ମଣିପୁରରେ ଲାଗୁହେଲା ରାଷ୍ଟ୍ରପତି ଶାସନ
ନୂଆଦିଲ୍ଲୀ:ମଣିପୁରରେ ଲାଗୁହେଲା ରାଷ୍ଟ୍ରପତି ଶାସନ।ଜାତିଆଣ ହିଂସାକୁ ନେଇ ଅଶାନ୍ତ ରହୁଥିବା ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ମୁଖ୍ୟମନ୍ତ୍ରୀ ଵୀରେନ ସିଂ ଗତ ୯ ତାରିଖରେ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ନେଇ ଚର୍ଚ୍ଚା ହେଉଥିଲା।ଏନେଇ ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି।ରାଜ୍ୟ ସରକାର ଏହି ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିପାରିବେ ନାହିଁ, ସେତେବେଳେ ସମ୍ବିଧାନର ଧାରା 356 ଅନୁଯାୟୀ ରାଷ୍ଟ୍ରପତି ଶାସନ ଲାଗୁ କରିବାର ନିଷ୍ପତ୍ତି […]
ନୂଆଦିଲ୍ଲୀ:ମଣିପୁରରେ ଲାଗୁହେଲା ରାଷ୍ଟ୍ରପତି ଶାସନ।ଜାତିଆଣ ହିଂସାକୁ ନେଇ ଅଶାନ୍ତ ରହୁଥିବା ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ମୁଖ୍ୟମନ୍ତ୍ରୀ ଵୀରେନ ସିଂ ଗତ ୯ ତାରିଖରେ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ନେଇ ଚର୍ଚ୍ଚା ହେଉଥିଲା।ଏନେଇ ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି।ରାଜ୍ୟ ସରକାର ଏହି ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିପାରିବେ ନାହିଁ, ସେତେବେଳେ ସମ୍ବିଧାନର ଧାରା 356 ଅନୁଯାୟୀ ରାଷ୍ଟ୍ରପତି ଶାସନ ଲାଗୁ କରିବାର ନିଷ୍ପତ୍ତି ନିଆଯାଇଥାଏ।
ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ମଣିପୁର ଅଶାନ୍ତ ହୋଇରହିଛି। ଦୁଇ ସମ୍ପ୍ରଦାୟ କୁକୀ ଓ ମତେଇ ମଧ୍ୟରେ ଜାତିଆଣ ବିବାଦ ଲାଗି ରହିଛି।




