ପ୍ରଧାନମନ୍ତ୍ରୀଙ୍କ ମା’ ଅସୁସ୍ଥ, ହସ୍ପିଟାଲରେ ଭର୍ତି
ଅହମ୍ମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନ ଅସୁସ୍ଥ । ତାଙ୍କୁ ଅହମ୍ମଦାବାଦର ୟୁ. ଏନ୍. ମେହେଟ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୟୁ. ଏନ୍. ମେହେଟ୍ଟା ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଏବଂ ରିସର୍ଚ୍ଚ ସେଣ୍ଟର ଅନୁଯାୟୀ ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ଡାକ୍ତରଖାନା ସୂତ୍ର ଅନୁଯାୟୀ ରକ୍ତଚାପ ସମସ୍ୟା ହେତୁ ହୀରାବେନଙ୍କୁ ଡାକ୍ତରଖାନା ଅଣାଯାଇଛି। ବର୍ତ୍ତମାନ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି ବୋଲି କୁହାଯାଉଛି। ଗୁଜୁରାଟର ମୁଖ୍ୟ ଶାସନ ସଚିବ ଭୁପେନ୍ଦ୍ର ଭୋଇ ପଟେଲ […]
ଅହମ୍ମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନ ଅସୁସ୍ଥ । ତାଙ୍କୁ ଅହମ୍ମଦାବାଦର ୟୁ. ଏନ୍. ମେହେଟ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୟୁ. ଏନ୍. ମେହେଟ୍ଟା ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଏବଂ ରିସର୍ଚ୍ଚ ସେଣ୍ଟର ଅନୁଯାୟୀ ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ଡାକ୍ତରଖାନା ସୂତ୍ର ଅନୁଯାୟୀ ରକ୍ତଚାପ ସମସ୍ୟା ହେତୁ ହୀରାବେନଙ୍କୁ ଡାକ୍ତରଖାନା ଅଣାଯାଇଛି। ବର୍ତ୍ତମାନ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି ବୋଲି କୁହାଯାଉଛି। ଗୁଜୁରାଟର ମୁଖ୍ୟ ଶାସନ ସଚିବ ଭୁପେନ୍ଦ୍ର ଭୋଇ ପଟେଲ ଡାକ୍ତରଖାନାରେ ପହଞ୍ଚି ତାଙ୍କ ସୁସ୍ଥତା ବିଷୟରେ ପଚାରି ବୁଝିଛନ୍ତି I
ପ୍ରଧାନମନ୍ତ୍ରୀ ଙ୍କ ମା’ହୀରାବେନ ୧୯୨୩ ମସିହା ଜୁନ୍ ୧୮ରେଜନ୍ମ ଗ୍ରହଣ କରିଥିଲେ I ସେ ଗତ ଜୁନ ମାସରେ ୯୯ ତମ ଜନ୍ମ ଦିବସ ପାଳନ କରିଛନ୍ତି I ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଯାଇଥିବା ବେଳେ ମା’ ହୀରା ବେନ୍ଙ୍କୁ ଭେଟିଥିଲେ। ସୂଚନାଯୋଗ୍ୟ ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦିଙ୍କ କାର୍ ମହୀଶୂର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଇ ଏବଂ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ଭାଇ ପ୍ରହ୍ଲାଦ ମୋଦୀ ତାଙ୍କ ପତ୍ନୀ, ପୁଅ, ବୋହୂ ଏବଂ ନାତିଙ୍କ ସହ ମର୍ସିଡିଜ୍ ବେଞ୍ଜ୍ କାରରେ ବାନ୍ଦିପୋରା ଯାଉଥିଲେ। ମଙ୍ଗଳବାର ରାତି ପ୍ରାୟ ୨ ଟା ସମୟରେ ତାଙ୍କ କାର ଭାରସାମ୍ୟ ହରାଇ ଡିଭାଇଡର୍ରେ ପିଟି ହୋଇ ଯାଇଥିଲା I




