ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଉଦଘାଟିତ ହେଲା ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଗୁଜରାଟର ଭଦୋଦରାରେ ଟାଟା ଏୟାରକ୍ରାଫ୍ଟ କମ୍ପଲେକ୍ସକୁ ଉଦଘାଟନ କରିଛନ୍ତି । ଟାଟାର ଆଡଭାନ୍ସ ସିଷ୍ଟମ (ଟିଏଏସ୍‌ଏଲ)ଏହି ମାନୁଫାକଚରିଂ ଫାସିଲିଟିରେ C-295 ଯୁଦ୍ଧ ବିମାନ ନିର୍ମାଣ କରାଯିବ । ଉଦ୍‌ଘାଟନ ପରେ ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କିଛି ଦିନ ତଳେ ଦେଶ ନିଜର ମହାନ ପୁଅ ରତନ ଟାଟାଙ୍କୁ ହରାଇଥିଲା। ଯଦି […]

Samaya Live Picture
Published On

ନୂଆଦିଲ୍ଲୀ : ଉଦଘାଟିତ ହେଲା ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଗୁଜରାଟର ଭଦୋଦରାରେ ଟାଟା ଏୟାରକ୍ରାଫ୍ଟ କମ୍ପଲେକ୍ସକୁ ଉଦଘାଟନ କରିଛନ୍ତି । ଟାଟାର ଆଡଭାନ୍ସ ସିଷ୍ଟମ (ଟିଏଏସ୍‌ଏଲ)ଏହି ମାନୁଫାକଚରିଂ ଫାସିଲିଟିରେ C-295 ଯୁଦ୍ଧ ବିମାନ ନିର୍ମାଣ କରାଯିବ ।

ଉଦ୍‌ଘାଟନ ପରେ ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କିଛି ଦିନ ତଳେ ଦେଶ ନିଜର ମହାନ ପୁଅ ରତନ ଟାଟାଙ୍କୁ ହରାଇଥିଲା। ଯଦି ଆଜି ରତନ ଟାଟା ଆମ ମଧ୍ୟରେ ଥାଆନ୍ତେ, ସେ ବହୁତ ଖୁସି ହୋଇଥାନ୍ତେ। ଆଜି ଭାରତ ଏହି ଯୋଜନାରେ ତୀବ୍ର ବେଗରେ କାମ କରୁଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ହେବା ଉଚିତ ନୁହେଁ। ଏଠାରୁ ନିର୍ମିତ ବିମାନ ଅନ୍ୟ ଦେଶକୁ ମଧ୍ୟ ଦିଆଯିବ।

ଭଦୋଦରାରେ ଥିବା ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ସ୍ପେନର ଏୟାରବସ୍ ସହଯୋଗରେ C-295 ଯୁଦ୍ଧ ବିମାନ ନିର୍ମାଣ କରାଯବ । ଏଥିରେ ସ୍ପେନ ଓ ଭାରତ ମିଳିତ ଭାବେ ମିଲିଟାରି ଏୟାରକ୍ରାଫ୍ଟ ସି- ୨୯୫ର ନିର୍ମାଣ କରିବେ । ସି-୨୯୫ କାର୍ୟ୍ୟକ୍ରମ ଅଧୀନରେ ସମୁଦାୟ ୫୬ ବିମାନ ଉତ୍ପାଦନ ହେବ। ସେଥିମଧ୍ୟରୁ ୧୬ଟି ସ୍ପେନରୁ ଏୟାରବସ ଦ୍ୱାରା ସିଧାସଳଖ ବିତରଣ କରାଯାଉଛି । ଅବଶିଷ୍ଟ ୪୦ଟି ଭାରତରେ ତିଆରି ହେବ। ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ ଏହି ୪୦ଟି ବିମାନ ଭାରତରେ ଉତ୍ପାଦନ କରିବ।

୨୦୨୬ ସୁଦ୍ଧା ଏଠାରେ ୪୦ଟି C-295 ବିମାନ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଭାରତର ପ୍ରତିରକ୍ଷା କ୍ଷମତାକୁ ଦୃଢ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ।

Tags: