ପ୍ରଜ୍ଞା ସିଂହ ଠାକୁରଙ୍କ ବିବାଦୀୟ ବୟାନ, ଘରେ ଅସ୍ତ୍ର ଶାଣିତ ରଖ
ଭୋପାଳ: ଭୋପାଳର ପୂର୍ବତନ ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ଶନିବାର ଚୋଳ ମନ୍ଦିର ଅଞ୍ଚଳରେ ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍ପି)ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉତ୍ତେଜନାମୂଳକ ଭାଷଣ ଦେଇଛନ୍ତି। ପ୍ରଜ୍ଞା ଠାକୁର ଖୋଲାଖୋଲି ଭାବେ ହିନ୍ଦୁ ମହିଳାଙ୍କୁ ନିଜ ପାଖରେ ଅସ୍ତ୍ର ରଖିବା ପାଇଁ ଆହ୍ବାନ କରିଛନ୍ତି। ମହିଳା ଏବଂ ଶିଶୁମାନଙ୍କୁ ସେ କହିଛନ୍ତି, ହଁ ମୁଁ କହୁଛି ଯେ ଆପଣମାନେ ଘରେ ଅସ୍ତ୍ର ରଖନ୍ତୁ ଏବଂ ଏହାକୁ ଶାଣିତ ରଖନ୍ତୁ। ଯେତେବେଳେ ଆମ […]
ଭୋପାଳ: ଭୋପାଳର ପୂର୍ବତନ ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ଶନିବାର ଚୋଳ ମନ୍ଦିର ଅଞ୍ଚଳରେ ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍ପି)ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉତ୍ତେଜନାମୂଳକ ଭାଷଣ ଦେଇଛନ୍ତି। ପ୍ରଜ୍ଞା ଠାକୁର ଖୋଲାଖୋଲି ଭାବେ ହିନ୍ଦୁ ମହିଳାଙ୍କୁ ନିଜ ପାଖରେ ଅସ୍ତ୍ର ରଖିବା ପାଇଁ ଆହ୍ବାନ କରିଛନ୍ତି। ମହିଳା ଏବଂ ଶିଶୁମାନଙ୍କୁ ସେ କହିଛନ୍ତି, ହଁ ମୁଁ କହୁଛି ଯେ ଆପଣମାନେ ଘରେ ଅସ୍ତ୍ର ରଖନ୍ତୁ ଏବଂ ଏହାକୁ ଶାଣିତ ରଖନ୍ତୁ। ଯେତେବେଳେ ଆମ ଝିଅମାନଙ୍କୁ ଅପହରଣ କରାଯାଉଛି ଏବଂ ସେମାନଙ୍କ ମର ଶରୀର ରାସ୍ତାରେ ପଡ଼ୁଛି ଏହା ଖୁବ୍ କଷ୍ଟ ଦେଉଛି। ଏହି ଯନ୍ତ୍ରଣା ଲାଘବ କରିବା ପାଇଁ ଯେତେବେଳେ ବି ଶତ୍ରୁ ଆସୁଛନ୍ତି ସେମାନଙ୍କୁ ଅଧାରୁ କାଟିଦେବା ଉଚିତ। ଉଲ୍ଲେଖଯୋଗ୍ୟ ଯେ ନିକଟରେ ମାଲେଗାଓଁ ବିସ୍ଫୋରଣ ମାମଲାରୁ ଦୋଷମୁକ୍ତ ହୋଇଥିବା ପ୍ରଜ୍ଞା ସିଂହ ଠାକୁର ପୁଣିଥରେ ସଂଖ୍ୟାଲଘୁଙ୍କୁ ଅର୍ଥନୈତିକ ଏବଂ ସାମାଜିକ ବର୍ଜନ ପାଇଁ କହିଛନ୍ତି। ପ୍ରଜ୍ଞା ଠାକୁର କହିଛନ୍ତି ଯେ ମନ୍ଦିର ନିକଟରେ କୌଣସି ଅଣ ହିନ୍ଦୁଙ୍କୁ ପ୍ରସାଦ ବିକୁଥିବାର ଦେଖିଲେ ବାଡ଼େଇବା ଉଚିତ। ପ୍ରଜ୍ଞା ଠାକୁରଙ୍କ ଟିପ୍ପଣୀକୁ ନେଇ ତୀବ୍ର ରାଜନୈତିକ ପ୍ରତିକ୍ରିୟା ଆସିଛି। ମଧ୍ୟପ୍ରଦେଶରେ ବିରୋଧୀ ଦଳ ନେତା ଉମଙ୍ଗ ଶିଙ୍ଗରୀ ଠାକୁରଙ୍କ ବିବୃତିକୁ ଆପତ୍ତିଜନକ କହିଛନ୍ତି।




