ଅଧିକ ଦିନ ଲିଭ୍ ଇନରେ ରହିବା ବିବାହ ସହ ସମାନ : ସୁପ୍ରିମକୋର୍ଟ
ଦିଲ୍ଲୀ : ଯଦି କୌଣସି ମହିଳା ଓ ପୁରୁଷ ‘ଲିଭ୍ ଇନ୍ ରିଲେସନ୍’ ଅଥବା ବିବାହ ନକରି ଏକାଠି ଦୀର୍ଘ ବର୍ଷ ପର୍ଯ୍ୟନ୍ତ ରୁହନ୍ତି, ତେବେ ସେହି ସମ୍ପର୍କ ବିବାହ ସହ ସମାନ ହେବ ବୋଲି ସୁପ୍ରିକୋର୍ଟ ରାୟ ଶୁଣାଇଛନ୍ତି । ଏହାସହିତ ସେମାନଙ୍କ ଠାରୁ ଜନ୍ମ ନେଇଥିବା ସନ୍ତାନ, ବିବାହିି ଦମ୍ପତି ସନ୍ତାନମାନଙ୍କ ପରି ସେମାନଙ୍କର ଭାଗ ପାଇବେ । ଜଷ୍ଟିସ୍ ଏସ୍. ଅବଦୁଲ ନଜିର୍ ଏବଂ ଜଷ୍ଟିସ୍ ବିକ୍ରମ ନାଥଙ୍କ ମିଳିତ ଖଣ୍ଡପୀଠ ଏହାକୁ […]
ଦିଲ୍ଲୀ : ଯଦି କୌଣସି ମହିଳା ଓ ପୁରୁଷ ‘ଲିଭ୍ ଇନ୍ ରିଲେସନ୍’ ଅଥବା ବିବାହ ନକରି ଏକାଠି ଦୀର୍ଘ ବର୍ଷ ପର୍ଯ୍ୟନ୍ତ ରୁହନ୍ତି, ତେବେ ସେହି ସମ୍ପର୍କ ବିବାହ ସହ ସମାନ ହେବ ବୋଲି ସୁପ୍ରିକୋର୍ଟ ରାୟ ଶୁଣାଇଛନ୍ତି । ଏହାସହିତ ସେମାନଙ୍କ ଠାରୁ ଜନ୍ମ ନେଇଥିବା ସନ୍ତାନ, ବିବାହିି ଦମ୍ପତି ସନ୍ତାନମାନଙ୍କ ପରି ସେମାନଙ୍କର ଭାଗ ପାଇବେ ।

ଜଷ୍ଟିସ୍ ଏସ୍. ଅବଦୁଲ ନଜିର୍ ଏବଂ ଜଷ୍ଟିସ୍ ବିକ୍ରମ ନାଥଙ୍କ ମିଳିତ ଖଣ୍ଡପୀଠ ଏହାକୁ ଘୋଷଣା କରିଛନ୍ତି । ଏହାକୁ ଅଧିନିୟମର ଧାରା ୧୧୪ ଧାରା ଅନ୍ତର୍ଗତ କରାଯିବ ।
ଜଷ୍ଟିସ ଏସ ଅବଦୁଲ ନାଜିର ଏବଂ ବିକ୍ରମ ନାଥଙ୍କ ଖଣ୍ଡପୀଠ କହିଛନ୍ତି, ଏହା ସ୍ପଷ୍ଟ ଯେ ଯଦି ଜଣେ ପୁରୁଷ ଏବଂ ଜଣେ ମହିଳା ସ୍ୱାମୀ ଏବଂ ପତ୍ନୀ ଭାବରେ ଦୀର୍ଘ ସମୟ ଧରି ଏକାଠି ରୁହନ୍ତି, ତେଣୁ ଏହାକୁ ବିବାହ ଭାବରେ ବିବେଚନା କରାଯିବ । ସେମାନଙ୍କର ଠାରୁ ଯେଉଁ ସନ୍ତା ସନ୍ତତି ଜନ୍ମ ନେବେ ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ବାପାର ଅଧିକାର ପାଇବାକୁ ସମ୍ପୂର୍ଣ୍ଣ ଯୋଗ୍ୟ । ଏହାସହ ପୈତୃକ ସମ୍ପତ୍ତି ପାଇବାକୁ ମଧ୍ୟ ସେମାନେ ସମ୍ପୂର୍ଣ୍ଣ ହକଦାର ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ୨୦୦୯ରେ କେରଳ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଶୁଣାଣି ସୁପ୍ରିମକୋର୍ଟ ଏହି କରି ଏପରି ବୟାନ ଦେଇଛନ୍ତି ।




