‘କର୍ତ୍ତବ୍ୟ ଭବନ’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀରେ ‘କର୍ତ୍ତବ୍ୟ ଭବନ’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । କର୍ତ୍ତବ୍ୟ ପଥ ସ୍ଥିତ ସେଣ୍ଟ୍ରାଲ ଭିଷ୍ଟାର ନୂଆ କୋଠା କର୍ତ୍ତବ୍ୟ ଭବନକୁ ଉଦଘାଟନ କରିଛନ୍ତି ପରାଧନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କୋଠା ସରକାରୀ କାର୍ଯ୍ୟ ପାଇଁ ନିର୍ମିତ ହୋଇଛି। ଏହା ସେଣ୍ଟ୍ରାଲ ଭିଷ୍ଟାର ବ୍ୟାପକ ରୂପାନ୍ତରଣର ଏକ ଅଂଶ। ଏହି ଅବସରରେ କର୍ତ୍ତବ୍ୟ ଭବନ ବୁଲି ଦେଖିଛନ୍ତି ମୋଦି। ଏଥିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, କାର୍ମିକ ଏବଂ ତାଲିମ ବିଭାଗ ଭଳି ଅନେକ […]

‘କର୍ତ୍ତବ୍ୟ ଭବନ’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀରେ ‘କର୍ତ୍ତବ୍ୟ ଭବନ’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । କର୍ତ୍ତବ୍ୟ ପଥ ସ୍ଥିତ ସେଣ୍ଟ୍ରାଲ ଭିଷ୍ଟାର ନୂଆ କୋଠା କର୍ତ୍ତବ୍ୟ ଭବନକୁ ଉଦଘାଟନ କରିଛନ୍ତି ପରାଧନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କୋଠା ସରକାରୀ କାର୍ଯ୍ୟ ପାଇଁ ନିର୍ମିତ ହୋଇଛି। ଏହା ସେଣ୍ଟ୍ରାଲ ଭିଷ୍ଟାର ବ୍ୟାପକ ରୂପାନ୍ତରଣର ଏକ ଅଂଶ। ଏହି ଅବସରରେ କର୍ତ୍ତବ୍ୟ ଭବନ ବୁଲି ଦେଖିଛନ୍ତି ମୋଦି।

ଏଥିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, କାର୍ମିକ ଏବଂ ତାଲିମ ବିଭାଗ ଭଳି ଅନେକ ସରକାରୀ କାର୍ଯ୍ୟାଳୟ ରହିଛି। ମୋଟ୍ ୧୦ଟି ବିଲ୍ଡିଂ ନିର୍ମାଣ ହେବ। ଆସନ୍ତା ୨୦୨୭ ଜୁନ୍ ସୁଦ୍ଧା ସମସ୍ତ ନିର୍ମାଣ ସରିବ। ଦିଲ୍ଲୀର ଅଲଗା ଅଲଗା ବିଲିଡିଂରେ ଥିବା କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ଖୁବଶୀଘ୍ର କର୍ତ୍ତବ୍ୟଭବନକୁ ସ୍ଥାନାନ୍ତର ହେବ । ମନ୍ତ୍ରଣାଳୟଗୁଡ଼ିକୁ ଏକାଠି କରି ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ନୀତି କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବ। କର୍ତ୍ତବ୍ୟ ଭବନ ୩ରେ କମନ ସେଣ୍ଟ୍ରାଲ ସେକ୍ରେଟରିଏଟ୍ ଭାବେ କାର୍ଯ୍ୟ କରିବ । ଏଥିରେ ଉଭୟ ସ୍ବରାଷ୍ଟ୍ର ଓ ବୈଦେଶିକ ମନ୍ତ୍ରଣାଳୟ କାର୍ଯ୍ୟ କରିବ ।

କର୍ତ୍ତବ୍ୟ ଭବନ ପ୍ରାୟ ୧.୫ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ନିର୍ମାଣ ହୋଇଥିବାବେଳେ ଦୁଇଟି ବେସମେଣ୍ଟ ଏବଂ ସାତ ମହଲା ରହିଛି। ଏହି କୋଠାକୁ ୩୦ ପ୍ରତିଶତ କମ୍ ଶକ୍ତି ବ୍ୟବହାର କରିବା ପାଇଁ ଡିଜାଇନ୍ କରାଯାଇଛି। କୋଠାକୁ ଥଣ୍ଡା ରଖିବା ଏବଂ ବାହ୍ୟ ଶବ୍ଦ ପ୍ରଦୂଷଣ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର କାଚ ଝରକା ସହ ଶକ୍ତି-ସଞ୍ଚୟକାରୀ ଏଲଇଡି ଲାଇଟ୍,ସେନ୍ସର, ଶକ୍ତି-ସଞ୍ଚୟକାରୀ ସ୍ମାର୍ଟ ଲିଫ୍ଟ ଲଗାଯାଇଛି ।

Tags: