ମନମୋହନ ସରକାର ଦେଇଥିଲେ ବଳାତ୍କାରୀକୁ ଫାଶୀଦଣ୍ଡ, ପରେ ୪ ଲକ୍ଷ ନାରୀ ହୋଇଛନ୍ତି ଦୁଷ୍କର୍ମର ଶୀକାର
ସମୟ ଲାଇଭ୍,୩/୧୨: ପଶୁ ଡ଼ାକ୍ତର ପ୍ରିୟଙ୍କା ରେଡ୍ଡି ଦୁର୍ଷ୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ଦାବି ହୋଇଆସୁଛି। ତେପେ ଦୁଷ୍କର୍ମ ଓ ହତ୍ୟା ଉପରେ ରୋକ ଲଗାଇବା ପାଇଁ ଫାଶୀ ଦଣ୍ଡ ଯଥେଷ୍ଟ ନୁହେଁ ବୋଲି ବୁଦ୍ଧିଜୀବିମାନେ ମତ ଦେଇଛନ୍ତି। ୨୦୦୪ ଅଗଷ୍ଟ ମାସ ୧୪ ତାରିଖରେ ଭାରତରେ ଶେଷଥର ପାଇଁ ବଳାତ୍କାର ଅଭିଯୁକ୍ତକୁ ଫାଶୀଦଣ୍ଡ ଦିଆଯାଇଥିଲା। ତେବେ ଗତ ୧୫ ମଧ୍ୟରେ ୪ ଲକ୍ଷରୁ ଅଧିକ […]
ସମୟ ଲାଇଭ୍,୩/୧୨: ପଶୁ ଡ଼ାକ୍ତର ପ୍ରିୟଙ୍କା ରେଡ୍ଡି ଦୁର୍ଷ୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ଦାବି ହୋଇଆସୁଛି। ତେପେ ଦୁଷ୍କର୍ମ ଓ ହତ୍ୟା ଉପରେ ରୋକ ଲଗାଇବା ପାଇଁ ଫାଶୀ ଦଣ୍ଡ ଯଥେଷ୍ଟ ନୁହେଁ ବୋଲି ବୁଦ୍ଧିଜୀବିମାନେ ମତ ଦେଇଛନ୍ତି।
୨୦୦୪ ଅଗଷ୍ଟ ମାସ ୧୪ ତାରିଖରେ ଭାରତରେ ଶେଷଥର ପାଇଁ ବଳାତ୍କାର ଅଭିଯୁକ୍ତକୁ ଫାଶୀଦଣ୍ଡ ଦିଆଯାଇଥିଲା। ତେବେ ଗତ ୧୫ ମଧ୍ୟରେ ୪ ଲକ୍ଷରୁ ଅଧିକ ଦୁଷ୍କର୍ମ ମାମଲା ସାମନାକୁ ଆସିଥିଲେ ମଧ୍ୟ କୌଣସି ଅଭିଯୁକ୍ତକୁ ଫାଶୀଦଣ୍ଡ ଦିଆଯାଇନାହିଁ।
ମନମୋହନ ସିଂ ପ୍ରଧାନମନ୍ତ୍ରୀ ଓ ଡ଼. ଏପିଜେ ଅବଦୁଲ କଲାମ ରାଷ୍ଟ୍ରପତି ଥିବ। ସମୟରେ ୨୦୦୪ରେ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଧନଞ୍ଜୟ ଚାଟାର୍ଜୀକୁ ଫାଶୀ ଦଣ୍ଡ ଦିଆଯାଇଥିଲା।
ତେବେ ଦେଶରେ ପାଶବିକ ମାନସିକତା ଅଭିଯୁକ୍ତଙ୍କ ମଧ୍ୟରେ କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି।
୨୦୧୨ ମସିହାରେ ଘଟିଥିଲା ହୃଦୟ ବିଦାରକ ନିର୍ଭୟା ଗଣଦୁଷ୍କର୍ମ ଓ ନିର୍ମମ ହତ୍ୟା। ଏହାପରେ ସାରା ଦେଶରେ କ୍ଷୋଭ ଦେଖାଦେଇଥିଲେ ମଧ୍ୟ ଦୁଷ୍କର୍ମକାରୀଙ୍କ ସଂଖ୍ୟା କମ୍ ହୋଇନଥିଲା।
ପରେ କଠୁଆରେ ଗୁଡ଼ିଆ ଦୁଷ୍କର୍ମ ମାମଲା, ମୁମ୍ବାଇସ୍ଥିତ ଶକ୍ତି ମିଲସରେ ଗଣ ଦୁଷ୍କର୍ମ , ୨୦୧୦ରେ ଦିଲ୍ଲୀରେ ଅନ୍ୟ ଏକ ମାମଲା ଓ ମଧ୍ୟପ୍ରଦେଶରେ ନାବାଳିକା ଧର୍ଷଣ ଆଦି ୪ ଲକ୍ଷ ମାମଲା ସାମନାକୁ ଆସିଥିଲେ ମଧ୍ୟ କୌଣସି ଅଭିଯୁକ୍ତକୁ ଫାଶୀଦଣ୍ଡାଦେଶ ଦିଆଯାଇନାହିଁ।
Tags:




