ଆଜି ଚେନାଵ ବ୍ରିଜ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଉଚ୍ଚତମ ରେଳ ବ୍ରିଜକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁ-କଶ୍ମୀରର ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସବୁଠାରୁ ଉଚ୍ଚତମ ବ୍ରିଜକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି ବ୍ରିଜ ଜମ୍ମୁ ଓ କାଶ୍ମୀର ରିଆସି ଜିଲ୍ଲାର କାଉରି ଓ ବକ୍ଲାଲ ଅଞ୍ଚଳକୁ ସଂଯୋଗ କରିବ । ୧୫ ଶହ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ସେତୁ । ଭାରତର କୁତବ […]

ଆଜି ଚେନାଵ ବ୍ରିଜ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
Samaya Live Picture
Published On

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଉଚ୍ଚତମ ରେଳ ବ୍ରିଜକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁ-କଶ୍ମୀରର ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସବୁଠାରୁ ଉଚ୍ଚତମ ବ୍ରିଜକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି ବ୍ରିଜ ଜମ୍ମୁ ଓ କାଶ୍ମୀର ରିଆସି ଜିଲ୍ଲାର କାଉରି ଓ ବକ୍ଲାଲ ଅଞ୍ଚଳକୁ ସଂଯୋଗ କରିବ । ୧୫ ଶହ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ସେତୁ । ଭାରତର କୁତବ ମିନାର ଓ ପ୍ୟାରିସର ଆଇଫେଲ ଟାୱାର ଠାରୁ ଉଚ୍ଚ ଚେନାବ ରେଲୱେ ବ୍ରିଜର ଉଚ୍ଚତା ଚେନାବ ନଦୀ ଶଯ୍ୟା ଠାରୁ ୩୫୯ ମିଟର ବା ୧୧୭୮ ଫୁଟ ଏବଂ ଦୈର୍ଘ୍ୟ ୧୩୧୫ ମିଟର ରହିଛି । କୁତବ ମିନାର ଉଚ୍ଚତା ୭୨ ମିଟର ଥିବାବେଳେ ଆଇଫେଲ ଟାୱାରର ଉଚ୍ଚତା ୩୨୪ ମିଟର ରହିଛି ।

ଏଥି ସହିତ ଭାରତୀୟ ରେଳ ବିଭାଗ ଦ୍ବାରା ଅଞ୍ଜିଠାରେ ନିର୍ମିତ ପ୍ରଥମ କେବଲ୍ ବ୍ରିଜ୍ ଏବଂ ଦୁଇଟି ବନ୍ଦେ ଭାରତ ଟ୍ରେନର ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହାଦ୍ବାରା ଶ୍ରୀନଗରରକୁ ପ୍ରଥମ ସେମି ହାଇସ୍ପିଡ୍ ଟ୍ରେନ୍ ଗଡ଼ିବ । ଫଳରେ ମାତ୍ର ୩ ଘଣ୍ଟା ମଧ୍ୟରେ କଟ୍ରାରୁ ଶ୍ରୀନଗର ଯାତ୍ରା ସମ୍ଭବ ହୋଇପାରିବ । ଜାମ୍ମୁ କାଶ୍ମୀରକୁ ୪୪ ହଜାର କୋଟିର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଷ୍ଟିଲ ଆର୍କ ଡିଜାଇନରେ ନିର୍ମିତ ଏହି ବ୍ରିଜର ମୁଖ୍ୟ ଆର୍କର ଦୈର୍ଘ୍ୟ ୪୬୭ ମିଟର ବା ୧୫୩୨ ଫୁଟ ରହିଛି । ୧୩୧୫ ମିଟର ବା ୧.୩ କିଲୋମିଟର ଦୀର୍ଘ ଏହି ବ୍ରିଜ ନିର୍ମାଣରେ ପ୍ରାୟ ୨୭ ହଜାର ଟନ ଷ୍ଟିଲ ବ୍ୟବହୃତ ହୋଇଛି। ଉନ୍ନତ ଜ୍ଞାନକୌଶଳ ଓ ସ୍ୱଦେଶୀ ଇଞ୍ଜିନିୟରିଂରେ ନିର୍ମିତ ଏହି ବ୍ରିଜ ବିଭିନ୍ନ ଘଣ୍ଟାପ୍ରତି ୨୨୦ କି.ମି.ପବନର ବେଗକୁ ପ୍ରତିହତ କରିବା ସହିତ ରିକ୍ଟର ସ୍କେଲରେ ୮ ତୀବ୍ରତାର ଭୂମିକମ୍ପକୁ ମଧ୍ୟ ପ୍ରତିହତ କରିବାର କ୍ଷମତା ରଖିଛି । ସେହିପରି ସର୍ବନିମ୍ନ ତାପମାତ୍ରା ମାଇନସ ୨୦ ଡିଗ୍ରୀ ହେଲେ ମଧ୍ୟ ବ୍ରିଜର କୌଣସି କ୍ଷତି ହେବ ନାହିଁ । ପାକିସ୍ତାନ ସହ ଭାରତର ପାରମ୍ପରିକ ଶତ୍ରୁତାକୁ ଦୃଷ୍ଟିରେ ରଖି କୌଣସି ପ୍ରକାର ବିସ୍ଫୋରଣରୁ ବ୍ରିଜକୁ ସୁରକ୍ଷା ଦେବାକୁ ମଧ୍ୟ ଏଥିରେ ବୈଶିଷ୍ଟ୍ୟ ରହିଛି । ଏହାଫଳରେ ଦୀର୍ଘ ୭୮ ବର୍ଷ ଧରି ଭାରତର କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସଂଯୋଗ କରିବାକୁ ଭାରତୀୟ ରେଳପଥର ଯେଉଁ ସ୍ବପ୍ନ ଥିଲା ତାହା ଏବେ ସାକାର ହୋଇପାରିବ ।

Tags: