ପ୍ରଧାନମନ୍ତ୍ରୀଙ୍କ ମନ କି ବାତରେ ଗାନ୍ଧିଜୀ…ଭୋକାଲ ଫର୍ ଲୋକାଲ୍
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ରେଡିଓ କାର୍ଯ୍ୟକ୍ରମ “ମନ୍ କି ବାତ୍”ର ୧୨୬ତମ ଏପିସୋଡ୍ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଅଭିଭାଷଣ ସମୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହିତ ସହିଦ ଭଗତ ସିଂ ଓ ଲତା ମଙ୍ଗେସକରଙ୍କୁ ସ୍ମରଣ କରିଛନ୍ତି । ସହିତ ସହିଦ ଭଗତ ସିଂ: ଯୋଦ୍ଧା ଭଗତ ସିଂହଙ୍କ ବଳିଦାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶବାସୀଙ୍କୁ ପାଇଁ ସେ ପ୍ରେରଣାପୁଞ୍ଜ ଥିଲେ । ତାଙ୍କ ସ୍ୱଭାବରେ ନିର୍ଭୀକତା ଭରି ରହିଥିଲା […]
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ରେଡିଓ କାର୍ଯ୍ୟକ୍ରମ “ମନ୍ କି ବାତ୍”ର ୧୨୬ତମ ଏପିସୋଡ୍ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଅଭିଭାଷଣ ସମୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହିତ ସହିଦ ଭଗତ ସିଂ ଓ ଲତା ମଙ୍ଗେସକରଙ୍କୁ ସ୍ମରଣ କରିଛନ୍ତି ।
ସହିତ ସହିଦ ଭଗତ ସିଂ: ଯୋଦ୍ଧା ଭଗତ ସିଂହଙ୍କ ବଳିଦାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶବାସୀଙ୍କୁ ପାଇଁ ସେ ପ୍ରେରଣାପୁଞ୍ଜ ଥିଲେ । ତାଙ୍କ ସ୍ୱଭାବରେ ନିର୍ଭୀକତା ଭରି ରହିଥିଲା । ବ୍ରିଟିଶଙ୍କ ବିରୋଧରେ ଅଦ୍ୟମ ସାହସ ଦେଖାଇଥିଲେ ଭଗତ ସିଂ । ଲୋକଙ୍କ ପୀଡା ପ୍ରତି ସମ୍ବେଦନଶୀଳ ଥିଲେ । ତାଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ଆଗରେ ରହୁଥିଲେ ।
ଲତା ଦିଦି : ଅଭିଭାଷଣ ସମୟରେ ସେ କହିଛନ୍ତି ଯେ ଆଜି ଲତା ମଙ୍ଗେସକରଙ୍କ ଜନ୍ମବାର୍ଷିକୀ। ଭାରତୀୟ ସଂସ୍କୃତି ଏବଂ ସଙ୍ଗୀତରେ ଆଗ୍ରହୀ ଯେକୌଣସି ବ୍ୟକ୍ତି ତାଙ୍କ ଗୀତ ଦ୍ୱାରା ପ୍ରଭାବିତ ନ ହୋଇ ରହିପାରିବେ ନାହିଁ। ତାଙ୍କ ଗୀତରେ ମାନବ ଭାବନାକୁ ଆକର୍ଷିତ କରୁଥିବା ସବୁକିଛି ରହିଛି। ଲତା ଦିଦିଙ୍କୁ ପ୍ରେରଣା ଦେଇଥିବା ମହାନ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ବୀର ସାଭରକର ଥିଲେ, ଯାହାଙ୍କୁ ସେ ତାତ୍ୟା ବୋଲି ଡାକୁଥିଲେ। ସେ ବୀର ସାଭରକରଙ୍କ ଅନେକ ଗୀତ ମଧ୍ୟ ଗାଇଥିଲେ। ସବୁ ରାକ୍ଷୀ ପୂର୍ଣ୍ଣିମାରେ ମୋ ପାଇଁ ଲତା ଦିଦି ରାକ୍ଷୀ ପଠାଉଥିଲେ ବୋଲି ମୋଦୀଜି କହିଛନ୍ତି।
