ଯୋଶୀମଠ ସ୍ଥିତି ନେଇ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କଲେ ପୁସ୍କର ସିଂ ଧାମୀ

ନୂଆଦିଲ୍ଲୀ : ଯୋଶୀମଠ ସ୍ଥିତି ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଟେଲିଫୋନ ରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ କଥା ହେଇଛନ୍ତି I ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଯୋଶୀମଠ ପାଇଁ ରାଜ୍ୟ ସରକାରଙ୍କୁ ସମସ୍ତ ସହାୟତା ଯୋଗାଇଦେବାକୁ କେନ୍ଦ୍ର ମନ୍ତ୍ରୀ ନିଶ୍ଚିତ କରିଛନ୍ତି। ଏହା ସହିତ ଯୋଶୀମଠ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ମଧ୍ୟ ଧାମୀଙ୍କ ସହିତ କଥା ହୋଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଯୋଶୀମଠ ଅଞ୍ଚଳରେ […]

Samaya Live Picture
Published On

ନୂଆଦିଲ୍ଲୀ : ଯୋଶୀମଠ ସ୍ଥିତି ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଟେଲିଫୋନ ରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ କଥା ହେଇଛନ୍ତି I ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଯୋଶୀମଠ ପାଇଁ ରାଜ୍ୟ ସରକାରଙ୍କୁ ସମସ୍ତ ସହାୟତା ଯୋଗାଇଦେବାକୁ କେନ୍ଦ୍ର ମନ୍ତ୍ରୀ ନିଶ୍ଚିତ କରିଛନ୍ତି। ଏହା ସହିତ ଯୋଶୀମଠ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ମଧ୍ୟ ଧାମୀଙ୍କ ସହିତ କଥା ହୋଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଯୋଶୀମଠ ଅଞ୍ଚଳରେ ଭୂସ୍ଖଳନ ହେତୁ ପ୍ରାୟ ୭୨୩ ଟି ବିଲ୍ଡିଂରେ ଫାଟ ସୃଷ୍ଟି ହୋଇଛି। ଆଜି ପର୍ଯ୍ୟନ୍ତ, ୧୩୧ ପରିବାରର ପ୍ରାୟ ୪୬୨ ଜଣ ଲୋକଙ୍କୁ ନିରାପଦରେ ଅସ୍ଥାୟୀ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ଯୋଶୀମଠ ଅଞ୍ଚଳରେ ଜମି ଦ୍ବୀଯିବ ଯୋଗୁଁ ପ୍ରଭାବିତ ପରିବାର ପାଇଁ ଉତ୍ତରପ୍ରଦେଶ ସରକାର ମଧ୍ୟ ବିଭିନ୍ନ ମଧ୍ୟବର୍ତ୍ତୀକାଳୀନ ସହାୟତା ପଦକ୍ଷେପ ଗ୍ରହଣ କରିଛନ୍ତି । ସେପଟେ, ଗତକାଲି ରାତିରେ ପୁଣି ଯୋଶୀମଠ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ଯୋଶୀମଠ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଏହା ସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ମୁଖ୍ୟମନ୍ତ୍ରୀ ଯୋଶୀମଠରେ ରାତି ବିତାଇଥିଲେ । ଯୋଶୀମଠରେ ଅସୁରକ୍ଷିତ କୋଠା ଓ ହୋଟେଲ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁ ଜୋରଦାର ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ଆର ମୀନାକ୍ଷୀ ସୁନ୍ଦରାମ କହିଛନ୍ତି ଯେ ସରକାର ପ୍ରଭାବିତ ପରିବାର ପ୍ରତି ସମ୍ବେଦନଶୀଳ ଅଛନ୍ତି I ସେମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ। ଏଥିସହ ବିପର୍ଯ୍ୟୟ ପ୍ରଶମନ ଅଧୀନରେ ପ୍ରତ୍ୟେକ ପରିବାରକୁ ତୁରନ୍ତ ୧ .୫୦ ଲକ୍ଷ ଟଙ୍କା ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ କରାଯିବ। ଭୂସ୍ଖଳନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା କୋଠାଗୁଡ଼ିକର ସର୍ଭେ କରାଯାଉଛି । ସହରର ମୋଟ୍ ୭୨୩ଟି ଘର ଭାଙ୍ଗିବାକୁ ଯୋଜନା କରିଛି ପ୍ରଶାସନ ।

ସେପଟେ ଯୋଶୀମଠର ଉପର ଅଂଚଳରେ ବର୍ଷା ଆରମ୍ଭ ହୋଇଯାଇଛି । ବଦ୍ରୀନାଥରେ ବରଫପାତ ହୋଇଛି । ଏହା ଅଧିକ ଦିନ ଜାରି ରହିଲେ ଯୋଶୀମଠ ପାଇଁ ବିପଦ ସୃଷ୍ଟି ହୋଇପାରେ । ତେଣୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନିଆଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି କୌଣସି ଘର ଭଙ୍ଗାଯିବ ନାହିଁ । କେବଳ ଦୁଇଟି ହୋଟେଲ ଭଙ୍ଗାଯିବ । ନାଲି ଚିହ୍ନିତ ଘର ମଧ୍ୟରୁ ଲୋକଙ୍କୁ ଖାଲି କରାଯିବ ।

Tags: