୭୨ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ ୧୭/୦୯: ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଶୁଭ ଜନ୍ମଦିବସ I ୭୨ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରି ପ୍ରଧାନମନ୍ତ୍ରୀ ପଦରେ ବସିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମୋଦି । ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ କାର୍ଯ୍ୟ କରିବାରେ ମୋଦି ହେଉଛନ୍ତି ପ୍ରଥମ। ଦେଶର ବିଭିନ୍ନ ସ୍ଥାନରେ […]

Samaya Live Picture
Published On

ନୂଆଦିଲ୍ଲୀ ୧୭/୦୯: ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଶୁଭ ଜନ୍ମଦିବସ I ୭୨ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରି ପ୍ରଧାନମନ୍ତ୍ରୀ ପଦରେ ବସିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମୋଦି । ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ କାର୍ଯ୍ୟ କରିବାରେ ମୋଦି ହେଉଛନ୍ତି ପ୍ରଥମ। ଦେଶର ବିଭିନ୍ନ ସ୍ଥାନରେ ଲୋକେ ଏହାକୁ ଅଲଗା ଅଲଗା ଅନ୍ଦାଜରେ ସେଲିବ୍ରେଟ୍ କରୁଛନ୍ତି । କେଉଁଠି ନବଜାତ ଶିଶୁମାନଙ୍କୁ ସୁନାମୁଦି ଦେବାକୁ ନିଷ୍ପତ୍ତି ହୋଇଛି ତ ପୁଣି କେଉଁଠି ୭୨୦ କିଲୋଗ୍ରାମ ମାଛ ବଣ୍ଟନ କରାଯିବାକୁ ଘୋଷଣା କରାଯାଇଛି I ସେହିପରି ଦିଲ୍ଲୀ ବିଜେପି ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ‘ସେବା ପାଖୱାଡା’ ପାଳନ କରିବ । ଏହି ସମୟରେ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ରକ୍ତଦାନ ଶିବିର ଆୟୋଜନ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିନରେ ନିଜ ମାଆଙ୍କ ଆଶୀର୍ବାଦରୁ ଦିନର ଆରମ୍ଭ କରନ୍ତି ତ ଆଉ କେତେବେଳେ ସାରା ଦେଶରେ କରୋନା ଟିକାକରଣର ଅଭିଯାନ ଚଳାଇ ନିଜ ଜନ୍ମଦିନକୁ ସେଲିବ୍ରେଟ୍ କରନ୍ତି । ସେହିଭଳି ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନକୁ କିଛି ସେହିପରି ଖାସ ଢଙ୍ଗରେ ପାଳନ କରାଯାଉଛି I ୭୦ବର୍ଷ ପରେ ଭାରତକୁ ୮ ଆଠଟା ଚିତାବାଘ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଚିତାବାଘ ଗୁଡିକୁ ସ୍ୱତନ୍ତ୍ର ବିମାନ ଯୋଗେ ନାମିବିୟାରୁ ଭାରତ ଅଣାଯାଇଛି I ମଧ୍ୟପ୍ରଦେଶର କୁନୋ ଅଭୟାରଣ୍ୟରେ ଆଜି ୮ଟି ଚିତାଙ୍କୁ ପ୍ରଧାନମନ୍ତ୍ରୀ ନିଜେ ଛାଡିଛନ୍ତି I