ନାରୀ ଶକ୍ତି : ପ୍ରଧାନମନ୍ତ୍ରୀ ନାରୀଶକ୍ତି ଉପରେ କହିଛନ୍ତି ଯେ ସବୁ କ୍ଷେତ୍ରରେ ନାରୀଶକ୍ତି ଦେଶ ପାଇଁ ଗୌରବ ଆଣିପାରିଛନ୍ତି। ଏଥି ସହିତ ନ୍ୟାଭିର ୨ ମହିଳା କମାଣ୍ଡରଙ୍କ ସହ ମଧ୍ଯ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । ଝଡ଼ ତୋଫାନ ଭିତରେ କିପରି କାର୍ଯ୍ୟ ହୁଏ ପଚାରି ବୁଝିଥିଲେ । ଧୈର୍ଯ୍ୟର ସହ କାମ କଲେ ମହିଳାଙ୍କ ପାଇଁ କିଛି କାମ ଅସାଧ୍ୟ ନୁହେଁ ବୋଲି ମୋଦି କହିଛନ୍ତି। ସାହସିକତା ପାଇଁ ଦୀଲ୍ନା ଓ ରୁପାଙ୍କୁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ସେ ଆହୁରି କହିଛନ୍ତି ଯେ କୋଲକାତାର ଦୁର୍ଗା ପୂଜା ୟୁନ୍ସ୍କୋର ତାଲିକାରେ ସାମିଲ ହୋଇଛି। ଛଟ୍ ମହାପର୍ବକୁ ୟୁନ୍ସ୍କୋ ତାଲିକାରେ ସାମିଲ ପାଇଁ ଉଦ୍ୟମ ଚାଲିଛି।
ସ୍ବଦେଶୀ ଯାତ୍ରା : ପ୍ରଧାନମନ୍ତ୍ରୀ କହିଛନ୍ତି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ । ସମସ୍ତେ ସ୍ୱଦେଶୀ ଆପଣାନ୍ତୁ । ଅତିକମ୍ରେ ଖଣ୍ଡେ ଖଦି ସାମଗ୍ରୀ କିଣି ସ୍ବଦେଶୀ ଯାତ୍ରାରେ ସାମିଲ ହୁଅନ୍ତୁ । ଆଗାମୀ ଦିନରେ, ପର୍ବ ଏବଂ ଉତ୍ସବଗୁଡ଼ିକ କେବଳ ଆନନ୍ଦର ପର୍ବ ହେବ । ଆମେ ସବୁ ପର୍ବ ପାଇଁ ବହୁତ କିଣାକିଣି କରୁ ।
ଭୋକାଲ ଫୋର ଲୋକାଲ : ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଦୀପାବଳି ଉପହାର ଦେଇଛନ୍ତି । ଏବେ ‘GST ସଞ୍ଚୟ ଉତ୍ସବ’ ଚାଲିଛି । ଆପଣ ଏକ ପ୍ରତିଜ୍ଞା ନେଇ ଆପଣଙ୍କର ପର୍ବଗୁଡ଼ିକୁ ଆହୁରି ସ୍ୱତନ୍ତ୍ର କରିପାରିବେ । ଜିଏସଟି ସଞ୍ଚୟ ଉତ୍ସବରେ ଭୋକାଲ ଫର୍ ଲୋକାଲ୍ ହେବାକୁ ଆହ୍ବାନ ଦେଇଛନ୍ତି। ପାର୍ବଣରେ ଯାହା ସ୍ବଦେଶରେ ତିଆରି ହୋଇଛି ତାହା କିଣାକିଣି କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ଆରଏସଏସ ର ଜନ୍ମ : ମୋଦିଜୀ କହିଛନ୍ତି ଯେ ୧୯୨୫ରେ ଆଜିକୁ ଶହେ ବର୍ଷ ତଳେ ବିଜୟାଦଶମୀରେ ଆରଏସଏସର ଜନ୍ମ ହୋଇଥିଲା। ସେବା ଓ ତ୍ୟାଗର ଭାବନା ନେଇ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ପ୍ରଣାମ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଭୂପେନ ହଜାରିକାଙ୍କ ସଙ୍ଗୀତର ଅଡିଓ ଶୁଣାଇବା ସହ ଭୂରି ଭୂରି ପ୍ରଶଂସା କରିଛନ୍ତି। ଏଥି ସହିତ ଦୀପାବଳି ପାଇଁ ଶୁଭକାମନା ସହ ଆତ୍ମନିର୍ଭର ହେବାକୁ ଆହ୍ବାନ ଦେଇଛନ୍ତି।
ଆଜିର ମନ କି ବାତ୍ ରେ ପ୍ରଧାନମନ୍ତ୍ରୀ ଦେଶର ସାଂସ୍କୃତିକ ଐତିହ୍ୟ, ସ୍ୱଦେଶୀ ଉତ୍ପାଦ ଗ୍ରହଣ, ନୌସେନାର ବୀରତ୍ୱ ଏବଂ ମହିଳାଙ୍କ ଶକ୍ତିର ପ୍ରଶଂସା କରିଛନ୍ତି।




