ମହାକୁମ୍ଭରେ ଦଳାଚକଟା ଘଟଣା,ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ଘଟଣା । ଏ ଯାଏଁ ୨୦ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା । ମୃତ୍ୟୁ ସଂଖ୍ୟା ଆହୁରି ବି ବଢିପାରେ ବୋଲି ଆଶଙ୍କା କରାଯାଉଛି । ସେପଟେ ଦଳାଚକଟା ପରେ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇ ଥିବା ସୂଚନା ମିଳିଛି । ଏହି ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଏହି ଘଟଣାରେ ଭକ୍ତମାନେ ନିଜ ପରିବାରର ସଦସ୍ୟଙ୍କୁ ହରାଇଛନ୍ତି। ତାଙ୍କ ପ୍ରତି ମୋର […]
ନୂଆଦିଲ୍ଲୀ : ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ଘଟଣା । ଏ ଯାଏଁ ୨୦ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା । ମୃତ୍ୟୁ ସଂଖ୍ୟା ଆହୁରି ବି ବଢିପାରେ ବୋଲି ଆଶଙ୍କା କରାଯାଉଛି । ସେପଟେ ଦଳାଚକଟା ପରେ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇ ଥିବା ସୂଚନା ମିଳିଛି ।
ଏହି ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଏହି ଘଟଣାରେ ଭକ୍ତମାନେ ନିଜ ପରିବାରର ସଦସ୍ୟଙ୍କୁ ହରାଇଛନ୍ତି। ତାଙ୍କ ପ୍ରତି ମୋର ଗଭୀର ସମବେଦନା । ଏହା ସହିତ ମୁଁ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ସ୍ଥାନୀୟ ପ୍ରଶାସନ ପୀଡିତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବାରେ ନିୟୋଜିତ ଅଛନ୍ତି। ଏହି ସମ୍ପର୍କରେ ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଜୀଙ୍କ ସହ କଥା ହୋଇଛି ଏବଂ ମୁଁ ନିରନ୍ତର ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗରେ ଅଛି।
ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଫୋନରେ ଚାରି ଥର କଥା ହୋଇଥିଲେ। ଆହତମାନଙ୍କୁ ଯଥାଶୀଘ୍ର ଡାକ୍ତରଖାନା ପଠାଇବା ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଫୋନ କରି କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାରର ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି।
ଘଟନାନୁସାରେ,ଆଜି ହେଉଛି ମୌନି ଅମାବାସ୍ୟା । ଏହି ଅବସରରେ ପ୍ରୟାଗରାଜ ସଙ୍ଗମ ସ୍ଥଳ(ନାକ)ରେ ସାହି ସ୍ନାନ ଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପ୍ରୟାଗରାଜରେ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଇଥିଲା । ଭୋର ୪ଟାରୁ ଅମୃତ ସ୍ନାନ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁମାନେ ଏକାଠି ହୋଇଥିଲେ । ବୁଡ଼ ପକାଇବା ପାଇଁ ଭିଡ଼ ବଢ଼ି ଚାଲିଲା, ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା ଏହି ସମୟରେ ବ୍ୟାରିକେଡ୍ ଭାଙ୍ଗିଯିବାରୁ ଦଳାଚକଟା ହୋଇଛି । ଦଳାଚକଟା ପରେ ୧୩ଟି ଆଖଡାର ସାହିସ୍ନାନ ରଦ୍ଦ କରାଯାଇଛି। ହେଲେ ଶ୍ରଦ୍ଧାଳୁଙ୍କ ସ୍ନାନ ଜାରି ରହିବ । ସ୍ଥିତି ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଅନ୍ୟପଟେ,ଦଳାଚକଟା ପରେ ସ୍ଥିତି ସ୍ୱାଭାବିକ ରହିଛି । ଗୁଜବ ଉପରେ ବିଶ୍ବାସ ନକରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନିବେଦନ କରିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଦିନ ତମାମ ମୌନି ଅମାବାସ୍ୟା ବୁଡ଼ ପକାଇବାର ଶୁଭ ମୁହୂର୍ତ୍ତ ରହିଛି । ଅଜଥାରେ ଗହଳି ନକରିବାକୁ ପରାମର୍ଶ ଦେଇଛନ୍ତି ଯୋଗୀ ।




