ପୁଲୱାମା ଆକ୍ରମଣକୁ ପୁରିଲା ୪ ବର୍ଷ: ୪୦ ବୀର ପୁତ୍ରଙ୍କୁ ହରାଇ ସ୍ତବ୍ଧ ହୋଇଥିଲା ଦେଶ

ନୂଆଦିଲ୍ଲୀ : ଆଜି ହେଉଛି ସେହି କଳI ଦିବସ ଫେବୃଆରୀ ୧୪ ତାରିଖ I ୨୦୧୯ ମସିହା ଫେବ୍ରୁଆରି ମାସ ଆଜିର ତାରିଖରେ ପୁଲୱାମାରେ ଅପରାହ୍ନ ୩.୩୦ ସମୟରେ ଜୈସ-ଏ – ମହମ୍ମଦ (ଜେଏମ) ଆତଙ୍କବାଦୀ ଆକ୍ରମଣ କରିଥିଲେ I ଏହି ଆକ୍ରମଣରେ ଭାରତର ୪୦ ଜଣ ବୀର ସୈନ୍ୟ ଶହୀଦ ହୋଇଥିଲେ । ଘଟଣା ୪ ବର୍ଷ ତଳର ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲୋକେ ଏହାକୁ ଭୁଲିପାରିନାହାନ୍ତି । ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା […]

Samaya Live Picture
Published On

ନୂଆଦିଲ୍ଲୀ : ଆଜି ହେଉଛି ସେହି କଳI ଦିବସ ଫେବୃଆରୀ ୧୪ ତାରିଖ I ୨୦୧୯ ମସିହା ଫେବ୍ରୁଆରି ମାସ ଆଜିର ତାରିଖରେ ପୁଲୱାମାରେ ଅପରାହ୍ନ ୩.୩୦ ସମୟରେ ଜୈସ-ଏ – ମହମ୍ମଦ (ଜେଏମ) ଆତଙ୍କବାଦୀ ଆକ୍ରମଣ କରିଥିଲେ I ଏହି ଆକ୍ରମଣରେ ଭାରତର ୪୦ ଜଣ ବୀର ସୈନ୍ୟ ଶହୀଦ ହୋଇଥିଲେ । ଘଟଣା ୪ ବର୍ଷ ତଳର ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲୋକେ ଏହାକୁ ଭୁଲିପାରିନାହାନ୍ତି । ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିର ତାରିଖକୁ ମନେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଟ୍ୱିଟରରେ ଲେଖିଛନ୍ତି,ଆଜି ସେହି କଳI ଦିବସ ‘ଆଜିର ଦିନରେ ପୁଲୱାମାରେ ନିଜ ଜୀବନ ଦେଇଥିବା ଆମର ସାହସୀ ବୀର ମାନେ ମନେ ପଡୁଛନ୍ତି। ସେମାନଙ୍କ ବଳିଦାନକୁ ଆମେ କେବେ ବି ଭୁଲିପାରିବୁ ନାହିଁ। ସେମାନଙ୍କ ସାହସ ଆମକୁ ଶକ୍ତିଶାଳୀ ଓ ବିକଶିତ ଭାରତ ଗଠନ କରିବାକୁ ପ୍ରେରିତ କରୁଛି।’

୪୦ ସୈନ୍ୟଙ୍କର ବଳିଦାନ ସ୍ମୃତିରେ ଆଜି ସିଆରଏଫ ଲେଥପୁର କ୍ୟାମ୍ପ ରେ ଆଜି ଶହୀଦ ସମାରକରେ ଶ୍ରଦ୍ଧାଞ୍ଜଳି ଦିଆଯିବ I ଏହି ଶ୍ରଦ୍ଧାଙ୍କୁଳି ସ୍ମାରକରେ ଶହୀଦ ମାନଙ୍କର ଗୁଣ ଗାରିମା ଏବଂ ଦେଶ ମାତୃକା ପ୍ରତି ସମର୍ପିତ ଭାବକୁ ସ୍ମୃତି ଭାବରେ ଲେଖା ଯାଇଛି I ଏଠାରେ ଆଜି ଜାମ୍ମୁ-କାଶ୍ମୀରର ସପିଏଲ ଡିଜି ଡାଳଜିତ ସିଂ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ I

ଘଟନାନୁସାରେ, ୨୦୧୯ ଫେବୃଆରୀ ୧୪ରେ ୭୮ଟି ମିଲିଟାରୀ ଭ୍ୟାନରେ ପ୍ରାୟ ୨୫୦୦ ଅଧିକ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ କର୍ମଚାରୀଙ୍କୁ ଜମ୍ମୁୁ –କଶ୍ମୀର ରୁ ଶ୍ରୀନଗର ନିଆଯାଉଥିଲା । ଏହି ସମୟରେ ସିଆରଏଫ କାରକେଡ କୁ ଆତଙ୍କବାଦୀଂକ ବୋମା ଭର୍ତ୍ତି କାର ଆସି ଗୋଟିଏ ଭ୍ୟାନ୍ ସହ ଧକ୍କା ହୋଇଥିଲା । ଏହି ଭୟଙ୍କର ଆକ୍ରମରେ ଘଟଣାସ୍ଥଳରେ ରକ୍ତର ସୁଅ ବୋହିଥିଲା I ସିଆରଏଫ ର ଗାଡି ସହିତ ୪୦ ଜଣ ସୈନ୍ୟଙ୍କର ଖଣ୍ଡ ବିଖଣ୍ଡିତ ଶରୀର ପୁଲୱାମା ରାସ୍ତାରେ ବିଛାଡ଼ି ହୋଇ ପଡିଥିଲା I ସେତେବେଳେ ସିଆରପିଏଫ କାରକେଡ ରେ ସମୁଦାୟ ୭୮ ଟି ବସ ଥିଲା I ଏହି ବସ ଗୁଡିକରେ ସିଆରଏଫ ର ୨୫୦୦ ସୈନ୍ୟ ଜାମ୍ମୁ ରୁ ଶ୍ରୀନଗର ଯାଉଥିଲେ I ପରେ ଭାରତ ଏହାର ପ୍ରତିଶୋଧ ନେବାକୁ ୨୬ ଫେବୃଆରୀ ରେ ସୀମା ପାର୍ଶ୍ୱରେ ଆତଙ୍କବାଦୀ ତାଲିମ ଶିବିରକୁ ଟାର୍ଗେଟ କରିଥିଲା। ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ବାଲାକୋଟ ଉପରେ ସର୍ଜିକାଲ ଏୟାର ଷ୍ଟ୍ରାଇକ୍ କରି ବହୁ ସଂଖ୍ୟକ ଆତଙ୍କ ବାଦୀଂକ ସମେତ ତାଙ୍କ ଆଡା କୁ ଧ୍ବଂଶ କରିଥିଲା I