ସଂସଦରେ ସାଧାରଣ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ
ନୂଆଦିଲ୍ଲୀ : ସଂସଦରେ ୨୦୨୫-୨୬ ପାଇଁ ସାଧାରଣ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ତୃତୀୟ ପାଳିର ପ୍ରଥମ ବଜେଟ ଉପସ୍ଥାପନ ହେଉଛି । ଲଗାତାର ୮ମ ଥର ପାଇଁ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମାନ । ଲୋକସଭାରେ ବଜେଟ୍ ଅଭିଭାଷଣ ରଖିଲେ ଅର୍ଥମନ୍ତ୍ରୀ। ଚଳିତ ବଜେଟରେ ୧୦ କ୍ଷେତ୍ରକୁ ଅଧିକ ଗୁରୁତ୍ତ୍ଵ ଦିଆଯାଇଛି ଇ ବିଶେଷ କରି ମଧ୍ୟବିତ୍ତଙ୍କ ବିକାଶ ଉପରେ ଗୁରୁତ୍ତ୍ୱାରୋପ କରାଯାଇଛି । ଧାନମନ୍ତ୍ରୀ କୃଷି […]
ନୂଆଦିଲ୍ଲୀ : ସଂସଦରେ ୨୦୨୫-୨୬ ପାଇଁ ସାଧାରଣ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ତୃତୀୟ ପାଳିର ପ୍ରଥମ ବଜେଟ ଉପସ୍ଥାପନ ହେଉଛି । ଲଗାତାର ୮ମ ଥର ପାଇଁ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମାନ । ଲୋକସଭାରେ ବଜେଟ୍ ଅଭିଭାଷଣ ରଖିଲେ ଅର୍ଥମନ୍ତ୍ରୀ। ଚଳିତ ବଜେଟରେ ୧୦ କ୍ଷେତ୍ରକୁ ଅଧିକ ଗୁରୁତ୍ତ୍ଵ ଦିଆଯାଇଛି ଇ ବିଶେଷ କରି ମଧ୍ୟବିତ୍ତଙ୍କ ବିକାଶ ଉପରେ ଗୁରୁତ୍ତ୍ୱାରୋପ କରାଯାଇଛି । ଧାନମନ୍ତ୍ରୀ କୃଷି ଧନଜନ ଯୋଜନାକୁ ପ୍ରାଥମିକତା ଦିଆଯାଇଛି। କୃଷି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ଵ ରହିଛି। ଏହାଦ୍ଵାରା ୧.୭ କୋଟି କୃଷକ ଉପକୃତ ହେବେ। ଏଡିବୁଲ ଅଏଲରେ ଅତ୍ମନିର୍ଭର ହେବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୬ ବର୍ଷିଆ ସ୍କିମ୍ ସରକାର ଆରମ୍ଭ କରିବାକୁ ଯାଉଛନ୍ତି। ବିହାରରେ ଏକ ମକାନା ବୋର୍ଡ ଗଠନ କରାଯିବ। ଏହି ବୋର୍ଡ ବିହାର କୃଷକଙ୍କୁ ତାଲିମ ପ୍ରଦାନ କରିବ। ମତ୍ସ୍ୟ ଉତ୍ପାଦନରେ ଭାରତ ସାରା ବିଶ୍ଵରେ ଦ୍ଵିତୀୟ ।




