରିବେ। ବିହାର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ପାଟନାରେ ମହାଗଠବନ୍ଧନ ଏହାର ମିଳିତ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବା କାର୍ଯ୍ୟକ୍ରମ ରହିଛି। ଏହା ପରେ ରାହୁଲ ଓ ତେଜସ୍ବୀଙ୍କୁ ମିଳିତ ରାଲିରେ ଦେଖିବାକୁ ମିଳିବ। ନିକଟରେ ମହାଗଠବନ୍ଧନ ପକ୍ଷରୁ ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିହାର ଗସ୍ତ ପୂର୍ବରୁ ତାଙ୍କୁ ତୀବ୍ର ସମାଲୋଚନା କରି ଅଭିଯୋଗ କରିଛନ୍ତି ଯେ, ବିଜେପି ରାଜ୍ୟ ଭୋଟରଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି। ସେ କହିଛନ୍ତି, ଦେଖ, ସମସ୍ତଙ୍କୁ ନିର୍ବାଚନ ପାଇଁ ଆସିବାକୁ ପଡ଼ିବ। କେବଳ ତାଙ୍କର ଏଠାକୁ ଆସିବା ଦ୍ୱାରା କ’ଣ ପରିବର୍ତ୍ତନ ହେବ? ସମସ୍ତେ ଜାଣନ୍ତି ଯେ, ସେ (ପ୍ରଧାନମନ୍ତ୍ରୀ ମୋଦୀ) ବିହାରକୁ ଠକିବାକୁ ଆସୁଛନ୍ତି। ବିହାରର ବିକାଶ ଉପରେ କେନ୍ଦ୍ରର ରେକର୍ଡ ସଂପର୍କରେ ପ୍ରଶ୍ନ ଉଠାଇ ପୂର୍ବତନ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ପ୍ରଧାନମନ୍ତ୍ରୀଙ୍କଠାରୁ କେବଳ ଜାଣିବାକୁ ଚାହୁଛୁ ଯେ ଆପଣ ୧୧ ବର୍ଷରେ ଗୁଜରାଟକୁ କ’ଣ ଦେଇଛନ୍ତି ଏବଂ ବିହାରକୁ କ’ଣ ଦେଇଛନ୍ତି। କେବଳ ହିସାବ ଦେଖାନ୍ତୁ, ଆମକୁ କେବଳ ଏତିକି ଦରକାର। ଗତ କିଛି ବର୍ଷ ଭିତରେ ଗୁଜରାଟକୁ କେତେ ଟଙ୍କା ଦିଆଯାଇଥିଲା ଏବଂ ବିହାରକୁ କେତେ ଦିଆଯାଇଥିଲା ତାହା ଆମକୁ କୁହନ୍ତୁ।

Tags: