ରାଫେଲରେ ଉଡ଼ିଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ : ପ୍ରଥମ ରାଷ୍ଟ୍ରପତି ଭାବେ ଆଜି ରାଫେଲରୁ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରେସନ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ରାଫେଲରେ ଉଡିଛନ୍ତି ରାଷ୍ଟ୍ରପତି । ହରିୟାଣାର ଅମ୍ବାଲା ଏୟାରବେସରୁ ରାଫେଲ ଯୁଦ୍ଧବିମାନରେ ଉଡାଣ ଭରିଛନ୍ତି ରାଷ୍ଟ୍ରପତି । ଏହି ଐତିହାସିକ ଉଡ଼ାଣ ସମୟରେ, ବାୟୁସେନା ମୁଖ୍ୟ ମାର୍ଶାଲ୍ ଏ ପି ସିଂହଙ୍କ ସହିତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଯେଉଁ ରାଫେଲରେ ଉଡାଣ ଭରିଛନ୍ତି ତାହା ଅପରେସନ […]
ନୂଆଦିଲ୍ଲୀ : ପ୍ରଥମ ରାଷ୍ଟ୍ରପତି ଭାବେ ଆଜି ରାଫେଲରୁ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରେସନ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ରାଫେଲରେ ଉଡିଛନ୍ତି ରାଷ୍ଟ୍ରପତି । ହରିୟାଣାର ଅମ୍ବାଲା ଏୟାରବେସରୁ ରାଫେଲ ଯୁଦ୍ଧବିମାନରେ ଉଡାଣ ଭରିଛନ୍ତି ରାଷ୍ଟ୍ରପତି । ଏହି ଐତିହାସିକ ଉଡ଼ାଣ ସମୟରେ, ବାୟୁସେନା ମୁଖ୍ୟ ମାର୍ଶାଲ୍ ଏ ପି ସିଂହଙ୍କ ସହିତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ରାଷ୍ଟ୍ରପତି ଯେଉଁ ରାଫେଲରେ ଉଡାଣ ଭରିଛନ୍ତି ତାହା ଅପରେସନ ସିନ୍ଦୂର ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ୧୭ତମ ରାଫେଲ ସ୍କ୍ୱାଡ୍ରନ୍ ପାକିସ୍ତାନୀ ଆତଙ୍କବାଦୀ ଶିବରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଥିଲା । ପୂର୍ବରୁ ୨୦୨୩ରେ ସୁଖୋଇ ଫାଇଟର ଜେଟରେ ଉଡାଣ ଭରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଫ୍ରାନ୍ସ ମହାକାଶ କମ୍ପାନୀ ଡାସଲ୍ଟ ଆଭିଏସନ୍ ଦ୍ୱାରା ନିର୍ମିତ, ରାଫେଲ୍ ଲଢ଼ୁଆ ବିମାନକୁ ସେପ୍ଟେମ୍ବର ୨୦୨୦ ରେ ଅମ୍ବାଲାର ବାୟୁସେନା ଷ୍ଟେସନରେ ଆନୁଷ୍ଠାନିକ ଭାବରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା।

ଏହାପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଏବଂ ପ୍ରତିଭା ପାଟିଲ ୮ ଜୁନ୍ ୨୦୦୬ ଏବଂ ୨୫ ନଭେମ୍ବର ୨୦୦୯ରେ ପୁଣେ ନିକଟବର୍ତ୍ତୀ ଲୋହେଗାଓଁ ବାୟୁସେନା ଷ୍ଟେସନରେ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନରେ ଉଡ଼ାଣ କରିଥିଲେ।




