ଶେଷ ହେଲା ରାଫେଲ୍‌ ଚୁକ୍ତି: ଭାରତକୁ ମିଳିଲା ୩୫ଟି ଫ୍ରାନ୍‌ସର ଲଢ଼ୁଆ ବିମାନ

ନୂଆଦିଲ୍ଲୀ: ଫେବୃଆରୀ ୨୩: ମଙ୍ଗଳବାର ରାତିରେ ଫ୍ରାନ୍‌ସ ଭାରତକୁ ୩ଟି ରାଫେଲ୍‌ ଲଢୁଆ ବିମାନ ଦେବା ସହିତରାଫେଲ୍‌ ଚୁକ୍ତି ଶେଷ କରିଛି । ଏହାକୁ ମିଶାଇ ଫ୍ରାନ୍‌ସ ଭାରତକୁ ମୋଟ୍‌ ୩୫ଟି ରାଫେଲ୍‌ ଲଢ଼ୁଆ ବିମାନ ହସ୍ତାନ୍ତର କରିଛି । ଚୁକ୍ତିନାମା ଅନୁସାରେ ଫ୍ରାନ୍‌ସ ଭାରତକୁ ୩୬ଟି ଲଢ଼ୁଆ ବିମାନ ଯୋଗାଇ ଥାଆନ୍ତା ହେଲେ, ଭାରତର ଚାହିଦା ମୁତାବକ ଗୋଟିଏ ଲଢ଼ୁଆ ବିମାନକୁ ପରିବର୍ତ୍ତନ କରାଯାଉଛି । ଏଥିରେ ଅଳ୍ପ ସମୟ ଲାଗିବ ବୋଲି ଫ୍ରାନ୍‌ସ ପ୍ରକାଶ […]

Samaya Live Picture
Published On

ନୂଆଦିଲ୍ଲୀ: ଫେବୃଆରୀ ୨୩: ମଙ୍ଗଳବାର ରାତିରେ ଫ୍ରାନ୍‌ସ ଭାରତକୁ ୩ଟି ରାଫେଲ୍‌ ଲଢୁଆ ବିମାନ ଦେବା ସହିତରାଫେଲ୍‌ ଚୁକ୍ତି ଶେଷ କରିଛି । ଏହାକୁ ମିଶାଇ ଫ୍ରାନ୍‌ସ ଭାରତକୁ ମୋଟ୍‌ ୩୫ଟି ରାଫେଲ୍‌ ଲଢ଼ୁଆ ବିମାନ ହସ୍ତାନ୍ତର କରିଛି । ଚୁକ୍ତିନାମା ଅନୁସାରେ ଫ୍ରାନ୍‌ସ ଭାରତକୁ ୩୬ଟି ଲଢ଼ୁଆ ବିମାନ ଯୋଗାଇ ଥାଆନ୍ତା ହେଲେ, ଭାରତର ଚାହିଦା ମୁତାବକ ଗୋଟିଏ ଲଢ଼ୁଆ ବିମାନକୁ ପରିବର୍ତ୍ତନ କରାଯାଉଛି ।
ଶେଷ ହେଲା ରାଫେଲ୍‌ ଚୁକ୍ତି: ଭାରତକୁ ମିଳିଲା ୩୫ଟି ଫ୍ରାନ୍‌ସର ଲଢ଼ୁଆ ବିମାନ

ଏଥିରେ ଅଳ୍ପ ସମୟ ଲାଗିବ ବୋଲି ଫ୍ରାନ୍‌ସ ପ୍ରକାଶ କରିବା ସହିତ ଆସନ୍ତା ମାସରେ ସେହି ପରିବର୍ତ୍ତନ ହେବାକୁ ଥିବା ଲଢ଼ୁଆ ବିମାନ ଦେବାକୁ ପ୍ରକାଶ କରିଛି । ଏହି ଚୁକ୍ତି ସହିତ ଭାରତ ଓ ଫ୍ରାନ୍‌ସର ସମ୍ପର୍କ ଦୃଢ଼ ହୋଇଛି ।

ଫ୍ରେଞ୍ଚ୍‌ ଇନ୍‌ଷଫିଚ୍ୟୁଟ୍‌ ଅଫ୍‌ ଇଣ୍ଟରନ୍ୟାସନାଲ୍‌ ରିଲେସନ୍ସର ବେଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଛନ୍ତି, ୟୁରୋପରେ ଦେଖା ଦେଇଥିବା ସଙ୍କଟ ସମେତ ସମ୍ପ୍ରତି ବିଶ୍ୱରେ ଏକାଧିକ ସଙ୍କଟ ଦେଖାଦେଇଛି । ଆନ୍ତର୍ଜାତିକ ସମ୍ପର୍କ, ଆନ୍ତର୍ଜାତିକ ଅର୍ଥନୀତି ଏବଂ ବୈଷୟିକ ପରିବର୍ତ୍ତନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ପରିବର୍ତ୍ତନ ସମୟରେ ଏସବୁ ସଙ୍କଟ ଉପୁଜିଛି । ମହାମାରୀଜନିତ ବାଧାବିପତ୍ତି ମଧ୍ୟ ସଙ୍କଟ ଧାରାକୁ ଆହୁରି ତେଜିୟାନ୍‌ କରି ଦେଇଛି । ସବୁ ସଙ୍କଟ ସମ୍ମିଳିତ ହୋଇ ବିଶ୍ୱ ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି । ଆଜି ଆଉ ପୂର୍ବରୁ ସୌହାର୍ଦ୍ଦ୍ୟ ବାତାବରଣ ନାହିଁ । ଏଣୁ ଏହି ସବୁ ସଙ୍କଟର ମୁକାବିଲା କରିବା ପାଇଁ ଆମେ ଆଗେଇ ଆସୁଛୁ ।

ଭାରତ ଓ ଫ୍ରାନ୍‌ସର ଦୃଢ଼ ସମ୍ପର୍କକୁ ନେଇ ଜୟଶଙ୍କର କହିଛନ୍ତି, ଗତ ଦୁଇ ଦଶନ୍ଧି ହେବ ବିଶ୍ୱସ୍ତରରେ ଭାରତ ଅନେକ ଆନ୍ତର୍ଜାତିକ ସମ୍ପର୍କରେ ପରିବର୍ତ୍ତନ ଘଟିଛି କି;ୁ, ଫ୍ରାନ୍‌ସ ସହ ଭାରତର ସମ୍ପର୍କ ଆଗାମୀ ବହୁ ପିିଢ଼ି ଯାଏଁ ସୁଦୃଢ଼ ରହିବ । ଦୋଦୁଲ୍ୟମାନ ପରିସ୍ଥିତି ଦେଇ ମଧ୍ୟ ଭାରତ ଓ ଫ୍ରାନ୍‌ସ ଦୃଢତାର ସହ ଅଗ୍ରସର ହୋଇଛନ୍ତି । ଅବଶ୍ୟ ପରିସ୍ଥିତିକୁ ଗ୍ରହଣ କରି ଉଭୟ ରାଷ୍ଟ୍ର ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ଦୃଢ଼ କରିଚାଲିଛି ।