ରତନ ଟାଟା ଙ୍କୁ ପ୍ରଧାନମନ୍ତ୍ରୀ ଙ୍କ ବଡ଼ ଉପହାର,ହେଲେ ପିଏମ କେୟାର ଫଣ୍ଡ ର ଟ୍ରଷ୍ଟି
ନୂଆଦିଲ୍ଲୀ: ପ୍ରତିଷ୍ଠିତ ଭାରତୀୟ ଉଦ୍ୟୋଗପତି ତଥା ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଉପହାର । ପିଏମ କେୟାର ଫଣ୍ଡର ନୂତନ ଟ୍ରଷ୍ଟି ଭାବେ ନିଯୁକ୍ତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟାଟାଙ୍କ ସହିତ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି କେଟି ଥୋମାସ ଏବଂ ଲୋକସଭାର ପୂର୍ବତନ ଉପ ବାଚସ୍ପତି କାରିୟା ମୁଣ୍ଡାଙ୍କୁ ମଧ୍ୟ ପିଏମ କେୟାର୍ସ ଫଣ୍ଡର ଟ୍ରଷ୍ଟି କରାଯାଇଛି। ଏ ସମ୍ପର୍କରେ ପିଏମଓ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଛି। […]
ନୂଆଦିଲ୍ଲୀ: ପ୍ରତିଷ୍ଠିତ ଭାରତୀୟ ଉଦ୍ୟୋଗପତି ତଥା ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଉପହାର । ପିଏମ କେୟାର ଫଣ୍ଡର ନୂତନ ଟ୍ରଷ୍ଟି ଭାବେ ନିଯୁକ୍ତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟାଟାଙ୍କ ସହିତ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି କେଟି ଥୋମାସ ଏବଂ ଲୋକସଭାର ପୂର୍ବତନ ଉପ ବାଚସ୍ପତି କାରିୟା ମୁଣ୍ଡାଙ୍କୁ ମଧ୍ୟ ପିଏମ କେୟାର୍ସ ଫଣ୍ଡର ଟ୍ରଷ୍ଟି କରାଯାଇଛି। ଏ ସମ୍ପର୍କରେ ପିଏମଓ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଛି। ପିଏମ କେୟାର୍ସ ଫଣ୍ଡର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରତନ ଟାଟାଙ୍କୁ ସ୍ୱାଗତ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହେଉଛନ୍ତି ପିଏମ କେୟାର୍ସ ପାଣ୍ଠିର ଅନ୍ୟତମ ଟ୍ରଷ୍ଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ପିଏମ କେୟାର୍ସ ବୋର୍ଡ଼ ବୈଠକ ପରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ନିଜେ ରତନ ଟାଟା ମଧ୍ୟ ଉପସ୍ଥିତ ଥିଲେ।
ଏହାବାଦ ଦେଶର କିଛି ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ପରାମର୍ଶଦାତା ସମୂହ ପାଇଁ ମନୋନୀତ କରାଯାଇଛି। ଆଡଭାଇଜରି ବୋର୍ଡରେ ପୂର୍ବତନ ସିଏଜ ରାଜୀବ ମେହେର୍ଷି, ଇନଫୋସିସ ଫାଉଣ୍ଡେସନର ପୂର୍ବତନ ଅଧ୍ୟକ୍ଷ ସୁଧା ମୂର୍ତ୍ତି, ଇଣ୍ଡିକପର୍ସ ଏବଂ ପିରାମଲ ଫାଉଣ୍ଡେସନର ପୂର୍ବତନ ସିଇଓ ଆନନ୍ଦ ଶାହଙ୍କୁ ସ୍ଥାନ ମିଳିଛି।
ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୋର୍ଡ ଅଫ ଟ୍ରଷ୍ଟିର ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ। ନୂତନ ଭାବେ ଚୟନ ହୋଇଥିବା ସଦସ୍ୟ ମଧ୍ୟ ବୈଠକରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବୈଠକରେ ନୂତନ ଟ୍ରଷ୍ଟିମାନଙ୍କୁ ସ୍ଵାଗତ କରିଛନ୍ତି। ଉଲ୍ଲେଖନୀୟ ପିଏମ କେୟାର୍ସ ଫଣ୍ଡ ୨୦୨୦ରେ କରୋନା ମହାମାରୀ ସମୟରେ ସ୍ଥାପନ କରାଯାଇଥିଲା। ଏହି ଫଣ୍ଡର ଅଧ୍ୟକ୍ଷ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।




