ଆସନ୍ତାକାଲି ବିବାହ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼: ଜୁଲାଇ ୬: ଆସନ୍ତାକାଲି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଚଣ୍ଡିଗଡ଼ଠାରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଏହି ବିବାହଘରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆପ୍‌ ଦଳର ମୁଖିଆ ଅରବିନ୍ଦ କେଜରିୱାଲ ସପରିବାରେ ସାମିଲ ହେବେ ବୋଲି ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀ ମାନଙ୍କର ଏହା ଦ୍ୱିତୀୟ ବିବାହ ହେବ । ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମାନ ଡା. ଗୁରୁପ୍ରୀତ କୌରଙ୍କୁ ବିବାହ କରିବେ । ମୁଖ୍ୟମନ୍ତ୍ରୀଙ୍କ ମାତା ହରପାଲଙ୍କର ଇଚ୍ଛା ଥିଲା […]

Samaya Live Picture
Published On

ଚଣ୍ଡୀଗଡ଼: ଜୁଲାଇ ୬: ଆସନ୍ତାକାଲି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଚଣ୍ଡିଗଡ଼ଠାରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଏହି ବିବାହଘରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆପ୍‌ ଦଳର ମୁଖିଆ ଅରବିନ୍ଦ କେଜରିୱାଲ ସପରିବାରେ ସାମିଲ ହେବେ ବୋଲି ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀ ମାନଙ୍କର ଏହା ଦ୍ୱିତୀୟ ବିବାହ ହେବ ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମାନ ଡା. ଗୁରୁପ୍ରୀତ କୌରଙ୍କୁ ବିବାହ କରିବେ । ମୁଖ୍ୟମନ୍ତ୍ରୀଙ୍କ ମାତା ହରପାଲଙ୍କର ଇଚ୍ଛା ଥିଲା ଯେ ପୁଅ ପୁଣି ଥରେ ବିବାହ କର;ୁ । ଏଣୁ ମାତା ଏବଂ ଭଉଣୀ ମନପ୍ରୀତ କୌର ଦୁହେଁ ମିଶି ମୁଖ୍ୟମନ୍ତ୍ରୀ ମାନଙ୍କ ପାଇଁ ଝିଅ ଠିକ୍‌ କରିଛନ୍ତି ।

ଆସନ୍ତାକାଲି ବିବାହ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ସୂଚନା ଥାଉଯେ, ମୁଖ୍ୟମନ୍ତ୍ରୀ ମାନ ୨୦୧୫ରେ ନିଜର ପ୍ରଥମ ପତ୍ନୀ ଇନ୍ଦରପ୍ରୀତ କୌରଙ୍କୁ ଛାଡପତ୍ର ହୋଇଥିଲେ । ତାଙ୍କର ପ୍ରଥମ ପତ୍ନୀ ଇନ୍ଦରପ୍ରୀତ ଏବଂ ତାଙ୍କର ପୁଅ-ଝିଅ ଆମେରିକାରେ ରୁହନ୍ତି । ଛାଡପତ୍ର ପରେ ଇନ୍ଦରପ୍ରୀତ ପିଲାମାନଙ୍କ ସହ ଆମେରିକା ଚାଲିଯାଇଥିଲେ । ଏହାପରେ ଭଗୱନ୍ତ ମାନ କହିଥିଲେ ଯେ, ରାଜନୀତି ହେତୁ ସେ ପରିବାରକୁ ସମୟ ଦେବାରେ ଅସମର୍ଥ ଥିଲେ । ତେଣୁ ତାଙ୍କ ପତ୍ନୀ ତାଙ୍କଠାରୁ ନିଜକୁ ଦୂରେଇ ଦେଇଥିଲେ । ୨୦୧୫ରେ ଛାଡପତ୍ର ପରେ ମାନ୍‌ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ ଲେଖିଥିଲେ । ଏଥିରେ ସେ କହିଥିଲେ ଯେ , ସେ ନିଜ ପରିବାରକୁ ପଛ କରି ପଞ୍ଜାବକୁ ବାଛିଛନ୍ତି । ରାଜନୀତି ପାଇଁ ସେ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହେଉଛନ୍ତି । ତେବେ ଭଗୱନ୍ତ ମାନ ଯେତେବେଳେ ଆମ୍‌ ଆଦମୀ ପାର୍ଟି ପଞ୍ଜାବରେ ସରକାର ଗଠନ କରିଥିଲେ, ସେତେବେଳେ ତାଙ୍କ ପୁଅ-ଝିଅ ଶପଥ ଗ୍ରହଣ ସମାରୋହକୁ ଆସିଥିବା ଦେଖାଯାଇଥିଲା ।

ଆସନ୍ତାକାଲି ବିବାହ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